ETV Bharat / state

ମାନସିକ ବିକାରଗ୍ରସ୍ତ ପୁଅକୁ ମାରିଦେବା ଘଟଣା, ଭିଡିଓ ଭାଇରାଲ

ପଡୋଶୀଙ୍କ ସହ ଗଣ୍ଡଗୋଳ କରୁଥିବାରୁ ମାନସିକ ବିକୃତ ପୁଅକୁ ପିଟି ମାରିଦେଇଛନ୍ତି ପରିବାର ଲୋକେ । ଏହି ଦୁଃଖଦ ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

author img

By

Published : Jun 30, 2019, 2:11 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ଯାଜପୁର: ମାନସିକ ବିକାରଗ୍ରସ୍ତ ପୁଅକୁ ମାରିଦେଲେ ପରିବାର ଲୋକେ । ଏ ସଂପର୍କିତ ଏକ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ମାଆ, ଭାଇ, ଭାଉଜ ମିଶି ଯୁବକକୁ ପିଟି ପିଟି ହତ୍ୟା କରୁଛନ୍ତି । ଏପରି ଏକ ମର୍ମନ୍ତୁଦ ଘଟଣା ଘଟିଛି ଦାନଗଦି ବ୍ଲକ ଅନ୍ତର୍ଗତ ନୂଆଗାଁ ଅଞ୍ଚଳରେ । ଏହି ଘଟଣାରେ ପୋଲିସ ମୃତ ନରେନ୍ଦ୍ର ସାହୁଙ୍କର ମାକୁ ଥାନାରେ ଅଟକ ରଖିଛି । ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବ । ତେବେ ଏହି ଘଟଣାରେ ସଂପୃକ୍ତ ଭାଇ ଓ ଭାଉଜ ଫେରାର ଅଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ପଡୋଶୀଙ୍କ ସୂଚନା ଅନୁସାରେ, ମୃତ ନରେନ୍ଦ୍ରଙ୍କ ମାନସିକ ସ୍ଥିତି ଠିକ୍ ନ ଥିବାରୁ ସେ ଅନେକ ସମୟରେ ଗଣ୍ଡଗୋଳ କରିଥାଏ । ଏଥିରେ ଅତିଷ୍ଠ ହୋଇ ମା, ଭାଇ ଓ ଭାଉଜ ମିଶି ତାଙ୍କୁ ପ୍ରବଳ ବାଡେଇଥିଲେ । ଏହାପରେ ଗତକାଲି ସକାଳେ ନରେନ୍ଦ୍ର ସାହୁଙ୍କ ମୃତଦେହ ଘର ପାଖରେ ପଡିଥିବା ଦେଖିବାକୁ ମିଳିଛି । ମୃତଦେହ ନିକଟରୁ ରକ୍ତଭିଜା ଇଟା ଓ କୀଟନାଶକ ବୋତଲ ଜବତ କରାଯାଇଛି । ତେବେ ନରେନ୍ଦ୍ରଙ୍କୁ ପରିବାର ଲୋକେ ଆକ୍ରମଣ କରୁଥିବାବେଳର ଭିଡିଓ ଭାଇରାଲ ହୋଇଛି । ଯେଉଁଥିରେ ନରେନ୍ଦ୍ରଙ୍କ ମା ଇଟା ଓ ବାଡିରେ ତାଙ୍କୁ ଆକ୍ରମଣ କରୁଛନ୍ତି । ପୋଲିସ ସୋସିଆଲ ମିଡିଆରେ ଘୂରି ବୁଲୁଥିବା ଭିଡିଓକୁ ନେଇ ତଦନ୍ତ ଜାରି ରଖିଛି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

sample description
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.