ETV Bharat / state

11 ଦଫା ଦାବି ନେଇ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଘେରିଲା ମଜଦୁର କଂଗ୍ରେସ

author img

By

Published : Mar 2, 2021, 9:03 PM IST

ବିଭିନ୍ନ ଦାବି ନେଇ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ସମ୍ମୁଖରେ ମଜଦୁର କଂଗ୍ରେସ ବିକ୍ଷୋଭ କରିଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

11 ଦଫା ଦାବି ନେଇ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଘେରିଲା ମଜଦୁର କଂଗ୍ରେସ
11 ଦଫା ଦାବି ନେଇ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଘେରିଲା ମଜଦୁର କଂଗ୍ରେସ

ଯାଜପୁର: ବିଭିନ୍ନ ଦାବି ନେଇ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ସମ୍ମୁଖରେ ମଜଦୁର କଂଗ୍ରେସ ବିକ୍ଷୋଭ କରିଥିବା ଦେଖିବାକୁ ମିଳିଛି । ନିର୍ମାଣ ଶ୍ରମିକଙ୍କ ପଞ୍ଜିକରଣ, ନବୀକରଣ, ସାଇକେଲ, ଶିକ୍ଷା, ସ୍ବାସ୍ଥ୍ୟ, ଗୃହ ନିର୍ମାଣ, ମୃତ୍ୟୁକାଳୀନ ଓ କରୋନା ସହାୟତା ସମେତ ୧୧ ଦଫା ଦାବି ନେଇ ରାଜ୍ୟର ସମସ୍ତ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ସମ୍ମୁଖରେ ଆଜି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ଏହି ପରିପ୍ରେକ୍ଷୀରେ ଆଜି ଆଇଏଟିୟୁସି ଜିଲ୍ଲା ସାଧାରଣ ସମ୍ପାଦକ ନୃସିଂହ ଚରଣ ପହିଙ୍କ ସଭାପତିତ୍ବରେ ଆୟୋଜିତ ବିକ୍ଷୋଭ ପ୍ରଦର୍ଶନରେ ସହ ସମ୍ପାଦକ ପରମାନନ୍ଦ ସେଠି ଯୋଗଦେଇ ସରକାରଙ୍କ ବିରୁଦ୍ଧରେ ଭର୍ସନା କରିଥିଲେ । ରାଜ୍ୟରେ କୋଭିଡ ସମୟରେ ସମସ୍ତ ନିର୍ମାଣ ଶ୍ରମିକଙ୍କୁ ୧୫00 ଟଙ୍କା ଦେବା ସହିତ ସରକାର ସମସ୍ତ ନିର୍ମାଣ ଶ୍ରମିକଙ୍କୁ ମାସିକ ୬ ହଜାର ଟଙ୍କା ପ୍ରଦାନ କରିବା, ଶ୍ରମ କାର୍ଯ୍ୟାଳୟରେ ଖାଲି ପଡିଥିବା ସ୍ଥାନ ପୂରଣ କରିବା ଆଦି ଦାବିରେ ଶ୍ରମ କାର୍ଯ୍ୟାଳୟ ଆଗରେ ବିରୋଧ ପ୍ରଦର୍ଶିତ ହୋଇଥିଲା । ଆଗମୀ ଦିନରେ ସମସ୍ତ ୧୧ ଗୋଟି ଦାବି ପୂରଣ ନହେଲେ ରାଜରାସ୍ତାକୁ ଓହ୍ଲେଇବା ନେଇ ଚେତାବନୀ ଦେଇଛନ୍ତି ଆନ୍ଦୋଳନକାରୀ ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.