ଯାଜପୁର: ଯାଜପୁର ଜିଲ୍ଲା ରସୁଲପୁର ବ୍ଳକ କଲଣ ଗ୍ରାମରେ ପ୍ରତିବର୍ଷ ପରି ଏଥର ମଧ୍ୟ ଅନୁଷ୍ଠିତ ହୋଇଛି ଦଶହରା ବଳଦ ପ୍ରତିଯୋଗିତା । ଦୀର୍ଘ ବର୍ଷ ଧରି ଚାଲିଆସୁଥିବା ପ୍ରତିଯୋଗିତା ଚଳିତ ବର୍ଷ 61 ବର୍ଷରେ ପହଞ୍ଚିଥିବା ବେଳେ ଏହି ପ୍ରତିଯୋଗିତାରେ ଭାଗ ନେଇଥିଲେ 13 ହଳ ବଳଦ ।
ପରମ୍ପରା ବଞ୍ଚାଇବାକୁ ଯାଇ ପ୍ରତିବର୍ଷ ପରି ଏବର୍ଷ ପଞ୍ଚାୟତର ସରପଞ୍ଚ ସନ୍ଧ୍ୟରାଣୀ ସାହୁ ନେତୃତ୍ବରେ ଅନୁଷ୍ଠିତ ହୋଇଛି ଏହି ନିଆରା ପ୍ରତିଯୋଗିତା। ଏବର୍ଷ ଆଖପାଖ ଗ୍ରାମର ୧୩ ହଳ ବଳଦ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। କୋରୋନା ସଂକ୍ରମଣ ଭୟ ଓ କୋଭିଡ ନିୟମକୁ ଆଖି ଆଗରେ ରଖି ଏବର୍ଷ ଦର୍ଶକଙ୍କ ଭିଡ ଉପରେ ସାମାନ୍ୟ ରୋକ ଲଗାଯାଇଥିଲା । ଚଳିତ ବର୍ଷପ୍ରଥମ ଥର ପାଇଁ କୌଣସି ବଳଦଙ୍କୁ ବିଜେତା ବା ପ୍ରଥମ ଓ ଦ୍ବିତୀୟ ଭାବେ ଚିହ୍ନଟ କରାନଯାଇ ସମସ୍ତ ଅଶଂ ଗ୍ରହମ କାରୀ ବଳଦଙ୍କୁ ସାନ୍ତ୍ବନା ମୁଳକ ଭାବେ ଉପଢକ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଉପଭୋଗ କରିବା ସମୟରେ ସ୍ଥାନୀୟ ଲୋକେ ନିଜ ନିଜ ମଧ୍ୟରେ ସାମାଜିକ ଦୁରତା ବଜାୟ ରଖିବା ସହ ମାସ୍କ ପିନ୍ଧିଥିବା ଦେଖିବାକୁ ମିଳିଥିଲା ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ