ETV Bharat / state

ଦୀର୍ଘ 2ଘଣ୍ଟା ପରେ ପୋଖରୀରୁ ମିଳିଲା ମଙ୍ଗୁଲୁଙ୍କ ମୃତଦେହ - korai drowning case in jajpur

ଯାଜପୁର ଜିଲ୍ଲା କୋରେଇ ବ୍ଳକ ସାଦକପୁର ପଞ୍ଚାୟତ ସୁବେଦାର ମହଲ୍ଲୀ ସାହିବସ୍ତିରେ ଅଭାବନୀୟ ଘଟଣା । ପୋଖରୀରେ ବୁଡି ଯୁବକଙ୍କର ମୃତ୍ୟୁ ଘଟିଛି । ଦୀର୍ଘ 2 ଘଣ୍ଟା ଧରି ଖୋଜାଖୋଜି କଲା ପରେ ଓଡ୍ରାଫ୍ ଦଳ ପାଇଥିଲେ ମୃତଦେହ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଦୀର୍ଘ ୨ ଘଣ୍ଟା ପରେ ଓଡ୍ରାଫ ଟିମ ପୋଖରୀରୁ ଉଦ୍ଧାର କଲେ ମୃତଦେହ
ଦୀର୍ଘ ୨ଘଣ୍ଟା ପରେ ପୋଖରୀ ରେ ବୁଡିଥିବା ଯୁବକର ମୃତ ଦେହ ଉଦ୍ଧାର କଲେ odraf ଟିମ
author img

By

Published : Sep 9, 2020, 6:13 AM IST

ଯାଜପୁର: କୋରେଇ ବ୍ଳକ ସାଦକପୁର ପଞ୍ଚାୟତ ସୁବେଦାର ମହଲ୍ଲୀ ସାହିବସ୍ତିରେ ଅଭାବନୀୟ ଘଟଣା । ପୋଖରୀରେ ବୁଡି ଯୁବକଙ୍କର ମୃତ୍ୟୁ ଘଟିଛି । ମୃତ ଯୁବକ ମଙ୍ଗୁଲୁ ମୁଣ୍ଡା ପାଣିକୋଇଲି ଥାନା ବେଙ୍ଗସାହି ଅଞ୍ଚଳର ବୋଲି ଜଣାପଡିଛି ।

ଦୀର୍ଘ ୨ ଘଣ୍ଟା ପରେ ଓଡ୍ରାଫ ଟିମ ପୋଖରୀରୁ ଉଦ୍ଧାର କଲେ ମୃତଦେହ
ଦୀର୍ଘ ୨ ଘଣ୍ଟା ପରେ ଓଡ୍ରାଫ ଟିମ ପୋଖରୀରୁ ଉଦ୍ଧାର କଲେ ମୃତଦେହ

ସୂଚନା ମୁତାବକ କୌଣସି ଏକ କାମରେ ମଙ୍ଗୁଲୁ ପୋଖରୀ ବାଟ ଦେଇ ଯାଉଥିବା ସମୟରେ ଗୋଡ଼ ଖସିଯାଇ ପୋଖରୀରେ ପଡି ଯାଇଥିଲେ । ତେବେ ସ୍ଥାନୀୟ ଲୋକ ଉଦ୍ଧାର କରିବାକୁ ଲାଗିଥିଲେ ବି ଉଦ୍ଧାର କରିବାରେ ବିଫଳ ହୋଇଥିଲେ ଗ୍ରାମବାସୀ । ଶେଷରେ ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ଅଗ୍ନୀଶମ ବିଭାଗର କର୍ମଚାରୀ ଦୀର୍ଘ ସମୟ ଚେଷ୍ଟା କରି ମଧ୍ୟ ମୃତ ଯୁବକଙ୍କୁ ଖୋଜି ପାଇନଥିଲେ ।

ଶେଷରେ ସ୍ଥାନୀୟ ଲୋକ ଜିଲ୍ଲାପାଳଙ୍କୁ ସୂଚନା ଦେଇଥିଲେ । ତେବେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ କଳିଙ୍ଗନଗର ୩ୟ (irb) ବାଟେଲିୟନର ଓଡ୍ରାଫର ୧୫ ଜଣିଆ ଟିମ ଆସି ଦୀର୍ଘ ୨ଘଣ୍ଟା ଧରି ଖୋଜା ଖୋଜି କରି ମୃତଦେହକୁ ଉଦ୍ଧାର କରିଥିଲେ । ତେବେ ଘଟଣାସ୍ଥଳରେ କୋରେଇ ପୋଲିସ ପହଞ୍ଚି ମୃତ ମଙ୍ଗୁଲୁକୁ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.