ETV Bharat / state

ଖରସ୍ରୋତା ଓ ବୈତରଣୀରେ ବନ୍ୟା ଆଶଙ୍କା; ଜିଲ୍ଲାପାଳଙ୍କ ସତର୍କ ସୂଚନା - kharasrota and baitarani river

ଅବିଶ୍ରାନ୍ତ ବର୍ଷା ଯୋଗୁଁ ଯାଜପୁରର ବିଭିନ୍ନ ଅଞ୍ଚଳ ଜଳବନ୍ଦୀ ହୋଇଛି । ଏପରିକି ଯାଜପୁର ଦେଇ ପ୍ରବାହିତ ଖରସ୍ରୋତା ଓ ବୈତରଣୀ ନଦୀରେ ବନ୍ୟା ଆଶଙ୍କା କରିଛି ପ୍ରଶାସନ । ଅଧିକ ଖବର ପଢନ୍ତୁ...

ଖରସ୍ରୋତା ଓ ବୈତରଣୀରେ ବନ୍ୟା ଆଶଙ୍କା; ଜିଲ୍ଲାପାଳଙ୍କ ସତର୍କ ସୂଚନା

author img

By

Published : Aug 20, 2020, 4:36 PM IST

ଯାଜପୁର: ସାରା ରାଜ୍ୟରେ ଲଘୁଚାପ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ । ଅବିଶ୍ରାନ୍ତ ବର୍ଷା ଯୋଗୁଁ ଯାଜପୁରର ବିଭିନ୍ନ ଅଞ୍ଚଳ ଜଳବନ୍ଦୀ ହୋଇଛି । ଏପରିକି ଯାଜପୁର ଦେଇ ପ୍ରବାହିତ ଖରସ୍ରୋତା ଓ ବୈତରଣୀ ନଦୀରେ ବନ୍ୟା ଆଶଙ୍କା କରିଛି ପ୍ରଶାସନ । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ସରକାରୀ କର୍ମଚାରୀ ମାନଙ୍କୁ କାର୍ଯ୍ୟାଳୟ ଛାଡି ନଯିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଖରସ୍ରୋତା ଓ ବୈତରଣୀରେ ବନ୍ୟା ଆଶଙ୍କା; ଜିଲ୍ଲାପାଳଙ୍କ ସତର୍କ ସୂଚନା

ଏଥିସହ ଜଳସମ୍ପଦ ବିଭାଗ ଅଧିକ ପ୍ରସ୍ତୁତ ରହିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ଦୁଇ ଦିନ ଲଗାଣ ବର୍ଷା ଯୋଗୁଁ ଯାଜପୁରର ତଳିଆ ଅଞ୍ଚଳର ଅନେକ ସ୍ଥାନ ଜଳବନ୍ଦୀ ହୋଇଛି । ଜିଲ୍ଲାର ତଳିଆ ଅଞ୍ଚଳ ଓ ପାଣି ନିଷ୍କାସନ ନଥିବା ଅଞ୍ଚଳରେ ଲୋକମାନେ ଜଳବନ୍ଦୀ ହେବା ସହ ଯାତାୟତରେ ସମସ୍ୟା ଭୋଗୁଛନ୍ତି ।

ଅନ୍ୟପଟେ ଚମ୍ପୁଆ ରେ 72 ମିଲିମିଟର ବର୍ଷା ହୋଇଥିବା ବେଳେ ଆଖୁଆପଦା ଠାରେ ବିପଦ ସଙ୍କେତ ୧୭.୮୩ଥିବା ବେଳେ ବନ୍ୟା ଜଳ ପ୍ରବାହିତ ହେଉଛି 17.୭୦ । ସେହିପରି ବଲଭିଘାଟ ବିପଦ ସଙ୍କେତ ୧୭.୩୪ ଥିବା ବେଳେ ୧୦.୯୦ ଜଳ ନିଷ୍କାସିତ ହେଉଛି ।

ତଳିଆ ଅଞ୍ଚଳ ଦଶରଥପୁର ଠାରେ ବିପଦ ସଂକେତ ୯.୫୨ ଥିବାବେଳେ ୮.୨୦ରେ ଜଳ ପ୍ରବାହିତ ହେଉଛି । ତେବେ ସବୁଠି ବିପଦ ସଂକେତ ତଳରେ ଜଳସ୍ତର ପ୍ରବାହିତ ହେଉଛି । ତେବେ ଜିଲ୍ଲାପାଳ ବନ୍ୟା ଆଶଙ୍କା ନଥିବାରୁ ଜିଲାବାସୀଙ୍କୁ ଭୟଭୀତ ନ ହେବା ପାଇଁ ଅନୁରୋଧ କରିଛନ୍ତି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.