ETV Bharat / state

କୋରୋନାକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ପାଇଁ ପ୍ରଶାସନର କଡା ପଦକ୍ଷେପ - କୋରୋନା ସଂକ୍ରମଣ

ଯାଜପୁର ଜିଲ୍ଲାରେ କୋରୋନାକୁ ନିୟନ୍ତ୍ରଣ କରିବା ପାଇଁ ଆହୁରି ପଦକ୍ଷେପ ନିଆଯାଉଛି । ପ୍ରତି ବ୍ଲକ ସ୍ତରରେ ଅଧିକରୁ ଅଧିକ ପରୀକ୍ଷା କରାଯିବ । ଯଦି କୌଣସି ବ୍ୟକ୍ତିଙ୍କ ଦେହରେ କୋରୋନାର ଲକ୍ଷଣ ପ୍ରକାଶ ପାଉଛି ତା ହେଲେ ସେମାନେ ନିକଟସ୍ଥ ଆଶାକର୍ମୀ କିମ୍ବା ଅଙ୍ଗନବାଡି କର୍ମୀଙ୍କୁ ଯୋଗାଯୋଗ କରିପାରିବେ । ଅଧିକ ଖବର ପଢନ୍ତୁ...

କୋରୋନାକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ପାଇଁ ପ୍ରଶାସନର କଡା ପଦକ୍ଷେପ

author img

By

Published : Aug 10, 2020, 4:54 PM IST

ଯାଜପୁର: ଜିଲ୍ଲାରେ କୋରୋନାକୁ ନିୟନ୍ତ୍ରଣ କରିବା ପାଇଁ ଆହୁରି ପଦକ୍ଷେପ ନିଆଯାଉଛି । ପ୍ରତି ବ୍ଲକ ସ୍ତରରେ ଅଧିକରୁ ଅଧିକ ପରୀକ୍ଷା କରାଯିବ । ଯଦି କୌଣସି ବ୍ୟକ୍ତିଙ୍କ ଦେହରେ କୋରୋନାର ଲକ୍ଷଣ ପ୍ରକାଶ ପାଉଛି ତା ହେଲେ ସେମାନେ ନିକଟସ୍ଥ ଆଶାକର୍ମୀ କିମ୍ବା ଅଙ୍ଗନବାଡି କର୍ମୀଙ୍କୁ ଯୋଗାଯୋଗ କରିପାରିବେ । ନହେଲେ ସେମାନେ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ଯୋଗାଯୋଗ କଲେ ସେମାନଙ୍କର କୋଭିଡ ପରୀକ୍ଷା କରାଯାଇପାରିବ ବୋଲି ଆଜି ଜିଲାପାଳ ରଞ୍ଜନ କୁମାର ଦାସ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

କୋରୋନାକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ପାଇଁ ପ୍ରଶାସନର କଡା ପଦକ୍ଷେପ

ସେହିପରି କୌଣସି ବ୍ୟକ୍ତିଙ୍କ ଠାରେ କୋରୋନାର ଲକ୍ଷଣ ନଥିଲେ ସେମାନଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି । ଘରେ ନିଜର ସମସ୍ତ ଚିକିତ୍ସା ସେବା ଯୋଗାଇ ଦିଆଯିବ । ଲକ୍ଷଣ ଥିଲେ କୋଭିଡ ହସ୍ପିଟାଲ କିମ୍ବା କୋଭିଡ କେୟାର ୟୁନିଟରେ ଚିକିତ୍ସା କରାଯିବ । ଯାଜପୁର ଏନସି କଲେଜ ପରିସରରେ ଥିବା କୋଭିଡ କେୟାରର କ୍ଷମତା 459ରୁ 650 ବେଡରେ ପରିଣତ କରାଯିବ ।

ପ୍ରତିଦିନ 2000 ରୁ ଅଧିକ ସାମ୍ପୁଲ ସଂଗ୍ରହ କରାଯିବ । ଆଗାମୀ ସେପ୍ଟେମ୍ବର ମାସ ସୁଦ୍ଧା ଜିଲ୍ଲାର 3ହଜାର ନମୂନା ପରୀକ୍ଷା କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ଜିଲ୍ଲାପାଳ ଏହି ସମ୍ମିଳନୀରେ ସୂଚନା ଦେଇଛନ୍ତି।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.