ETV Bharat / state

ବଦଳୁଛି ବ୍ୟାସନଗର ସହରର ଦୃଶ୍ୟ: ମନମୋହୁଛି କାନ୍ଥ-ବାଡର ରଙ୍ଗୀନ ଚିତ୍ର

author img

By

Published : Dec 26, 2020, 6:28 PM IST

ସଜେଇ ହେଉଛି ବ୍ୟାସନଗର ସହର। ବଦଳୁଛି ସହରର ଚିତ୍ର । ନୂଆ ନୂଆ ଲାଗୁଛି ପରିବେଶ । ଭଳିକି ଭଳି ଚିତ୍ରରେ ଝଲସୁଛି ବ୍ୟାସନଗର ସହରର ବିଭିନ୍ନ ସ୍ଥାନର କାନ୍ଥ ବାଡ଼ । ଅଧିକ ପଢନ୍ତୁ...

Decorating is the city of Byasanagar: a message of awareness on the wall fence
ସଜେଇ ହେଉଛି ବ୍ୟାସନଗର ସହର: କାନ୍ଥରେ ସଚେତନତାର ବାର୍ତ୍ତା

ଯାଜପୁର : ଭଳିକି ଭଳି ଚିତ୍ରରେ ଝଲସୁଛି ବ୍ୟାସନଗର ସହରର ବିଭିନ୍ନ ସ୍ଥାନର କାନ୍ଥ ବାଡ଼। କେଉଁଠି ମହାପୁରୁଷଙ୍କ ଚିତ୍ର ତ ଆଉ କେଉଁଠି ସଚେତନତାର ବାର୍ତ୍ତା । ଦେଖନ୍ତୁ ଏହି ଦୃଶ୍ୟ। କିଭଳି ଭଳିକି ଭଳି ରଙ୍ଗୀନ୍ ଚିତ୍ରରେ ଅଙ୍କାଯାଇଛି ଓଡ଼ିଶାର କଳା, ସଂସ୍କୃତି ଓ ଗାରିମାର ଗାଥା। ଏହାସାଙ୍ଗକୁ ସଚେତନତା ବାର୍ତ୍ତାର ଛାପ ଓ ସ୍ବଚ୍ଛତାର ନିଦର୍ଶନ। ସତେଯେମିତି ବଦଳି ଯାଇଛି ବ୍ୟାସନଗର ସହରର ଚିତ୍ର । ନୂଆ ନୂଆ ଲାଗୁଛି ପୁରା ପରିବେଶ । ସବୁଆଡେ ପରିଷ୍କାର ପରିଚ୍ଛନ୍ନତା ସ୍ପଷ୍ଟ ବାରି ହୋଇ ପଡୁଛି। ସହରର ପ୍ରମୁଖ ସ୍ଥାନରେ ଥିବା ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ପାଚେରୀରେ ଆମ ଐତିହ୍ୟ ପରମ୍ପରାକୁ ନେଇ ଭଳିକି ଭଳି ଚିତ୍ର ଅଙ୍କନ କରାଯାଉଛି। ସହରବାସୀ ଓ ପଥଚାରୀଙ୍କ ପାଇଁ ଏହା ସାଜିଛି ଆକର୍ଷଣର କେନ୍ଦ୍ରବିନ୍ଦୁ। ପୌର ପ୍ରଶାସନର ଏଭଳି ଉଦ୍ୟମକୁ ପ୍ରଶଂସା କରିଛନ୍ତି ସହରବାସୀ।

ସହରର ସୌନ୍ଦର୍ଯ୍ୟ ବୃଦ୍ଧି କରାଇବାକୁ ଏହାର ସ୍ବଚ୍ଛତା ଓ ପରିମଳ ବ୍ୟବସ୍ଥା ଉପରେ ମଧ୍ୟ ଧ୍ୟାନ କେନ୍ଦ୍ରିତ କରିଛି ପ୍ରଶାସନ । ସ୍ବଚ୍ଛ ସର୍ବେକ୍ଷଣରେ ସହରର ସ୍ବଚ୍ଛତାକୁ ପୌର ପ୍ରଶାସନ ପକ୍ଷରୁ ଗୁରୁତ୍ବ ଦିଆଯାଇଛି। ପୂର୍ବରୁ ସହରରେ ଅଳିଆ ଆବର୍ଜନା ସଂଗ୍ରହ କରିବାକୁ ୨୧ଟି ବ୍ୟାଟେରୀ ଚାଳିତ ଗାଡି ନିୟୋଜିତ କରାଯାଇଥିବା ବେଳେ ଏବେ ସ୍ବଚ୍ଛତା ଅନ୍ କଲ୍ ନାମରେ ଏକ ମୋବାଇଲ ନମ୍ବର ଜାରି କରାଯାଇଛି। ଆବର୍ଜନା ସଂଗ୍ରହ ପାଇଁ କିମ୍ବା ସ୍ବଚ୍ଛତା ସମ୍ବନ୍ଧରେ କୌଣସି ଅଭିଯୋଗ ଥିଲେ ଏହି ନମ୍ବରରେ ଲୋକେ ଯୋଗାଯୋଗ କରିବାକୁ ପୌର ପ୍ରଶାସନ ପକ୍ଷରୁ କୁହାଯାଇଛି। ସରକାରଙ୍କ ସ୍ବଚ୍ଛ ଭାରତ ଅଭିଯାନରେ ଏକ ନମ୍ବର ହେବାକୁ ସବୁ ସହର ମଧ୍ୟରେ ଏକ ପ୍ରକାର ପ୍ରତିଯୋଗିତା ଚାଲିଛି। ତେଣୁ ସେହି କ୍ରମରେ ବ୍ୟାସନଗର ସହରକୁ ସୁନ୍ଦର ଓ ସ୍ବଚ୍ଛ କରିବାକୁ ଏଭଳି ଉଦ୍ୟମ ଆରମ୍ଭ ହୋଇଥିବା ପୌର ନିର୍ବାହୀ ଅଧିକାରୀ କହିଛନ୍ତି। ସହର ସୁନ୍ଦର ପରିମଳ ପାଇଁ ପୌର ପ୍ରଶାସନର ଏଭଳି ପଦକ୍ଷେପକୁ ବିଭିନ୍ନ ମହଲରେ ପ୍ରସଂଶା କରାଯାଉଛି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.