ETV Bharat / state

ବନଶୀ କଣ୍ଟାରେ ମାଛ ବଦଳରେ ପଡିଲା କୁମ୍ଭୀର ଛୁଆ - ପଗିଡିଆ ନଦୀରୁ ଉଦ୍ଧାର ହେଲା କୁମ୍ଭୀର ଛୁଆ

କଣ୍ଟା ଛଡ଼ରେ ପଡ଼ିଲା କୁମ୍ଭୀର ଛୁଆ । ମାଛ ବଦଳରେ କୁମ୍ଭୀର ଛୁଆ । ବରୀ ବ୍ଲକ ରମ୍ପା ଗାଁର ପଗିଡିଆ ନଦୀରୁ ଉଦ୍ଧାର ହେଲା କୁମ୍ଭୀର ଛୁଆ । ଅଧିକ ପଢ଼ନ୍ତୁ

କଣ୍ଟା ଛଡ଼ରେ ମାଛ ବଦଳରେ କୁମ୍ଭୀର ଛୁଆ
କଣ୍ଟା ଛଡ଼ରେ ମାଛ ବଦଳରେ କୁମ୍ଭୀର ଛୁଆ
author img

By

Published : Sep 14, 2022, 1:43 PM IST

ଯାଜପୁର: କଣ୍ଟା ଛଡ଼ରେ ମାଛ ବଦଳରେ କୁମ୍ଭୀର ଛୁଆ । ଯାହାକୁ ଦେଖି ମାଛ ଧରିବାକୁ ଯାଇଥିବା ବ୍ୟକ୍ତି ଜଣକ ଭୟଭୀତ ହୋଇ ପଡ଼ିଥିଲେ । ସୂଚନାନୁସାରେ ମଙ୍ଗଳବାର ସକାଳୁ ବରୀ ବ୍ଲକ ରମ୍ପା ଗାଁର କୁନା ମଲ୍ଲିକ ମାଛ ଧରିବା ପାଇଁ ପାଖରେ ଥିବା ପଗିଡିଆ ନଦୀକୁ ଯାଇଥିଲେ । ସେଠାରେ କଣ୍ଟା ଛଡ଼ ପକାଇଥିଲେ । ଆଉ ଛଡ଼ରେ ଆସିନଥିଲା ମାଛ । ମାଛ ବଦଳରେ ଏକ କୁମ୍ଭୀର ଛୁଆ ପଡ଼ିଥିଲା ।

କଣ୍ଟା ଛଡ଼ରେ ମାଛ ବଦଳରେ କୁମ୍ଭୀର ଛୁଆ

ସଙ୍ଗେ ସଙ୍ଗେ କୁନା ସାଥିରେ ଯାଇଥିବା ଟୁଟୁନକୁ ଡାକିଥିଲେ । ଉଭୟ କୁମ୍ଭୀର ଛୁଆକୁ ସାଇକେଲରେ ବାନ୍ଧି ଗାଁରେ ବୁଲାଇଥିଲେ । ଯାହାକୁ ଦେଖି ଗ୍ରାମବାସୀ ଭୟଭୀତ ହୋଇ ପଡ଼ିଥିଲେ। ପରେ କୁମ୍ଭୀରକୁ ଗାଁକୁ ଆଣି ନେଉଳିଆ ନିକଟରେ ଏକ ରଶିରେ ବାନ୍ଧି ରଖାଯାଇଥିଲା। ଏହାକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମିଥିଲା । ସବୁ ବେଳେ ମାଛ ଧରିବାକୁ ପକେଇଥିବା କଣ୍ଟା ଛଡରେ କୁମ୍ଭୀରକୁ ଦେଖି କୁନା ପ୍ରଥମେ ଭୟଭୀତ ହୋଇଯାଇଥିଲେ । ଏ ସମ୍ପର୍କରେ ବନ ବିଭାଗକୁ ଖବର ଦିଆଯାଇଛି । ତେବେ ବନବିଭାଗ ଆସିଲେ କୁମ୍ଭୀରଟିକୁ ନେବେ ବୋଲି କହିଛନ୍ତି କୁନା ମଲ୍ଲିକ କହିଛନ୍ତି ।

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.