ETV Bharat / state

ଇମାମୀ ବିରୁଦ୍ଧରେ ବଢୁଛି ଅସନ୍ତୋଷ, ଦ୍ୱିତୀୟ ଦିନରେ ବିସ୍ଥାପିତଙ୍କ ଆନ୍ଦୋଳନ

ଯାଜପୁର କଳିଙ୍ଗନଗର ଶିଳ୍ପାଞ୍ଚଳର ଇମାମୀ ସିମେଣ୍ଟ କାରଖାନାରେ ଲାଗିରହିଛି ଅଶାନ୍ତ ଝଡ । ନିଯୁକ୍ତି, ପାରିପାର୍ଶ୍ବିକ ଉନ୍ନତି ଓ ପ୍ରଦୂଷଣ ମୁକ୍ତ ପରିବେଶ ଦାବିରେ ସ୍ଥାନୀୟ ବେକାର ଓ ଜମିହରାଙ୍କ ଆନ୍ଦୋଳନ 2ୟ ଦିନରେ ପହଞ୍ଚିଛି । ଅଧିକ ପଢନ୍ତୁ...

emami-cement-strike-by-public-of-kalinganagar-industrial-area-of-jajpur-district
ଇମାମୀ ସିମେଣ୍ଟ କାରଖାନା ସମ୍ମୁଖରେ ଧାରଣା 2ୟ ଦିନରେ
author img

By

Published : Feb 12, 2020, 4:34 PM IST

ଯାଜପୁର: ଗତ କିଛି ଦିନ ହେବ ଯାଜପୁର କଳିଙ୍ଗନଗର ଶିଳ୍ପାଞ୍ଚଳର ଇମାମୀ ସିମେଣ୍ଟ କାରଖାନାରେ ଲାଗିରହିଛି ଅଶାନ୍ତ ଝଡ । ନିଯୁକ୍ତି, ପାରିପାର୍ଶ୍ବିକ ଉନ୍ନତି ଓ ପ୍ରଦୂଷଣ ମୁକ୍ତ ପରିବେଶ ଦାବିରେ ସ୍ଥାନୀୟ ବେକାର ଓ ଜମିହରାଙ୍କ ଆନ୍ଦୋଳନ 2ୟ ଦିନରେ ପହଞ୍ଚିଛି । ବୁଧବାର 2ୟ ଦିନରେ ଶତାଧିକ ଲୋକ କାରଖାନା ଫାଟକ ଆଗରେ ଧାରଣାରେ ବସିରହିଛନ୍ତି ।

ଇମାମୀ ସିମେଣ୍ଟ କାରଖାନା ସମ୍ମୁଖରେ ଧାରଣା 2ୟ ଦିନରେ

ସୂଚନା ମୁତାବକ କାରଖାନା ପ୍ରତିଷ୍ଠା ହେବା ପୂର୍ବରୁ କମ୍ପାନୀ ପକ୍ଷରୁ ଜମିହରା ତଥା ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦେବାକୁ ପ୍ରତିଶୃତି ଦିଆଯାଇଥିଲା । ମାତ୍ର ପ୍ରତିଶୃତି ପରେ ପ୍ରତିଶୃତି ମିଳିଥିଲେ ହେଁ କମ୍ପାନୀ ଆଜି ପର୍ଯ୍ୟନ୍ତ ସ୍ଥାନୀୟ ଲୋକଙ୍କୁ ଭଣ୍ଡାଇ ଆସୁଥିବା ଅଭିଯୋଗ ହୋଇଛି । ଫଳରେ ନିଯୁକ୍ତି ଓ ରୋଜଗାର ଆଶାରେ ଜମି ଦେଇ ସର୍ବସ୍ବ ହରାଇଥିବା ଗ୍ରାମବାସୀ ଏବେ ଚିନ୍ତାରେ ଦିନ କାଟୁଛନ୍ତି । ଯାହାର ପ୍ରତିବାଦରେ ମାଣତିରା ଗ୍ରାମର ଶତାଧିକ ଗ୍ରାମବାସୀ କାରଖାନା ସମ୍ମୁଖରେ ଦୁଇଦିନ ଧରି ଧାରଣାରେ ବସିରହିଥିଲେ ।

କାରଖାନାରୁ ନିର୍ଗତ ଧୂଳି, ଧୂଆଁ ଯୋଗୁଁ ସ୍ଥାନୀୟ ଅଧିବାସୀ ପ୍ରଦ୍ୟୁଷଣର ଶୀକାର ହୋଇଛନ୍ତି । ପରିସ୍ଥିତି ନିୟନ୍ତ୍ରଣ ପାଇଁ କାରଖାନା ଅଞ୍ଚଳରେ ଦୁଇ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ହେବା ସହ ପ୍ରଶାସନିକ ଅଧିକାରୀ ଓ ବରିଷ୍ଠ ପୋଲିସ୍ ଉପସ୍ଥିତ ରହିଛନ୍ତି । ଆନ୍ଦୋଳନକାରୀଙ୍କୁ ଥାନାରେ ଅଟକ ରଖାଯାଇଥିବା ବେଳେ କାରଖାନା କର୍ତ୍ତୃପକ୍ଷଙ୍କ ପୋଲିସ ପ୍ରଶାସନର ବରିଷ୍ଠ ଅଧିକାରୀ ମାନେ ସମସ୍ୟାର ସମାଧାନ ପାଇଁ ଆଲୋଚନା ଜାରି ରଖିଛନ୍ତି । ଆଜି ମଧ୍ୟାହ୍ନରେ ପୋଲିସ ସେମାନଙ୍କୁ ଗିରଫ କରି ଥାନାକୁ ନେଇଯାଇଥିଲା । ଗିରଫଙ୍କ ମଧ୍ୟରେ କେତେକ ମହିଳା ମଧ୍ୟ ସାମିଲ ଥିଲେ । ତେବେ ସେପଟେ ନ୍ୟାର୍ଯ୍ୟଦାବୀ ପୂରଣ ନହେବା ଯାଏ ମରିବୁ ପଛେ ଆନ୍ଦୋଳନରୁ ହଟିବୁ ନାହିଁ ବୋଲି ଆନ୍ଦୋଳନକାରୀ ମାନେ ଚେତାବନୀ ଦେଇଥିଲେ ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.