ETV Bharat / state

ରଶି ଲଗାଇ ଦମ୍ପତିଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

ଯାଜପୁର ଜିଲ୍ଲା କୋରେଇ ଥାନା ଅଞ୍ଚଳରେ ରଶି ଲଗାଇ ଦମ୍ପତି ଆତ୍ମହତ୍ୟା କରିଛନ୍ତି । ଅଧିକ ପଢନ୍ତୁ...

author img

By

Published : Jul 24, 2021, 7:45 PM IST

ରସି ଲଗାଇ ଦମ୍ପତିଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

ଯାଜପୁର: ଜିଲ୍ଲା କୋରାଇ ଥାନା ଜୁଗଳ ଗ୍ରାମରେ ଦମ୍ପତିଙ୍କ ଆତ୍ମହତ୍ୟା । ଗତ ଶୁକ୍ରବାର ରାତିରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି ସ୍ବାମୀ ଓ ସ୍ତ୍ରୀ । ତେବେ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି ।

ସ୍ତ୍ରୀ ଘର ଭିତରେ ଆତ୍ମହତ୍ୟା କରିଥିବାବେଳେ ସ୍ବାମୀ ଘର ବାହାରେ ଥିବା ଏକ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ସ୍ବାମୀଙ୍କ ନାମ ସାନ୍ତନୁ ଜେନା ହୋଇଥିବା ବେଳେ ସ୍ତ୍ରୀ ହେଉଛନ୍ତି ସବିତା ଜେନା । ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି । ମିଳିଥିବା ସୂଚନା ଅନୁସାରେ ଗତ ଶୁକ୍ରବାର ରାତିରେ ଦମ୍ପତି ଭୋଜନ ପରେ ଶୋଇବାକୁ ଯାଇଥିଲେ। ପରେ ପୁଅର ପାଟି ଶୁଣି ପରିବାର ଲୋକେ ଉଠି ବୋହୂର ଝୁଲନ୍ତା ମୃତଦେହ ଦେଖିବାକୁ ପାଇଥିବା କହିଛନ୍ତି । କିଛି ସମୟ ପରେ ଘର ପଛ ପାଖରେ ଥିବା ଏକ ଗଛରେ ପୁଅର ମୃତଦେହ ଦେଖିଥିଲେ।

ପରେ ଏନେଇ ପୋଲିସକୁ ଖବର ଦେଇଥିଲେ ପରିବାର ଲୋକେ। ସେପଟେ ମହିଳାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ମୃତ ମହିଳାଙ୍କ ପରିବାର। ଗତ ୫ ବର୍ଷ ହେବ ଏହି ଦମ୍ପତି ବିବାହ କରିଥିବା ବେଳେ ତାଙ୍କର ସନ୍ତାନ ନଥିଲା । ଏନେଇ ବିଭିନ୍ନ ସମୟରେ ତାଙ୍କ ସ୍ବାମୀଙ୍କ ସହ ତାଙ୍କ ପରିବାର ଲୋକେ ତାଙ୍କୁ ନିର୍ଯାତନା ଦେଉଥିଲେ। ପୂର୍ବରୁ ଅନେକଥର ଦମ୍ପତିଙ୍କ ମଧ୍ୟରେ ଝଗଡ଼ା ହେଉଥିବା ବେଳେ ସ୍ତ୍ରୀ ବାପଘରକୁ ଚାଲି ଯାଉଥିଲେ।

ତେବେ ଏହି କାରଣରୁ ପ୍ରଥମେ ସ୍ତ୍ରୀଙ୍କୁ ହତ୍ୟା କରିବା ପରେ ତାଙ୍କ ସ୍ବାମୀ ଆତ୍ମହତ୍ୟା କରିଥିବା ମୃତ ମହିଳାଙ୍କ ପରିବାର ଲୋକେ କହିଛନ୍ତି । ଏତଲା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.