ଯାଜପୁର: ରାସ୍ତା ମଝିରେ ଦୁଇ ମହିଳାଙ୍କ ହାଇଭୋଲଟେଜ ଡ୍ରାମା । ପରକୀୟା ପ୍ରୀତି ସନ୍ଦେହରେ ଜଣେ ମହିଳାଙ୍କୁ ମାଡ ମାରିଲେ ଅନ୍ୟ ଜଣେ ମହିଳା। ମାଡ଼ ମାରି ଲହୁଲୁହାଣ ପରେ ଥାନାରେ ପହଞ୍ଚିଲା ମାମଲା । ଏଭଳି ଘଟଣା ଘଟିଛି ଯାଜପୁର ଟାଉନ ନୂଆଗାଁରେ । ଦୁଇ ମହିଳା ହେଉଛନ୍ତି ଗେହ୍ଲାମଣି ବେହେରା ଓ ଅନ୍ୟ ଜଣେ ହେଉଛନ୍ତି ଶିକ୍ଷୟିତ୍ରୀ ନିବେଦିତା ଦାସ । ଗେହ୍ଲାମଣିଙ୍କ ସ୍ବାମୀଙ୍କ ସହ ନୂଆଗାଁ ପ୍ରାଥମିକ ସ୍କୁଲରେ କାର୍ଯ୍ୟରତ ଥିବା ଶିକ୍ଷୟତ୍ରୀ ନିବେଦିତା ଦାସଙ୍କର ସମ୍ପର୍କ ଥିବା ସେ ଅଭିଯୋଗ ଆଣିଛନ୍ତି। ଅନ୍ୟପଟେ ଏହାକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଛନ୍ତି ନିବେଦିତା।
ସୋମବାର ଯାଜପୁର ଟାଉନରୁ ଆସି ନୂଆ ଗାଁରେ ପହଞ୍ଚିଥିଲେ ଗେହ୍ଲାମଣି। ସେଠାରେ ଦୁଇ ମହିଳାଙ୍କ ମଧ୍ୟରେ ବଚସା ହୋଇଥିଲା ପରେ ରାସ୍ତା ଉପରେ ପରସ୍ପରକୁ ମାଡ ମାରିଥିଲେ। ସ୍ଥାନୀୟ ଗ୍ରାମବାସୀ ଘଟଣାସ୍ଥଳରେ ଉପସ୍ଥିତ ଥିବା ବେଳେ ମୋବାଇଲ ଭିଡିଓ ଉତ୍ତୋଳନ କରିଥିଲେ। କିଛି ସମୟ ପରେ ଗ୍ରାମର କିଛି ବ୍ୟକ୍ତି ଦୁଇ ମହିଳାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ। କିଛି ଗଣମାଧ୍ୟମ ପ୍ରତିନିଧି ଘଟଣାସ୍ଥଳରେ ପହଞ୍ଚି ଭିଡିଓ ଉତ୍ତୋଳନ କରିବାରୁ ଗ୍ରାମର କିଛି ଅସାମାଜିକ ବ୍ୟକ୍ତି ପ୍ରତିନିଧିଙ୍କୁ ଗାଳି ଗୁଲଜ କରିଥିଲେ । ଏହି ଘଟଣାକୁ ନେଇ ଉଭୟ ମହିଳା ଯାଜପୁର ରୋଡ୍ ଥାନାରେ ଅଭିଯୋଗ କରିଛନ୍ତି । ସେପଟେ ପୋଲିସ ଦୁଇଟି ଏତଲାକୁ ଆଧାର କରି ଘଟଣାର ତଦନ୍ତ ଆରମ୍ଭ କରିଛି ।
ଏହା ମଧ୍ୟ ପଢନ୍ତୁ- ରାସ୍ତା ଉପରେ ସ୍ବାମୀର କଲର ଧରି ସ୍ତ୍ରୀର ତାଗିଦ, ଭିଡିଓ ଭାଇରାଲ
ଗେହ୍ଲାମଣି କହିଛନ୍ତି, "ଗତ ସାଢେ ତିନି ବର୍ଷ ହେଲା ନିବଦିତା ମୋ ସ୍ବାମୀଙ୍କ ସହ ଅନୈତିକ ସମ୍ପର୍କ ରଖିଛି । ମୋ ସ୍ବାମୀ ଯାଜପୁର ରୋଡରେ ରହୁଛନ୍ତି । ମୋତେ ମେଣ୍ଟେନାନ୍ସ ଖର୍ଚ୍ଚ ଦେଉ ନାହାନ୍ତି । ଅଢ଼େଇ ବର୍ଷ ହେଲା କୋର୍ଟରେ କେସ୍ ଚାଲୁଛି । ସେ ନିବେଦିତା ସହ ବୁଲାବୁଲି କରୁଛନ୍ତି ଓ ରହୁଛନ୍ତି । ମୋ ସ୍ବାମୀଙ୍କୁ ଆଜି ମୁଁ ଖୋଜିବାକୁ ଆସିଥିଲି । ସେ ମୋତେ ହଠାତ୍ ଦେଖି କୁଆଡ଼େ ଆସିଛୁ ବୋଲି ପଚାରିଥିଲା । ମୋ ସ୍ବାମୀ କେଉଁଠି ବୋଲି ପଚାରିବାରୁ ସେ ମୋ ପଖକୁ ଆଉ ଫେରିବେନି ବୋଲି ସେ କହିଥିଲା। ମୋତେ ଚାପୁଡା ମାରିବା ସହ ମୋ ଝିଅକୁ ଗୋଇଠା ମାରିଥିଲା । ମୁଁ ବି ତାକୁ ମାଡ ମାରିଛି। ମୁଁ ଚାହୁଁଠି ମୋତେ ନ୍ୟାୟ ମିଳୁ ଓ ସ୍ବାମୀ ମୋ ପାଖକୁ ଫେରି ଆସନ୍ତୁ ।"
ନିବେଦିତା ଦାସ କହିଛନ୍ତି ଯେ, ମୁଁ ସ୍କୁଲ୍ ଯିବା ବାଟରେ ହଠାତ ଗୋଟେ କାର ଆସିବାରୁ ମୁଁ ଅଟକି ଯାଇଥିଲି । ଏହି ସମୟରେ କିଛି ଲୋକ ଓ ଗେହ୍ଲାମଣଇ ତାଙ୍କ ମାଆ ମୋତେ ମାଡ ମାରିଥିଲେ। ଟଣ୍ଟି ଚିପି ମୋତେ ମାଡ ମାରିଛନ୍ତି । ସ୍ଥାନୀୟ ଲୋକେ ମୋତେ ବଞ୍ଚାଇ ଦେଇଛନ୍ତି । ସେ ମୋ ସହ ଏମିତି କଣ ପାଇଁ କଲେ ମୋତେ ଜଣାନାହିଁ ।
ଇଟିଭି ଭାରତ, ଯାଜପୁର