ETV Bharat / state

ଚିକିତ୍ସା ଅଭାବରୁ ପ୍ରସୂତୀଙ୍କ ମୃତ୍ୟୁ ଅଭିଯୋଗ, ଟାୟର ଜାଳି ପ୍ରତିବାଦ - ଚିକିତ୍ସା ଅଭାବରୁ ପ୍ରସୂତୀଙ୍କ ମୃତ୍ୟୁ

ଚିକିତ୍ସା ଅବହେଳାରୁ ଜଣେ ପ୍ରସୂତୀଙ୍କ ମୃତ୍ୟୁ ଅଭିଯୋଗ । ଏହାକୁ ନେଇ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା ଦେଖାଯିବା ସହ ଭଙ୍ଗାରୁଜା କରାଯାଇଥିଲା । ଅଧିକ ପଢନ୍ତୁ...

_delivery patient death in jajpur
ଚିକିତ୍ସା ଅଭାବରୁ ପ୍ରସୂତୀଙ୍କ ମୃତ୍ୟୁ ଅଭିଯୋଗ
author img

By

Published : Feb 2, 2020, 12:33 PM IST

ଯାଜପୁର: ଚିକିତ୍ସା ଅବହେଳାରୁ ଜଣେ ପ୍ରସୂତୀଙ୍କ ମୃତ୍ୟୁ ଅଭିଯୋଗ । ଏହାକୁ ନେଇ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା ଦେଖାଯିବା ସହ ଭଙ୍ଗାରୁଜା କରାଯାଇଥିଲା। ଏ ଘଟଣାର ପ୍ରତିବାଦରେ ଡାକ୍ତରଖାନା ନିକଟରେ ଶବ ରଖି ରାସ୍ତାରୋକ କରିଛନ୍ତି ପରିବାର ଲୋକେ ।

ଜିଲ୍ଲାର ମଙ୍ଗଳପୁର ଥାନା ହସନପୁର ପଞ୍ଚାୟତ ଅନ୍ତର୍ଗତ ଚାନ୍ଦିପୁର ଗ୍ରାମର ରୁବିସ୍ମିତା ଜେନା(28) ପ୍ରସବ ଯନ୍ତ୍ରଣା କାରଣରୁ ତାଙ୍କୁ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଏହି ସମୟରେ କୌଣସି ଡାକ୍ତର କିମ୍ବା ନର୍ସ ସେଠାରେ ଉପସ୍ଥିତ ନରହି ଭୋଜି ଖାଇବାକୁ ଯାଇଥିଲେ । ପ୍ରସୂତିଙ୍କ ସମ୍ପର୍କିୟ ଡାକ୍ତରଙ୍କୁ ଡାକିବାକୁ ଯାଇଥିଲେ ହେଁ ସେମାନେ ଆସିନଥିଲେ । ଫଳରେ ପ୍ରସୂତୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।

ଚିକିତ୍ସା ଅଭାବରୁ ପ୍ରସୂତୀଙ୍କ ମୃତ୍ୟୁ ଅଭିଯୋଗ

ଏନେଇ ସମ୍ପୃକ୍ତ ଡାକ୍ତର ଓ ନର୍ସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରି ରାସ୍ତାରୋକ କରାଯାଇଛି । ଏନେଇ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ । ଅନ୍ୟପକ୍ଷେ ଘଟଣା ସମ୍ପର୍କରେ ଖବର ପାଇ ଯାଜପୁର ଅତିରିକ୍ତ ତହସିଲଦାଲ ପହଞ୍ଚି ଘଟଣାର ତଦନ୍ତ କରାଯିବ ବୋଲି ପ୍ରତିଶୃତି ଦେବା ସହ ମୃତକଙ୍କ ପରିବାରକୁ ବୁଝାସୁଝା କରିଛନ୍ତି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Intro:ସ୍ଥାନ: ଯାଜପୁର                                                                        ଭିଜୁଆଲ: ପେସେଣ୍ଟ ଡେଥ୍
ତାରିଖ: ୦୨.୦୨.୨୦୨୦
ରିପୋର୍ଟ:Gyanaranjan ojha
ପଂର୍ମାଟ୍: ଏଭିଓ
ସ୍ଲଗ : ଯାଜପୁର ମୁଖ୍ୟଚିକିଚାଳୟ ରେ ପ୍ରସୂତିର ମୃତ୍ୟୁକୁ ନେଇ ରାସ୍ତାରୋକ ।
ଆଙ୍କର
ଚିକିତ୍ସା ଅବହେଳା ରୁ ପ୍ରସୂତୀଙ୍କ ମୃତ୍ୟୁ ଓ ଏହାକୁ ନେଇ ଉତ୍ତେଜନା ଓ ଡାକ୍ତର ଖାନା ଭଙ୍ଗାରୁଜା ଅଭିଯୋଗ।ଯାଜପୁର ଜିଲ୍ଲା ମୁଖ୍ୟଚିକିତ୍ସାଳୟ ରେ ଘଟିଛି ଏଭଳି ଅଘଟଣ। ଘଟଣା ର ପ୍ରତିବାଦ ରେ ଡାକ୍ତର ଖାନା ନିକଟ ରାସ୍ତାରେ ମହିଳାଙ୍କ ଶବ ରଖି ରାସ୍ତାରୋକ କରିଛନ୍ତି ପରିବାର ଲୋକେ। ସୂଚନା ଅନୁସାରେ ମଙ୍ଗଳପୁର ଥାନା ହସନପୁର ପଞ୍ଚାୟତ ଅନ୍ତର୍ଗତ ଚାନ୍ଦିପୁର ଗ୍ରାମର ରୁବିସ୍ମିତା ଜେନା(୨୮) ଜନନୀ ଯନ୍ତ୍ରଣା ପାଇବାରୁ ଯାଜପୁର ମୁଖ୍ୟଚିକିଚାଳୟରେ ଗତକାଲି ଭର୍ତି ହୋଇଥିଲେ। ହେଲେ ଆଜି ଅତ୍ୟଧିକ ଯନ୍ତ୍ରଣା ହେବାରୁ ଡାକ୍ତରଙ୍କୁ ଡାକିଥିଲେ। ହେଲେ ଡାକ୍ତର କି କୌଣସି ନର୍ସ ମେଡିକାଲରେ ଉପସ୍ଥିତ ନ ରହି ଏକ ଭୋଜି ଖାଇବାକୁ ଯାଇଥିଲେ। ହେଲେ ପ୍ରସୂତିର ସମ୍ପର୍କୀୟ ଡାକ୍ତରଙ୍କୁ ଡାକିବାରୁ କେହି ଆସି ନଥିଲେ ଫଳରେ ଜନନୀ ଯନ୍ତ୍ରଣାରେ ଛଟପଟ ହୋଇ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ରେ ଚିକିତ୍ସା ରେ ଅବହେଳା କେଇଥିବା ଡାକ୍ତର ଏବଂ ନର୍ସ ଙ୍କ ଵିରୋଧ ରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରି ରାସ୍ତାରୋକ କରିଛନ୍ତି ପରିବାର ଲୋକେ। ପରେ ମୃତକଙ୍କ ସମ୍ପର୍କୀୟ ମାନେ ରାସ୍ତା ଅବରୋଧ କରିବା ସହ ମେଡିକାଲ ମଧ୍ୟରେ ଭଙ୍ଗାରୁଜା କରିଥିଲେ । ଏ ନେଇ ଡାକ୍ତର ଖାନା କର୍ତ୍ତୃପକ୍ଷ ଙ୍କ ପ୍ରତିକ୍ରିୟା ନେବା ପାଇଁ ଚେଷ୍ଟା କରିଥିଲେ ହେଁ ଡାକ୍ତର ଖାନା ରେ କୌଣସି ଡାକ୍ତର ନ ଥିବା ଜଣାପଡିଛି।ଘଟଣା ସମ୍ପର୍କରେ ଖବର ପାଇ ଯାଜପୁର ଅତିରିକ୍ତ ତହସିଲଦାର ପହଂଚି ଘଟଣା ର ତଦନ୍ତ କରାଯିବ ବୋଲି ପ୍ରତିଶ୍ରୁତି ଦେବା ସହ ମୃତକଙ୍କ ପରିବାର ଲୋକଙ୍କୁ ବୁଝାସୁଝା କରିଛନ୍ତି
Body:newsConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.