ETV Bharat / state

ସଇତାନ ସନ୍ତାନ, ବାପାକୁ ଟଙ୍ଗିଆରେ ହାଣି ହତ୍ୟା କଲା ପୁଅ

ନିଶାସକ୍ତ ପୁଅର ବର୍ବରକାଣ୍ଡ । ହିତାହିତ ଜ୍ଞାନ ଭୁଲିଗଲା ସନ୍ତାନ । ଜନ୍ମଦାତାକୁ ଟଙ୍ଗିଆରେ ହାଣି ହତ୍ୟା କଲା ପୁଅ । ଅଧିକ ପଢନ୍ତୁ

author img

By

Published : Mar 7, 2023, 5:37 PM IST

son brutally killed his father
ବାପାକୁ ଟଙ୍ଗିଆରେ ହାଣି ହତ୍ୟା କଲା ପୁଅ
ସଇତାନ ସନ୍ତାନ, ବାପାକୁ ଟଙ୍ଗିଆରେ ହାଣି ହତ୍ୟା କଲା ପୁଅ

ଯାଜପୁର: ସଇତାନ ସାଜିଲା ସନ୍ତାନ । ପୁଅକୁ ନିଶା ସଜାଇଲା ପିତୃହନ୍ତା । ଜନ୍ମଦାତାକୁ ହତ୍ୟା କଲା ପୁଅ । ନିଶାସକ୍ତ ଅବସ୍ଥାରେ ବାପାକୁ ଟାଙ୍ଗିଆରେ ହାଣି ବିଭତ୍ସ ଭାବେ ହତ୍ୟା କରିଛି ପୁଅ । ଏପରି ଲୋମହର୍ଷଣକାରୀ ଘଟଣା ଘଟିଛି ଯାଜପୁର ଜିଲ୍ଲା ଟମକା ଥାନା ଅନ୍ତର୍ଗତ ଚମ୍ପାଝର ଗାଁରେ । ଅଭିଯୁକ୍ତ ପୁଅକୁ ଗିରଫ କରିଛି ପୋଲିସ ।

ସୂଚନା ଅନୁଯାୟୀ ଗତକାଲି ରାତିରେ ପୁଅ ଲୁଗୁ ହେମ୍ରମ ନିଶାରେ ଚୁର ହୋଇ ଘରକୁ ଫେରିଥିଲା । ସେତେବେଳକୁ ତାଙ୍କ ଦ୍ବିତୀୟ ମାଆ ସହିତ ବାପା ପଡିଶା ଘର ଭୋଜିଖାଇ ଘରକୁ ଫେରିଥିଲେ। ପୁଅ ଘରକୁ ଫେରି ନିଶାସକ୍ତ ଅବସ୍ଥାରେ ବାପାକୁ ସମ୍ପତ୍ତି କଥା ପଚାରିଥିଲା ଏହାପରେ ଖାଇବାକୁ ମାଗିଥିଲ । ମାତ୍ର ବାପା ଓ ମାଆ ଖାଇବାକୁ ଦେବା ପରିବର୍ତ୍ତେ ଏତେ ଡେରି ଯାଏ କୁଆଡେ ଥିଲୁ ସେଇଠୁ ଖାଇକି ଆସିଲୁନି ଭଲି ବିଭିନ୍ନ କଥା କହିଥଲେ । ଘରେ ଏବେ ତୋ ପାଇଁ ଆଉ କିଛି ଖାଇବାକୁ ନାହିଁ ବୋଲି କହିଥିଲେ ବାପା। ଏହି କଥାକୁ ନେଇ ଉତକ୍ଷିପ୍ତ ହୋଇପଡିଥିଲା ପୁଅ ଲୁଗୁ ହେମ୍ବ୍ରମ୍। ନିଶାରେ ନିଜର ହିତାହତ ଜ୍ଞାନ ଭୁଲିଯାଇ ହାତରେ ଠେଙ୍ଗା ଭାବି ଟାଙ୍ଗିଆ ଧରି ବାପାକୁ ଅତି ବିଭତ୍ସ ଭାବରେ ହାଣି ପକାଇଥିଲା।

ବାପାକୁ ହତ୍ୟା କରିବା ପରେ ଦୁଷ୍କର୍ମ କରିଥିବା ଅଭିଯୋଗ ଆଣିଛନ୍ତି ଲୁଗୁଙ୍କ ଦ୍ବିତୀୟ ମାଆ । ମୃତକ ଜଣକ ହେଲେ ସାଧାଏ ହେମ୍ବ୍ରମ । ପାରିବାରିକ କଳହରୁ ଏହି ସାଂଘାତିକ ପରିଣତି ସୃଷ୍ଟି ହୋଇଛି। ବାପାର ଦ୍ବିତୀୟ ବିବାହ କରିବା ପରଠାରୁ ପରିବାରରେ ଅଶାନ୍ତି ଲାଗି ରହିଥିଲା । ଜମିବାଡି ସମ୍ପତ୍ତିକୁ ନେଇ ଅନେକ ସମୟରେ ବାପ ପୁଅ ମଧ୍ୟରେ ପାଟିତୁଣ୍ଡ ବାରମ୍ବାର ଲାଗୁଥିଲେ । ଗତକାଲି (ସୋମବାର) ରାତି ଥିଲା ବାପା ପାଇଁ ଶେଷ ରାତି ।

ପୁଅ ନିଶାସକ୍ତ ଅବସ୍ଥାରେ ବାପାଙ୍କୁ ହତ୍ୟା କରିଥିବା ଟମକା ଥାନାରେ ସ୍ବୀକାର କରିଛି। ଜମିବାଡି ବିବାଦ ଓ ପାରିବାରିକ କଳହକୁ କେନ୍ଦ୍ର କରି ଏଭଳି ଜଘନ୍ୟ କାଣ୍ଡ ଘଟିଥିବା କହିଛନ୍ତି ଲୁଗୁର ଦ୍ବିତୀୟ ମାଆ । ଖବର ପାଇ ଘଟଣା ସ୍ଥଳରେ ଟମକା ପୋଲିସ ପହଞ୍ଚିଥିଲା। ପୋଲିସ୍ ସେଠାରୁ କ୍ଷତାକ୍ତ ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ପୋଲିସ୍ ଅଭିଯୁକ୍ତ ପୁଅ ଲୁଗୁ ହେମ୍ବ୍ରମକୁ ଗିରଫ କରିଛି । ପୀଡିତା ଲୁଗୁର ଦ୍ବିତୀୟ ମାଆଙ୍କୁ ଡାକ୍ତରଖାନାକୁ ଆଣି ସେଠାରେ ଉଭୟଙ୍କର ଡାକ୍ତରୀ ମାଇନା କରାଇଛି। ମହିଳାଙ୍କ ଅଭିଯୋଗକୁ ଭିତ୍ତିକରି ଟମକା ପୋଲିସ ଅଭିଯୁକ୍ତ ବିରୋଧରେ ହତ୍ୟା ଓ ଦୁଷ୍କର୍ମ ମାମଲା ରୁଜୁ କରିଥିବା ଜଣାପଡିଛି। ଆଜି ପୋଲିସ ଅଭିଯୁକ୍ତକୁ ଥାନାରେ ଅଟକ ରଖି ପଚରାଉଚରା କରିବା ପରେ କୋର୍ଟ ଚାଲାଣ କରିଛି l ଯାଜପୁର ରୋଡ କୋର୍ଟରେ ଶୁଣାଣି ପରେ ଅଭିଯୁକ୍ତର ବେଲ ଖାରଜ ହୋଇଥିବା ସୂଚନା ମିଳିଛି ।

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.