ETV Bharat / state

ସୁକିନ୍ଦାରେ ଜମୁଛି ବାପ-ପୁଅ ନିର୍ବାଚନୀ ପ୍ରଚାର - Jajpur

ବିଜେଡିକୁ ଫେରିଛନ୍ତି ପ୍ରଫୁଲ୍ଲ ଘଡେଇ । ଚଳଚଞ୍ଚଳ ସୁକିନ୍ଦା ନିର୍ବାଚନ ମଣ୍ଡଳୀ । ଜମୁଛି ବାପ-ପୁଅଙ୍କ ନିର୍ବାଚନୀ ପ୍ରଚାର । ବିଜେପି ସହ ହୋଇପାରେ କଡା ଟକ୍କର ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର
author img

By

Published : Mar 26, 2019, 10:44 PM IST

ଯାଜପୁର: ଜିଲ୍ଲାରେ 4ର୍ଥ ପର୍ଯ୍ୟାୟରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ। ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ ନେତା ପ୍ରଫୁଲ୍ଲ ଚନ୍ଦ୍ର ଘଡେଇ ଦୀର୍ଘ 5ବର୍ଷ ପରେ ବିଜୁ ଜନତା ଦଳକୁ ଫେରିବା ପରେ ଏବେ ଚଳଚଞ୍ଚଳ ସୁକିନ୍ଦା ରାଜନୀତି। ପାଖାପାଖି 3 ଦଶନ୍ଧି ହେଲା ପ୍ରଫୁଲ୍ଲ ଓ ପୁଅ ପ୍ରୀତିରଞ୍ଜନଙ୍କ କବଜାରେ ରହିଆସିଛି ସୁକିନ୍ଦା ବିଧାନସଭା ଆସନ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ଦୀର୍ଘ 5 ବର୍ଷର ବ୍ୟବଧାନ ପରେ ବିଜେଡିକୁ ଫେରିଛନ୍ତିଭେଟରାନ ପ୍ରଫୁଲ୍ଲ ଘଡ଼େଇ। ଦଳକୁ ପ୍ରତ୍ୟାବର୍ତ୍ତନ ପରେ ଉତ୍ସାହିତ ସୁକିନ୍ଦାବାସୀ । କାରଣ 1990 ମସିହାରୁ ସୁକିନ୍ଦାକୁ ନିଜ କବଜାରେ ରଖିଆସିଛନ୍ତି ପ୍ରଫୁଲ୍ଲ। 1990ରୁ2014 ମସିହା ପର୍ଯ୍ୟନ୍ତ ଲଗାତର 5ଥର ବିଧାୟକ ହୋଇଥିବା ବେଳେ 2014ରେ ତାଙ୍କ ପୁଅ ପ୍ରୀତିରଞ୍ଜନ ଏହି ଆସନରୁ ପ୍ରତିନିଧିତ୍ଵ କରୁଛନ୍ତି।

ପ୍ରଫୁଲ୍ଲ ଦଳରେ ସାମିଲ ହେବା ପରେ ଆଗାମୀ ନିର୍ବାଚନ ଦଳ ପାଇଁ ସହଜ ବୋଲି କୁହାଯାଉଛି। ବିଶେଷ କରି ବୟସ୍କ ବିଜେଡି ନେତୃବର୍ଗ ଏଥିରେ ଖୁସିବ୍ୟକ୍ତ କରିଥିବା ବେଳେ ପ୍ରଫୁଲ୍ଲ ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇଛନ୍ତି।ଗତ ସାଧାରଣ ନିର୍ବାଚନରେ ସୁକିନ୍ଦାରେ ପ୍ରଥମ ଥର ବିଜେଡି ପ୍ରାର୍ଥୀ ହୋଇଥିଲେ ପ୍ରଫୁଲ୍ଲ ଘଡେଇଙ୍କ ପୁଅ ପ୍ରୀତିରଞ୍ଜନ ଘଡେଇ। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ବୀକଂଗ୍ରେସର ଟାଣୁଆ ନେତା ଶରତ ରାଉତଙ୍କୁ ପରାସ୍ତ କରିଥିଲେ ।

ଚଳିତ ନିର୍ବାଚନରେ କଂଗ୍ରେସ ବଦଳରେ ବିଜେପି ସହିତ ମୁକାବିଲା କରିବ ବିଜେଡି । ପ୍ରଦୀପ ବଳ ସାମନ୍ତଙ୍କୁ ଦଳୀୟ ପ୍ରାର୍ଥୀ ଭାବେ ଘୋଷଣା କରିସାରିଛି ଭାରତୀୟ ଜନତା ପାର୍ଟି । ନିକଟରେ ଦାନଗଦି ବ୍ଲକ ଅଧ୍ୟକ୍ଷା ଲୋପାମୁଦ୍ର ନାୟକ ଓ ତାଙ୍କ ସମର୍ଥକ ବିଜେପିରେ ସାମିଲ ହୋଇଛନ୍ତି। ଗୋଟିଏ ପଟେ କଂଗ୍ରେସ ସଂଗଠନକୁ ଦୁର୍ବଳ କରି ବିଜେଡି ସଂଗଠନକୁ ମଜବୁତ କରୁଥିବା ବେଳେ ବିଜେଡିର ଅସନ୍ତୁଷ୍ଟ କର୍ମୀମାନଙ୍କୁ ନେଇ ବିଜେପି ନିଜର ବଳ ବଢାଉଛି ।

ସୁକିନ୍ଦା ପାଇଁ ବିଜେପି ତାର ପ୍ରାର୍ଥୀ ଘୋଷଣା କରିଥିବା ବେଳେ ବିଜେଡି ଓ କଂଗ୍ରେସ ଏ ଯାଏଁ ସେମାନଙ୍କ ପ୍ରାର୍ଥୀଙ୍କ ନାଁ ଘୋଷଣା କରିନାହାଁନ୍ତି। ତେବେ ପ୍ରଫୁଲ୍ଲ ଘଡେଇଙ୍କୁ ଦଳକୁ ଫେରାଇ ଆଣି ପୁଅ ପ୍ରୀତିରଞ୍ଜନଙ୍କୁ ପୁଣି ଥରେ ପ୍ରାର୍ଥୀ ହେବା ନେଇ ନବୀନ ଗ୍ରୀନ ସିଗନାଲ ଦେଇଥିବା ଚର୍ଚ୍ଚା ହେଉଛି। ସେପଟେ ପ୍ରଫୁଲ୍ଲ ଓ ତାଙ୍କ ପୁଅଠାରୁ ଲଗାତର ହାରିଥିବା କଂଗ୍ରେସ ପ୍ରାର୍ଥୀ ଶରତ ରାଉତ ଟିକେଟ ପାଇଲେ ପୁଣି ଜିତିବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Intro:ଯାଜପୁର ଜିଲ୍ଲାରେ 4ର୍ଥ ପର୍ଯ୍ୟାୟରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ । ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ ନେତା ପ୍ରଫୁଲ୍ଲ ଚନ୍ଦ୍ର ଘଡେଇ ଦର୍ଘ 5ବର୍ଷ ବିଜୁ ଜନତା ଦଳକୁ ଫେରିବା ପରେ ଏବେ ଚଳଚଂଚଳ ସୁକିନ୍ଦା ରାଜନୀତି ।କାରଣ ପାଖାପାଖି 3ଦଶନ୍ଧି ହେଲା ପ୍ରଫୁଲ୍ଲ ଓ ପୁଅ ପ୍ରୀତିରଞ୍ଜନଙ୍କ କବଜାରେ ରହିଆସିଛି ସୁକିନ୍ଦା ବିଧାନସଭା ଆସନ। ଗତ ବିଧାନସଭା ନିର୍ବାଚନରେ ପ୍ରଫୁଲ୍ଲଙ୍କୁ ଦଳ ଟିକେଟ ନଦେଇ ପୁଅ ପ୍ରୀତିରଞ୍ଜନ ଙ୍କୁ ଟିକେଟ ମିଳିବାରୁ ପୁଅ ପ୍ରୀତିରଞ୍ଜନ ଲଢ଼ିଥିଲେ ସୁକିନ୍ଦାର। ପୂର୍ବରୁ ଏହି ଆସନରେ କଂଗ୍ରେସ ଓ ବିଜେଡି ମଧ୍ୟରେ ପ୍ରତିଦ୍ବନ୍ଦିତା ହେଉଥିବା ବେଳେ ଆଗାମୀ ନିର୍ବାଚନ ରେ ବିଜେପି ଓ ବିଜେଡି ମଧ୍ୟ ପ୍ରତିଦ୍ବନ୍ଦିତା ହେଉଥିବା ବେଳେ ଆଗାମୀ ନିର୍ବାଚନ ରେ ବିଜେପି ଲଢେଇ ହେବାର ସମ୍ଭାବନା ରହିଛି। ଗୋଟିଏ ପଟେ ଦାନଗଦି ବ୍ଲକ ଅଧ୍ୟକ୍ଷାଙ୍କ,8ନଂ ଜୋନ ଜିଲାପରିଷଦ ପ୍ରତାପ ଧୀର ସମତେ ଅନେକ ନେତା ନିକଟରେ ବିଜେପିରେ ସାମିଲ ହୋଇ ବିଜେଡି କୁ ଚେକ ଦେବାକୁ ଉଦ୍ୟମ ଆରମ୍ଭ କରିଥିବା ବେଳେ ଅନ୍ୟପଟେ ବିଜେଡିକୁ କମବ୍ୟାକ ବିରୋଧୀଙ୍କୁ ମହଂଗା ପଡିବ ନେଇ ଚର୍ଚ୍ଚା ଜୋର ଧରିଛି।
ଭିଓ-1-ଦୀର୍ଘ 5 ବର୍ଷର ବ୍ୟବଧାନ ପରେ ବିଜେଡିକୁ ଫେରିଲେ ଭେଟରାନ ପ୍ରଫୁଲ୍ଲ ଘଡ଼େଇ। ଦଳକୁ ପ୍ରତ୍ୟାବର୍ତ୍ତନ ପରେ ବେଶ ଉତ୍ସାହିତ ସୁକିନ୍ଦାବାସୀ । କାରଣ 1990 ମସିହାରୁ ସୁକିନ୍ଦାକୁ ନିଜ କବଜାରେ ରଖିଆସିଛନ୍ତି ପ୍ରଫୁଲ। 1990ରୁ2014 ମସିହା ପର୍ଯ୍ୟନ୍ତ ଲଗାତର 5ଥର ବିଧାୟକ ହୋଇଥିବା ବେଳେ 2014ରେ ତାଙ୍କ ପୁଅ ପ୍ରୀତିରଞ୍ଜନ ଏହି ଆସନରୁ ପ୍ରତିନିଧିତ୍ଵ କରୁଛନ୍ତି। ପ୍ରଫୁଲ୍ଲ ଦଳ ବିରୋଧୀ ମନ୍ତବ୍ୟ ଦେଇ ବିଜେଡିରୁ ବହିଷ୍କାର ହୋଇଥିଲେ। ନିକଟରେ ସେ ପୁଣି ଦଳରେ ସାମିଲ ହେବା ପରେ ସୁକିନ୍ଦା ବିଜେଡି ଆହୁରି ଶକ୍ତିଶାଳି ହେବା ନେଇ ଚର୍ଚ୍ଚା ହେଉଛି। ପ୍ରଫୁଲ୍ଲ ଦଳରେ ସାମିଲ ହେବା ପରେ ଆଗାମୀ ନିର୍ବାଚନ ଦଳ ପାଇଁ ସହଜ ବୋଲି କୁହାଯାଉଛି। ବିଶେଷ କରି ବୟସ୍କ ବିଜେଡି ନେତୃବର୍ଗ ଏଥିରେ ଖୁସିବ୍ୟକ୍ତ କରିଥିବା ବେଳେ ପ୍ରଫୁଲ୍ଲ ଅଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇଛନ୍ତି।
bite-1-ଗଣେଷ ଚନ୍ଦ୍ର ଦାସ , ବରିଷ୍ଠ ବିଜେଡି କର୍ମ
bite-୨-ପ୍ରଫୁଲ୍ଲ ଚନ୍ଦ୍ର ଘଡେଇ, ବରିଷ୍ଠ ନେତା

Body:ଭିଓ-୨-ଗତ ସାଧାରଣ ନିର୍ବାଚନରେ ସୁକିନ୍ଦାର ପ୍ରଥମ ଥର ବିଜେଡି ପ୍ରାର୍ଥୀ ହୋଇଥିଲେ ପ୍ରଫୁଲ୍ଲ ଘଡେଇଙ୍କ ପୁଅ ପ୍ରୀତିରଞ୍ଜନ ଘଡେଇ। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ କଂଗ୍ରେସ ର ଟାଣୁଆ ନେତା ଶରତ ରାଉତଙ୍କୁ ପରାସ୍ତ କରିଥିଲେ । ସେତେବେଳେ ପ୍ରଫୁଲ୍ଲ ଆଉ ପୁଅ ପ୍ରୀତିରଞ୍ଜନ ନିଜସ୍ଵ ଦମରେ ଏହି ନିର୍ବାଚନ ବୈତରଣି ପାର ହେବାକୁ ସକ୍ଷମ ହୋଇଥିଲେ। ଏଠାରୁ ସେ ବିଜୟ ଲାଭ କରିବା ପରେ ନିଜ ସଂଗଠନ କୁ ଆଗେଇ ନେବାରେ ସକ୍ଷମ ହୋଇଥିଲେ। ଆଗାମୀ ନିର୍ବାଚନ ରେ କଂଗ୍ରେସ ବଦଳରେ ବିଜେଇ ସହିତ ମୁକାବିଲା କରିବ ବିଜେଡି । ବିଜେପି ପ୍ରଦୀପ ବଳ ସାମନ୍ତଙ୍କୁ ଦଳୀୟ ପ୍ରାର୍ଥୀ ଭାବେ ଘୋଷଣା କରିସାରିଛି। ନିକଟରେ ଦାନଗଦି ବ୍ଲକ ଅଧ୍ୟକ୍ଷା ଲୋପାମୁଦ୍ର ନାୟକ ଓ ତାଙ୍କ ସମର୍ଥକ ବିଜେପିରେ ମଧ୍ଯ ସାମିଲ ହୋଇଛନ୍ତି। ଗୋଟିଏ ପଟେ କଂଗ୍ରେସ ସଂଗଠନକୁ ଦୁର୍ବଳ କରି ବିଜେଡି ସଂଗଠନକୁ ମଜବୁତ କରୁଥିବା ବେଳେ ବିଜେଡିର ଅସନ୍ତୁଷ୍ଟ କର୍ମୀ ମାନଙ୍କୁ ନେଇ ବିଜେପି ନିଜର ବଲ ଯୋଗାଡ଼ କରୁଛି । ତେବେ ଏଭଳି ଦଳ ପରିବର୍ତ୍ତନ ବିଜେଡି ଉପରେ କୌଣସି ପ୍ରଭାବ ପଡିବ ନାହିଁ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ପ୍ରୀତିରଞ୍ଜନ।
bite-3-ପ୍ରଦୀପ ବଳ ସାମନ୍ତ,ବିଜେପି ପ୍ରାର୍ଥୀ ସୁକିନ୍ଦା
bite-୪-ଲୋପାମୁଦ୍ର ନାୟକ, ଦାନଗଦି ବ୍ଲକ ଅଧ୍ୟକ୍ଷା
bite-5-ପ୍ରୀତିରଞ୍ଜନ ଘଡେଇ, ବିଧାୟକ ସୁକିନ୍ଦା

Conclusion:ଫାଭିଓ-ସୁକିନ୍ଦା ପାଇଁ ବିଜେଇ ତାର ପ୍ରାର୍ଥୀ ଘୋଷଣା କରିଥିବା ବେଳେ ବିଜେଡି ଓ କଂଗ୍ରେସ ଏ ଯାଏଁ ସେମାନଙ୍କ ପ୍ରାର୍ଥୀଙ୍କ ନାଁ ଘୋଷଣା କରିନାହାଁନ୍ତି। ତେବେ ପ୍ରଫୁଲ୍ଲ ଘଡେଇଙ୍କୁ ଦଳକୁ ଫେରାଇ ଆଣି ପୁଅ ପ୍ରୀତିରଞ୍ଜନଙ୍କୁ ପୁଣି ଥରେ ପ୍ରାର୍ଥୀ ହେବା ନେଇ ଗ୍ରିନ ସିଗନାଲ ଦେଇଥିବା ଚର୍ଚ୍ଚା ହେଉଛି ।ସେପଟେ ପ୍ରଫୁଲ୍ଲ ଓ ତାଙ୍କ ପୁଅ ଠାରୁ ଲଗାତର ହାରିଥିବା କଂଗ୍ରେସ ପ୍ରାର୍ଥୀ ଶରତ ରାଉତ ଟିକେଟ ପାଇଁ ପୁଣି ଜିତିବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.