ଯାଜପୁର: ଯାଜପୁର ରୋଡ ସ୍ଥିତ କୋର୍ଟ ସମ୍ମୁଖରେ ଥିବା ଏକ ଷ୍ଟେସନାରୀ ଦୋକାନରେ ଆଜି(ମଙ୍ଗଳବାର) ଭୋରରୁ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି । ସ୍ଥାନୀୟ ଦୋକାନୀ ଓ ପ୍ଲାଣ୍ଟ ଯାଉଥିବା ଲୋକ ଦେଖି ଦୋକାନ ମାଲିକକୁ ଫୋନ କରିବା ସହ ଦମକଳ କେନ୍ଦ୍ରକୁ ଫୋନ କରିଥିଲେ ।
ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । କିନ୍ତୁ ଦୋକାନର ସମସ୍ତ ଜିନିଷ ପୋଡି ପାଉଁଶ ହୋଇଯାଇଥିଲା ।
ସୂଚନାଅନୁଯାୟୀ, ଦୋକାନ ଭିତରେ ଥିବା ଡିପ ଫ୍ରିଜ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଇଛି । ତେବେ ଦୋକାନୀଙ୍କ ନାଁ ହିମାଂଶୁ ଶେଖର ସ୍ଵାଇଁ ତାଙ୍କ ଦୋକାନରେ ୨୫ ରୁ ୩୦ ଲକ୍ଷ ଟଙ୍କାର ଜିନିଷ ଥିବା ସୂଚନା ଦେଇଛନ୍ତି । ସେପଟେ ହିମାଂଶୁଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ