ଯାଜପୁର: ରାଜ୍ୟରେ କୋରୋନା ଚିନ୍ତା ବଢାଉଛି । କୋରୋନା ପାଇଁ ସବୁ ପାର୍ବଣ ବିନା ଭକ୍ତରେ ପାଳନ ହେଉଛି । ବିରଜା ମାଙ୍କ ରଥଯାତ୍ରାରେ କେବଳ ସେବାୟତ ମାନେ ହିଁ ଯୋଗ ଦେବେ । କୋରୋନା ଲକ୍ଷଣ ଥିଲେ ଭୂତାଣୁରୁ ରକ୍ଷା ପାଇବାକୁ କୋରୋନା ପରୀକ୍ଷା କରାଯାଉଛି । ତେଣୁ ମାଙ୍କ ସେବାୟତମାନଙ୍କ କୋରୋନା ଟେଷ୍ଟ କରାଯାଇଛି । କୋଭିଡ ନିୟମ ଅନୁକରଣ କରି ରଥଯାତ୍ରାରେ ସାମିଲ ହୋଇଥିବା ସେବାୟତଙ୍କ ଏହା ଦ୍ବିତୀୟ ପର୍ଯ୍ୟାୟରେ କୋରୋନା ଟେଷ୍ଟ ।
ବିରଜା କଲ୍ୟାଣ ମଣ୍ଡପ ପରିସରରେ ବିରଜା ମାଙ୍କ 60ରୁ ଅଧିକ ସେବାୟତଙ୍କର ସ୍ବାବ ନମୁନା ପରୀକ୍ଷା କରାଯାଇଛି । ଏଥିରେ ଯେଉଁ ମାନଙ୍କର ନେଗେଟିଭ ବାହାରିବ ସେମାନେ ମାଙ୍କ ରଥଯାତ୍ରାରେ ସାମିଲ ହୋଇପାରିବେ । ସେବାୟତଙ୍କର ତିନୋଟି ପର୍ଯ୍ୟାୟରେ କୋଭିଡ଼ି ଟେଷ୍ଟ ରଖା ଯାଇଥିବାବେଳେ ଆଜି ଦ୍ବିତୀୟ ପର୍ଯ୍ୟୟ କୋଭିଡ଼ି ଟେଷ୍ଟ କରାଯାଇଛି । ତେବେ ଆସନ୍ତା ୨୧ ତାରିଖ ଦିନ ସେବାୟତଙ୍କର ତୃତୀୟ ପର୍ଯ୍ୟାୟ କୋଭିଡ଼ି ଟେଷ୍ଟ କରାଯିବ ବୋଲି କହିଛନ୍ତି ଯାଜପୁର ତହସିଲିଦାର ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ