ଯାଜପୁର: ରାହୁଲ ଗାନ୍ଧୀଙ୍କ ଜନ୍ମଦିନରେ କୋରୋନା ପୀଡିତାଙ୍କୁ ଯୋଗାଇଲେ କଂଗ୍ରେସ ସଭାନେତ୍ରୀ । ବ୍ୟାସନଗର ପୌରପରିଷଦର କୋରୋନା ପୀଡିତ ପରିବାରଙ୍କୁ ଭେଟି ସମବେଦନା ଜଣାଇଲେ ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡା ।
ଆଜି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଜନ୍ମଦିନ। ଭାରତ ବର୍ଷରେ କୋରୋନା ମହାମାରୀରେ ଦେଶବାସୀ ଜର୍ଜରିତ ହେଉଥିବାରୁ ଜନ୍ମଦିନ ପାଳନ ନ କରି ସମସ୍ତ କଂଗ୍ରସ କର୍ମୀ କୋରୋନା ପୀଡିତ ପରିବାରକୁ ଭେଟି ସମବେଦନା ଜଣାଇ ଖାଦ୍ୟ ସାମଗ୍ରୀ ସହିତ ଅର୍ଥ ରାଶି ପ୍ରଦାନ କରିବାକୁ ନିର୍ଦେଶ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ରାଜ୍ୟ ମହିଳା ସଭାନେତ୍ରୀ ତଥା କୋରେଇ କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡାଙ୍କ ନେତୃତ୍ବରେ ବ୍ୟାସନଗର ପୌରପରିଷଦର ମୁଣ୍ଡମାଳ, ସାପଗଡ଼ିଆ ଓ ଭଟିଆ ଗାଁର ତିନୋଟି କୋରୋନା ପୀଡିତ ପରିବାରକୁ ଭେଟିଛନ୍ତି କଂଗ୍ରେସ ନେତା ଓ କର୍ମୀ। ଏହି ପରିବାରକୁ ଭେଟି ଏକ ମାସର ରାସନ ସାମଗ୍ରୀ ବାଣ୍ଟିବା ସହିତ ୫ ହଜାର ଟଙ୍କା ଲେଖାଏଁ ଆର୍ଥିକ ରାଶି ପ୍ରଦାନ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମହିଳା ସଭାନେତ୍ରୀ ରିତାଶ୍ରୀ ମହାନ୍ତି,ରାଜ୍ୟ ମହିଳା ସମ୍ପାଦିକା ନିର୍ମଳା ମଲ୍ଲିକ ଓ ବ୍ୟାସନଗର ପୌର ପରିଷଦର କଂଗ୍ରେସ ସଭାପତି ଦିଲ୍ଲୀପ ମଲ୍ଲିକଙ୍କ ସମେତ ବହୁ ପୂର୍ବତନ କାଉନସିଲର ଓ କଂଗ୍ରେସ ନେତା ଓ କର୍ମୀ ଯୋଗ ଦେଇଥିଲେ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା,ଇଟିଭି ଭାରତ