ETV Bharat / state

ପରଲୋକରେ ବ୍ୟାସନଗର ପୌରପରିଷଦର ପୂର୍ବତନ ନଗରପାଳ ହୃଷିକେଶ ରାଉତ - jajpur news

ଯାଜପୁର ଜିଲ୍ଲା ବ୍ୟାସନଗର ପୌରପରିଷଦର ପୂର୍ବତନ ନଗରପାଳ ତଥା ବରିଷ୍ଠ ଆଇନିଜୀବୀ ହୃଷିକେଶ ରାଉତଙ୍କର 76 ବର୍ଷ ବୟସରେ ପରଲୋକ ହୋଇଛି । ଅଧିକ ପଢନ୍ତୁ...

ପରଲୋକରେ ବ୍ୟାସନଗର ପୌରପରିଷଦର ପୂର୍ବତନ ନଗରପାଳ ତଥା ବରିଷ୍ଠ ଆଇନିଜୀବୀ ହୃଷିକେଶ ରାଉତ

author img

By

Published : May 19, 2021, 10:39 PM IST

ଯାଜପୁର: ଜିଲ୍ଲା ବ୍ୟାସନଗର ପୌରପରିଷଦର ପୂର୍ବତନ ନଗରପାଳ ତଥା ବରିଷ୍ଠ ଆଇନିଜୀବୀ ହୃଷିକେଶ ରାଉତଙ୍କ 76 ବର୍ଷ ବୟସରେ ପରଲୋକ ହୋଇଛି । ସେ ଗତ କିଛି ଦିନ ହେବ ବ୍ରେନ ଷ୍ଟୋକରେ ପିଡିତ ହୋଇ ଚିକିତ୍ସିତ ହେଉଥିଲେ । ନିକଟରେ ସେ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ହଠାତ୍ ଆଜି(ବୁଧବାର) ସକାଳେ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ଚିକିତ୍ସା ପାଇଁ କଟକ ବଡ ଡାକ୍ତରଖାନାକୁ ନିଆଯାଉଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା । ହୃଷିକେଶ 1984 ଏବଂ 1992 ମସିହାରେ ସ୍ବାଧିନ ପ୍ରାର୍ଥୀ ଭାବେ ବ୍ୟାସନଗର ପୌରପରିଷଦର ଦୁଇ ଦୁଇ ଥର ଅଧ୍ୟକ୍ଷ ପଦରେ ନିର୍ବାଚିତ ହୋଇଥିଲେ । ସେ ଯାଜପୁର ଜିଲ୍ଲାର ପୂର୍ବତନ ମୁଖ୍ୟ ସରକାରୀ ଓକିଲ ଏବଂ ବ୍ୟାସନଗର ସ୍ବୟଂ ଶାସିତ ମହାବିଦ୍ୟାଳୟର ଗଭର୍ଣ୍ଣିଂ ବଡିର ସଭାପତି ଥିଲେ । ସେ ଯାଜପୁର ରୋଡ ଫେରୋକ୍ରୋମ କାରଖାନାର ସ୍ବୀକୃତିପ୍ରାସ୍ତ ଶ୍ରମିକ ସଂଗଠନର ସଭାପତି ମଧ୍ୟ ଥିଲେ ।

ଏହା ବ୍ୟତୀତ ସେ ବିଭିନ୍ନ ସାମାଜିକ ସଂଗଠନ ସହିତ ଜଡିତ ଥିଲେ । ସେ ଥରେ ବିଧାୟକ ପ୍ରାର୍ଥୀ ଭାବେ କୋରାଇ ବିଧାନସଭା ଆସନରୁ ନିର୍ବାଚନ ମଧ୍ୟ ଲଢିଥିଲେ । ତାଙ୍କ ମୃତ୍ୟୁରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ମରଶରୀରକୁ ଯାଜପୁର ରୋଡ କୋର୍ଟ, ବ୍ୟାସନଗର ପୌରପରିଷଦ କାର୍ଯ୍ୟାଳୟ ଏବଂ ବ୍ୟାସନଗର ସ୍ବୟଂଶାସିତ ମହାବିଦ୍ୟାଳୟକୁ ନିଆଯାଇ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଥିଲା । ଶ୍ରୀ ରାଉତଙ୍କ ପୁତୁରା ଦେବିଶିଷ ରାଉତ ମୁଖାଗ୍ନୀ ଦେଇଥିବା ବେଳେ ମରଶରୀର ନିକଟରେ ତାଙ୍କର ଦୁଇ ଝିଅ ମଧୁମିତା, ମଧୁସ୍ମିତା ଓ ଦୁଇନାତି ଉପସ୍ଥିତ ଥିଲେ । କୋରାଇ ବିଧାୟକ ଅଶୋକ କୁମାର ବଳ ମରଶରୀର ନିକଟରେ ପହଞ୍ଚି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଏହାପରେ ଖଣ୍ଡାହାତା ଗ୍ରାମରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.