ETV Bharat / state

କାଜୁ ଜଙ୍ଗଲରେ ଅଗ୍ନିକାଣ୍ଡ, 3 ଘଣ୍ଟା ପରେ ମଧ୍ୟ ପହଞ୍ଚିଲାନି ଦମକଳ ବାହିନୀ - ଦମକଳ ବାହିନୀ

ଯାଜପୁର ବ୍ୟାସ ସରୋବର କାଜୁ ଜଙ୍ଗଲରେ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ଅଧିକ ପଢନ୍ତୁ...

କାଜୁ ଜଙ୍ଗଲରେ ଅଗ୍ନିକାଣ୍ଡ, 3 ଘଣ୍ଟା ପରେ ମଧ୍ୟ ପହଞ୍ଚିଲାନି ଦମକଳ ବାହିନୀ

author img

By

Published : Mar 24, 2021, 2:27 PM IST

ଯାଜପୁର: ଜିଲ୍ଲାର ରୋଡ ଥାନା ବ୍ୟାସନଗର ମୁନିସିପାଳିଟି ଅନ୍ତର୍ଗତ ବ୍ୟାସ ସରୋବର କାଜୁ ଜଙ୍ଗଲରେ କେହି ଦୁର୍ବୃର୍ତ୍ତ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି । ତେବେ ଏହି ଅଗ୍ନିକାଣ୍ଡରେ ପ୍ରାୟ ଲକ୍ଷାଧିକ ଟଙ୍କାର କାଜୁ ଫୁଲ ଓ ଫଳ ପୋଡିଯାଇଥିବା ସୂଚନା ମିଳିଛି ।

କାଜୁ ଜଙ୍ଗଲରେ ଅଗ୍ନିକାଣ୍ଡ, 3 ଘଣ୍ଟା ପରେ ମଧ୍ୟ ପହଞ୍ଚିଲାନି ଦମକଳ ବାହିନୀ

ବୁଧବାର ପ୍ରାୟ ସକାଳ 10ଟା ସମୟରେ କାଜୁ ବଗିଚାରେ ଏହି ନିଆଁ ଲାଗିଥିଲା । ଏହି ନିଆଁକୁ ଦେଖି ସ୍ଥାନୀୟ ଲୋକମାନେ ମୁନିସିପାଲିଟି କର୍ତ୍ତୃପକ୍ଷ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । କିନ୍ତୁ ଦୀର୍ଘ ତିନି ଘଣ୍ଟା ବିତିଯାଇଥିଲେ ଦମକଳ ବାହିନୀ କିମ୍ବା ମୁନିସିପାଲିଟି କର୍ତ୍ତୃପକ୍ଷ ଘଟଣାସ୍ଥଳରେ ପହଞ୍ଚିନଥିବା ଅଭିଯୋଗ ହୋଇଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଜନସାଧାରଣ ଉଦବେଗ ପ୍ରକାଶ କରିଛନ୍ତି ।

ତେବେ ଏହି ନିଆଁକୁ ଲିଭାଇବାକୁ ସ୍ଥାନୀୟ ଲୋକେ ଯେତେ ଚେଷ୍ଟା କଲେ ମଧ୍ୟ ନିଆଁକୁ ଆୟତ୍ତ କରିପାରିନଥିଲେ । ଫଳରେ ନିଆଁ ସମ୍ପୂର୍ଣ୍ଣ କାଜୁ ଜଙ୍ଗଲରେ ବ୍ୟାପି ଯାଇ କାଜୁ ଫୁଲ ଓ ଫଳଗୁଡିକ ପୋଡି ଯାଇଥିଲା । ସେପଟେ ଏହି ଜଙ୍ଗଲକୁ ଠିକ ଭାବରେ ରକ୍ଷାଣବେକ୍ଷଣ କରିବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.