ETV Bharat / state

ବିଭିନ୍ନ ଦାବି ନେଇ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ - fulfilling of several demands

ଯାଜପୁର ବିଞ୍ଝାରପୁର ବ୍ଲକ ବରପଦା ଗ୍ରାମର ମୃତ ଚାଷୀଙ୍କୁ ଚାଷୀ ବୋଲି ସ୍ବିକାର କରିବା ଦାବି ନେଇ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ । ଅଧିକ ପଢନ୍ତୁ...

farmers protests on fulfilling of several demands
ବିଭିନ୍ନ ଦାବି ନେଇ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା
author img

By

Published : Oct 14, 2020, 6:05 PM IST

ଯାଜପୁର: ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ । ଯାଜପୁର ବିଞ୍ଝାରପୁର ବ୍ଲକ ବରପଦା ଗ୍ରାମର ମୃତ ଚାଷୀ ରମାକାନ୍ତ ମଲିକ ଚାଷୀ ବୋଲି ସ୍ବିକାର କରିବା ଏବଂ ତାଙ୍କ ପରିବାରକୁ ତୁରନ୍ତ କ୍ଷତିପୂରଣ ଦେବା ଦାବି ନେଇ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ ।

ବିଭିନ୍ନ ଦାବି ନେଇ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

ନବ ନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାରଙ୍କ ନେତୃତ୍ୱରେ ଏକ ପ୍ରତିନିଧିଦଳ ଜଗନ୍ନାଥମନ୍ଦିରରୁ ଶୋଭାଯାତ୍ରାରେ ଆସି ଜିଲ୍ଳାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ରମାକାନ୍ତଙ୍କ ଆତ୍ମହତ୍ୟାକୁ ମାସେ ବିତିଯାଇଥିଲେ ମଧ୍ୟ ପ୍ରଶାସନ ମୃତ ଚାଷୀଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ କରିନାହିଁ କି ଚାଷୀ ଆତ୍ମହତ୍ୟାକୁ ସ୍ୱୀକାର କରୁନାହିଁ ।

ରମାକାନ୍ତଙ୍କ ପରିବାରକୁ କ୍ଷତିପୂରଣ ଏବଂ ସରକାର ଚାଷୀ ଆତ୍ମହତ୍ୟା ବୋଲି ସ୍ବିକାର ନକରେ ଆଗାମୀ ଦିନରେ ନବନିର୍ମାଣ କୃଷକ ସଂଗଠନ ରାଜରାସ୍ତାକୁ ଆସି ଆନ୍ଦୋଳନକୁ ଜୋରଦାର କରିବ ବୋଲି ସଂଗଠନର ପକ୍ଷରୁ ଅକ୍ଷୟ କୁମାର ଚେତାବନୀ ଦେଇଛନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.