ଯାଜପୁର: ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ । ଧର୍ମଶାଳା ବ୍ଲକ ରଘୁନାଥପୁରର ଯୋଗଡା ଏବଂ ମୁରାଲିପୁର ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଲାଗି ରହିଛି ।
ପୂର୍ବ ବିବାଦକୁ କେନ୍ଦ୍ର କରି ଗୋଟିଏ ଗୋଷ୍ଠୀ ଅନ୍ୟ ଗୋଷ୍ଠୀକୁ ଆକ୍ଷେପ କରିବା ସହିତ ଆକ୍ରମଣ କରୁଥିବା ଅଭିଯୋଗ ହୋଇଛି । ନିକଟରେ ଅସବର୍ଣ୍ଣ ମାନେ ଏହି ଆକ୍ରମଣର ଶିକାର ହୋଇଥିବା ଥାନାରେ ଅଭିଯୋଗ ହୋଇଛି । ସେମାନେ ମାଡ଼ଖାଇ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ ହେଁ ସେମାନଙ୍କ ବିରୋଧରେ ପୋଲିସ ମକଦ୍ଦମା ରୁଜୁ କରିଥିବା ଅଭିଯୋଗ ହୋଇଛି ।
ଏହାର ପ୍ରତିବାଦରେ ସୋମବାର ଜିଲ୍ଲାପାଳଙ୍କୁ ଭେଟି ଘଟଣାର ନିରପେକ୍ଷ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା,ଇଟିଭି ଭାରତ