ETV Bharat / state

ଉଦଯାପିତ ହେଲା ପୁରାଣ ପ୍ରସିଦ୍ଧ ବ୍ୟାସ ସରୋବର ମହୋତ୍ସବ - ଉଦଯାପିତ ହେଲା ବ୍ୟାସ ସରୋବର ମହୋତ୍ସବ

11 ଦିନ ଧରି ଚାଲିଥିବା ପୁରାଣ ପ୍ରସିଦ୍ଧ ବ୍ୟାସ ସରୋବର ମହୋତ୍ସବ ଉଦଯାପିତ ହୋଇଯାଇଛି । ଅଧିକ ପଢନ୍ତୁ...

aa
ଉଦଯାପିତ ହେଲା ପୁରାଣ ପ୍ରସିଦ୍ଧ ବ୍ୟାସ ସରୋବର ମହୋତ୍ସବ
author img

By

Published : Feb 16, 2020, 5:53 PM IST

ଯାଜପୁର: ପୁରାଣ ପ୍ରସିଦ୍ଧ ବ୍ୟାସ ସରୋବର ପୀଠରେ ଉଦଯାପିତ ହୋଇଛି ଚଳିତ ବର୍ଷର ବ୍ୟାସ ସରୋବର ମହୋତ୍ସବ । ଦୀର୍ଘ 11 ଦିନ ଧରି ଚାଲିଥିବା ଏହି ମହୋତ୍ସବର ଉଦଯାପନୀ ସଂନ୍ଧ୍ୟାରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁଦାମ ମାରାଣ୍ଡି । ପୀଠର ଉନ୍ନତିକରଣ ସହିତ ଏହି ପର୍ଯ୍ୟଟନ ସ୍ଥଳୀର ବିକାଶ ପାଇଁ ପଦକ୍ଷେପ ନିଆଯାଉଛି ବୋଲି ମନ୍ତ୍ରୀ କହିଛନ୍ତି ।

ଉଦଯାପିତ ହେଲା ପୁରାଣ ପ୍ରସିଦ୍ଧ ବ୍ୟାସ ସରୋବର ମହୋତ୍ସବ

ଏହାସହ ଉଦଯାପନୀ ସଂନ୍ଧ୍ୟାରେ ସ୍ଥାନୀୟ କୋରାଇ ବିଧାୟକ ଅଶୋକ କୁମାର ବଳ, ଜିଲ୍ଲାପରିଷଦ ଅଧ୍ୟକ୍ଷ ନରେଶ ଚନ୍ଦ୍ର ମହାନ୍ତି, ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ, କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ । ତେବେ ଦୀର୍ଘ 14 ବର୍ଷ ହେବ ମହୋତ୍ସବ ରୂପେ ପାଳନ କରିଆସୁଛି ପୌର ପ୍ରଶାସନ । ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ହିଁ ଏହାର ସମସ୍ତ ସୁପରିଚାଳନା ଦାୟିତ୍ବ ନିର୍ବାହ କରିଥିଲେ । ଆଧ୍ୟାତ୍ମିକ ଓ ସାଂସ୍କୃତିକ ବାତାବରଣ ମଧ୍ୟରେ ପୋଲିସ ପ୍ରଶାସନର ସହଯୋଗରେ ଶାନ୍ତିଶୃଙ୍ଖଳା ସହ ଶେଷ ହୋଇଛି ବ୍ୟାସସରୋବର ମହୋତ୍ସବ ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.