ଯାଜପୁର: ଯାଜପୁର ଦଶରଥପୁର ଦତ୍ତପୁର ପଞ୍ଚାୟତ ବନ୍ୟାଞ୍ଚଳରେ କୁମ୍ଭୀର ଆତଙ୍କ ସୃଷ୍ଟି କରିଛି । ବାଲିପାଟଣା ଏବଂ ହେମନ୍ତପୁର ଗ୍ରାମ ବାଟେ ପ୍ରବାହିତ ବୈତରଣୀ ନଦୀ କୂଳରେ ବୁଲୁଛି କୁମ୍ଭୀର ।
ଦୁଇଦିନ ତଳେ ହେମନ୍ତପୁରରେ କୁମ୍ଭୀର ଦେଖାଯାଇଥିବା ଗ୍ରାମବାସୀଙ୍କ ପକ୍ଷରୁ ସୂଚନା ମିଳିଛି । ପୁନଶ୍ଚ ଆଜି(ଶନିବାର) ବାଲିପାଟଣା ଗାଁ ନିକଟରେ ଦେଖାଦେଇଛି ଏହି କୁମ୍ଭୀର । ଯାହାକୁ ନେଇ ଗ୍ରାମବାସୀ ଭୟଭୀତ ହୋଇପଡିଛନ୍ତି । ବନ୍ୟା ଜଳରେ କୁମ୍ଭୀରଟି ଚାଲି ଆସିଥିବା ଅନୁମାନ କରାଯାଉଛି । ତୁରନ୍ତ ଏହି କୁମ୍ଭୀରକୁ ଧରିନେବାକୁ ଗ୍ରାମବାସୀ ଦାବି କରିଛନ୍ତି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ