ETV Bharat / state

'ସଚିବ ରାଜୁତି ଚଳିବ ନାହିଁ' ନାରାରେ କମ୍ପିଲା ଜାରକା, କଳାବ୍ୟାଚ୍‌ ପିନ୍ଧି କଂଗ୍ରେସର ପ୍ରତିବାଦ

author img

By ETV Bharat Odisha Team

Published : Aug 31, 2023, 1:56 PM IST

5ଟି ସଚିବଙ୍କ ଗସ୍ତକୁ ନେଇ ଯାଜପୁରରେ ପୁଣି ବିରୋଧ ପ୍ରଦର୍ଶନ କରିଛି କଂଗ୍ରେସ । 'ସଚିବ ରାଜୁତି ଚଳିବ ନାହିଁ' ନାରା ଦେଇ କଂଗ୍ରେସ କର୍ମୀମାନେ ବିକ୍ଷୋଭ କରିଛନ୍ତି । ଅଧିକ ପଢନ୍ତୁ

congress stages protest
କଳାବ୍ୟାଜ ପିନ୍ଧି କଂଗ୍ରେସର ପ୍ରତିବାଦ
କଳାବ୍ୟାଜ ପିନ୍ଧି କଂଗ୍ରେସର ପ୍ରତିବାଦ

ଯାଜପୁର: 5ଟି ସଚିବଙ୍କ ଗସ୍ତକୁ ନେଇ ତେଜିଲା ବିରୋଧ । ଧର୍ମଶାଳା ସ୍ଥିତ ଜାରକା ଠାରେ କଂଗ୍ରେସ ପକ୍ଷରୁ କଳାବ୍ୟାଚ୍ ପିନ୍ଧି ବିରୋଧ ପ୍ରଦର୍ଶନ କରିଛନ୍ତି କଂଗ୍ରେସ କର୍ମୀ । 'ସଚିବ ରାଜୁତି ଚଳିବ ନାହିଁ' ନାରା ଦେଇ କଂଗ୍ରେସ କର୍ମୀମାନେ ବିକ୍ଷୋଭ କରିଛନ୍ତି । ଫଳରେ ପୋଲିସ ଓ କଂଗ୍ରେସ କର୍ମକର୍ତ୍ତାଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଛି l ସୂଚନା ଅନୁଯାୟୀ, ଆଜି ଯାଜପୁର ଜିଲ୍ଲା ଗସ୍ତରେ ଆସିଛନ୍ତି 5ଟି ସଚିବ ଭିକେ ପାଣ୍ଡିଆନ ।

ତେବେ 5ଟି ସଚିବ ଭି.କେ ପାଣ୍ଡିଆନ ଯାଜପୁର ଜିଲ୍ଲାକୁ ଆସିବା ଘଟଣାକୁ ଦୃଢ଼ ବିରୋଧ କରିଛି ଧର୍ମଶାଳା କଂଗ୍ରେସ । ଆଜି ଧର୍ମଶାଳା କଂଗ୍ରେସ ନେତା କିଷାନ ପଣ୍ଡାଙ୍କ ନେତୃତ୍ୱରେ ଅନେକ ଯୁବ, ଛାତ୍ର ଓ ବରିଷ୍ଠ ନେତା ଧର୍ମଶାଳା ଠାରେ 5ଟି ସଚିବଙ୍କୁ ବିରୋଧ କରିଥିବା ଦେଖିବାକୁ ମିଳିଛି । ଜାରକା ସ୍ଥିତ ସଭାସ୍ଥଳୀରେ ସେମାନେ ଧସେଇ ପଶିବାକୁ ଉଦ୍ୟମ କରିଥିଲେ l ଏହି ଖବର ପାଇ ଧର୍ମଶାଳା ପୋଲିସ ଘଟଣା ସ୍ଥଳରେ ପହଞ୍ଚି କଂଗ୍ରେସ ନେତାଙ୍କୁ ସଭାସ୍ଥଳକୁ ଯିବା ପାଇଁ ଅଟକାଇଥିଲା ।

ଏହା ବି ପଢନ୍ତୁ...'ପାଣ୍ଡିଆନ ଗୋ ବ୍ୟାକ୍‌' ନାରାରେ କମ୍ପିଲା ଯାଜପୁର, ବିରୋଧୀଙ୍କ ଆଗକୁ ମାଡ଼ି ଆସିଲେ 5T ସାର୍ଟ ପିନ୍ଧା ଯୁବକ

ଏହା ସହିତ କର୍ମକର୍ତ୍ତାଙ୍କ ସହିତ ପୋଲିସର ଧସ୍ତାଧସ୍ତି ହୋଇଥିବା ଦେଖିବାକୁ ମିଳିଛି l ତେବେ କଂଗ୍ରେସ ନେତା ମାନେ ଆଜି କଳା ଟି ସାର୍ଟ ପିନ୍ଧିବା ସହ ମୁଣ୍ଡରେ କଳା ବ୍ୟାଚ ପରିଧାନ କରି ତୀବ୍ର ପ୍ରତିବାଦ କରିଛନ୍ତି । ଗତ 29 ତାରିଖରେ ମଧ୍ୟ ପାଣ୍ଡିଆନ ଯାଜପୁର ଗସ୍ତ କରିଥିବାବେଳେ ଜିଲ୍ଲା କଂଗ୍ରେସ ପକ୍ଷରୁ ବିରୋଧ କରାଯାଇଥିଲା । ବ୍ୟୟ ବହୁଳ କାର୍ଯ୍ୟକ୍ରମ କରି ସରକାରୀ ଅର୍ଥର ଅପବ୍ୟୟ କରୁଥିବା କହି ବର୍ଷିଥିଲେ ଶତାଧିକ କଂଗ୍ରେସ ନେତା ଓ କର୍ମୀ । ଏହି ବିରୋଧ ପ୍ରଦର୍ଶନ ସମୟରେ କଂଗ୍ରେସ କର୍ମୀଙ୍କୁ 5Tଟି ସାର୍ଟ ପରିଧାନ କରିଥିବା କେତେକ ବ୍ୟକ୍ତି ଠେଙ୍ଗା, ବାଉଁଶ ଧରି ଆସି ଆକ୍ରମଣ କରିଥିଲେ । ଫଳରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା।

5T ସଚିବଙ୍କ ଯାଜପୁର ଗସ୍ତ ସମୟରେ ବିରୋଧ କରୁଥିବା କଂଗ୍ରେସ କର୍ମୀଙ୍କୁ ବିଜେଡି କର୍ମୀ ଆକ୍ରମଣ କରିବା ଘଟଣାକୁ କଠୋର ନିନ୍ଦା ବିଜେପି ପକ୍ଷରୁ ମଧ୍ୟ ନିନ୍ଦା କରାଯାଇଥିଲା । ବୁଧବାର ଯାଜପୁର ଜିଲ୍ଲା ବିଜେପି ସଭାପତି ଗୌତମ ରାୟ କହିଥିଲେ, "5T ସଚିବଙ୍କ ଗୁଣ୍ଡାଗିରି ଆଜି ସାରା ରାଜ୍ୟ ଦେଖିଲା । ଏଇଟା କଣ 5Tର ଏକ ଅଂଶ ?"ବୋଲି ପ୍ରଶ୍ନ କରିବା ସହିତ 5T ସଚିବଙ୍କ ଯାଜପୁର ଗସ୍ତ ସମୟରେ ବିରୋଧ କରୁଥିବା କଂଗ୍ରେସ କର୍ମୀଙ୍କୁ ଆକ୍ରମଣ ଘଟଣାକୁ କଠୋର ଭାବେ ନିନ୍ଦା କରିଥିଲା ବିଜେପି ।

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.