ETV Bharat / state

ନଗଡାବାସୀଙ୍କୁ କୋରୋନା ପାଇଁ ସଚେତନ କଲା ଜିଲ୍ଲା ପ୍ରଶାସନ - Corona awareness by collector

ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସଙ୍କ ନେତୃତ୍ବରେ ଆଜି ଜିଲ୍ଲା ପ୍ରଶାସନର ଏକ ପ୍ରତିନିଧି ଦଳ ନଗଡା ଓ ସୁକିନ୍ଦା କାଳିଆପାଣି ଖଣି ଗସ୍ତ କରି ଲୋକମାନଙ୍କୁ କରୋନା ସମ୍ପର୍କରେ ସଚେତନ କରାଇଛନ୍ତି । ଅଧିକ ପଢନ୍ତୁ...

corona-awareness-by-collector
କରୋନା ପାଇଁ ନଗଡାବାସୀଙ୍କୁ ସଚେତନ କଲା ଜିଲ୍ଲା ପ୍ରଶାସନ
author img

By

Published : Mar 18, 2020, 8:52 PM IST

ଯାଜପୁର: କୋରୋନା ପାଇଁ ନଗଡାବାସୀଙ୍କୁ ସଚେତନ କରାଇଲା ଜିଲ୍ଲା ପ୍ରଶାସନ । ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସଙ୍କ ନେତୃତ୍ବରେ ଆଜି ଜିଲ୍ଲା ପ୍ରଶାସନର ଏକ ପ୍ରତିନିଧି ଦଳ ନଗଡା ଓ ସୁକିନ୍ଦା କାଳିଆପାଣି ଖଣି ଗସ୍ତ କରି ଲୋକମାନଙ୍କୁ କରୋନା ସମ୍ପର୍କରେ ସଚେତନ କରାଇଛନ୍ତି ।

କରୋନା ପାଇଁ ନଗଡାବାସୀଙ୍କୁ ସଚେତନ କଲା ଜିଲ୍ଲା ପ୍ରଶାସନ

ପ୍ରତିନିଧି ଦଳରେ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର, ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକଙ୍କ ସମେତ ଜିଲ୍ଲା ସୂଚନା ଲୋକସମ୍ପର୍କ ଅଧିକାରୀ, ସ୍ଥାନୀୟ ସୁକିନ୍ଦା ବିଡିଓ ଓ ସ୍ବାସ୍ଥ୍ୟ ଅଧିକାରୀ ପ୍ରମୁଖ ସାମିଲ ଥିଲେ । ଏହି ଅବସରରେ ଆଉ ଏକ ଟିମ ଦ୍ବାରା ନଗଡାରେ ଲୋକମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା ମଧ୍ୟ କରାଯାଇଥିଲା । ନିଜକୁ କୋରୋନାର ସଂକ୍ରମଣକୁ ରୋକିବା ପାଇଁ ଲୋକମାନେ ସଫାସୁତରା ରହିବା ଉପରେ ଅଧିକ ଗୁରୁତ୍ବ ଦେବା ଆବଶ୍ୟକ ବୋଲି ଜିଲ୍ଲାପାଳ କହିଥିଲେ ।

ଲୋକମାନେ ମୁହଁରେ ମାସ୍କ ପିନ୍ଧିବା ସହ ଅନାବଶ୍ୟକ ଭାବେ ବାହାରେ ଅଧିକ ବୁଲାବୁଲି କରିବା ଉଚିତ୍ ନୁହେଁ ବୋଲି ସେ ମତ ଦେଇଥିଲେ । ଗୋଟିଏ ସ୍ଥାନରେ ଅଧିକ ଲୋକ ଏକାଠି ହୋଇ ନରହିବା ଏବଂ ଅଧିକ ଲୋକଙ୍କ ସଂସ୍ପର୍ଶରେ ନଆସିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ଏହି ଟିମ୍ ସୁକିନ୍ଦା ଖଣି ଉପତ୍ୟାକାର କାଳିଆପାଣି ଖଣି ଅଞ୍ଚଳ ପରିଦର୍ଶନ କରି ଲୋକମାନଙ୍କୁ ସଚେତନ କରାଇବା ସହ ଖଣି ସଂସ୍ଥା କର୍ତ୍ତୃପକ୍ଷଙ୍କୁ ମଧ୍ୟ ଏଥିପାଇଁ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଥିଲେ ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.