ETV Bharat / state

ଯୌତୁକ ନିର୍ଯାତନା ଦେଇ ମହିଳାଙ୍କୁ ହତ୍ୟା ଅଭିଯୋଗ

ଯୌତୁକ ନିର୍ଯାତନା ଯୋଗୁଁ ମହିଳାଙ୍କୁ ହତ୍ୟା ଅଭିଯୋଗ । ଯାଜପୁର ବରୀ ଅଞ୍ଚଳର ଘଟଣା । ଅଧିକ ପଢନ୍ତୁ...

author img

By

Published : Jan 21, 2020, 6:57 PM IST

dowry death in jajpur
ପ୍ରତିକାତ୍ମକ ଫଟୋ

ଯାଜପୁର: ବରୀ ଥାନା ଅନ୍ତର୍ଗତ ଶଙ୍କରାକୂଳ ଗ୍ରାମରେ ଅଭାବନୀୟ ଘଟଣା। ଦେଢ଼ବର୍ଷ ତଳେ ବିବାହ କରିଥିବା ମହିଳାଙ୍କୁ ଶ୍ବଶୂରଘର ଲୋକେ ମାଡ଼ ମାରି ହତ୍ୟା କରିଥିବା ଅଭିଯୋଗ । ଏଭଳି ଅଭିଯୋଗ ଆଣିଛନ୍ତି ଝିଅର ବାପଘର ଲୋକେ ।

ଯୌତୁକ ନିର୍ଯାତନା ଦେଇ ମହିଳାଙ୍କୁ ହତ୍ୟା ଅଭିଯୋଗ

ସୂଚନା ଅନୁସାରେ, ମୃତା ମହିଳା ଉପର ବରୁହାଁ ଗ୍ରାମର ବ୍ରଜ କିଶୋର ଦାସଙ୍କ ଝିଅ ତୁଳସୀ । ୨୦୧୮ ମସିହା ଏପ୍ରିଲ ମାସରେ ବରୀ ଥାନାର ଶଙ୍କାରାକୂଳ ଗ୍ରାମର ଭିକାରି ମଲ୍ଳିକଙ୍କ ପୁଅ ରାମ ମଲ୍ଳିକଙ୍କୁ ସେ ବିବାହ କରିଥିଲେ । ବିବାହ ସମୟରେ ଦାବି ମୁତାବକ ସମସ୍ତ ଯୌତୁକ ଦିଆ ଯାଇଥିଲେ ମଧ୍ୟ ଶ୍ବଶୁରଘର ଲୋକ ଅଧିକ ଯୌତୁକ ଦାବି କରି ଆସୁଥିଲେ। ଏନେଇ ସେମାନେ ବୋହୂକୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଆସୁଥିଲେ।

ପୂର୍ବରୁ ଦୁଇ ପକ୍ଷ ଏହାକୁ ନେଇ ଆଲୋଚନା କରିବା ପରେ ସୁବିଧା ହେଲେ ଶ୍ବଶୁରଘର ଲୋକଙ୍କୁ ବାପଘର ଲୋକ ଟଙ୍କା ଦେବେ ବୋଲି ନିଷ୍ପତ୍ତି ହୋଇଥିଲା। ଏହା ସତ୍ତ୍ବେ ବି ଘରେ ସ୍ବାମୀ ନଥିବା ଅବସ୍ଥାରେ ନଣନ୍ଦମାନେ ତୁଳସୀଙ୍କୁ ନିର୍ଯାତନା ଦେଇ ଚାଲିଥିଲେ। ଗତକାଲି ଶ୍ବଶୁରଘର ଲୋକ ତୁଳସୀଙ୍କୁ ମାଡ଼ ମାରିବା ସହ ପେଜ ଢାଳି ପୋଡ଼ି ମାରି ବାପଘର ଲୋକ ଅଭିଯୋଗ ଆଣିଛନ୍ତି।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା,ଇଟିଭି ଭାରତ

Intro:ସ୍ଥାନ:ଯାଜପୁର                             ଭିଜୁଆଲ :ଡ଼ାଉରି ଡ଼େର୍ଥ
ତାରିଖ:୨୧.୦୧.୨୦୨୦                  
ରିପୋର୍ଟ: Gyanaranjan ojha
ପଂର୍ମାଟ: ଏଭିଓ
ସ୍ଲଗ: ବୋହୂଙ୍କୁ ଶଶୁରଘର ଲୋକେ ମାଡ଼ ମାରି ହତ୍ୟା ଅଭିଯୋଗ
ଆଙ୍କର
ଯାଜପୁର ଜିଲ୍ଲାର ବରୀ ଥାନା ଅନ୍ତର୍ଗତ ଶଙ୍କରାକୂଳ ଗ୍ରାମରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଦେଢ଼ବର୍ଷ ତଳେ ବିଭା ହୋଇ ଘରକୁ ଆସିଥିବା ବୋହୂଙ୍କୁ ଶଶୁରଘର ଲୋକେ ମାଡ଼ ମାରି ହତ୍ୟା କରିଥିବା ଝିଅର ବାପଘର ଲୋକେ ଅଭିଯୋଗ ଆଣିଛନ୍ତି। ସୂଚନା ଅନୁସାରେ, ସଦର ଥାନାର ଉପର ବରୁହାଁ ଗ୍ରାମର ବ୍ରଜ କିଶୋର ଦାସଙ୍କ ଝିଅ ତୁଳସୀ ବରୀ ଥାନାର ଶଙ୍କାରାକୂଳ ଗ୍ରାମର ଭିକାରି ମଲ୍ଳିକଙ୍କ ପୁଅ ରାମ ମଲ୍ଳିକଙ୍କୁ ୨୦୧୮ ମସିହା ଏପ୍ରିଲ ମାସରେ ବିବାହ କରିଥିଲେ। ବିବାହ ସମୟରେ ଦାବି ମୁତାବକ ସମସ୍ତ ଯୌତୁକ ଦିଆ ଯାଇଥିଲେ ମଧ୍ୟ ଶଶୁରଘର ଲୋକ ଅଧିକ ଯୌତୁକ ଦାବି କରି ଆସୁଥିଲେ। ଏନେଇ ଶଶୁରଘର ଲୋକେ ବୋହୂକୁ ଶାରୀରିକ ଓ ମାନସିକ ନିର୍ୟାତନ ଦେଇ ଆସୁଥିଲେ। ପୂର୍ବରୁ ଦୁଇ ପକ୍ଷ ଲୋକ ଏହାକୁ ନେଇ ଆଲୋଚନା କରିବା ପରେ ସୁବିଧା ହେଲେ ଶଶୁରଘର ଲୋକଙ୍କୁ ବାପଘର ଲୋକ ଟଙ୍କା ଦେବେ ବୋଲି କଥା ହୋଇଥିଲା। ତା ସତ୍ତ୍ବେ ବି ଘରେ ସ୍ବାମୀ ନଥିବା ଅବସ୍ଥାରେ ନଣନ୍ଦମାନେ ତୁଳସୀଙ୍କୁ ବହୁ ନିର୍ୟ୍ୟାତନା ଦେଇ ଚାଲିଥିଲେ। ଗତକାଲି ଶଶୁରଘର ଲୋକ ତୁଳସୀଙ୍କୁ ମାଡ଼ ମାରିବା ସହ ପେଜ ଢାଳି ପୋଡ଼ି ମାରି ଦେଇଥିବା ଖବର ପାଇଁ ବାପଘର ଲୋକ ସେଠାରେ ପହଞ୍ଚି ଯୌତୁକ ପାଇଁ ତାଙ୍କ ଝିଅର ହତ୍ୟା ହୋଇଛି ବୋଲି ଅଭିଯୋଗ ଆଣିଛନ୍ତି।
Body:newsConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.