ଯାଜପୁର: ଭୁଲ ଇଞ୍ଜେକ୍ସନ ଯୋଗୁଁ ରୋଗୀ ଜୀବନ ହରାଇଥିବା ଅଭିଯୋଗ । ଯାଜପୁର ଜିଲ୍ଲା ଦଶରଥପୁର ବ୍ଳକ ବିରୁହାଁ ପଞ୍ଚାୟତ ମନ୍ଧାରଖଣ୍ତ ଛକରେ ମେଡିସିନ ଦୋକାନର ଭୁଲ ଇଞ୍ଜେକ୍ସନରେ ୫ବର୍ଷର ଶିଶୁ ପୁତ୍ରର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମୃତକ ଜଣକ ହେଲେ ଦଶରଥପୁର ଥାନା ମୁଗୁପଦା ଅଞ୍ଚଳର ସୁରେନ୍ଦ୍ର ମଲିକଙ୍କ ପୁଅ ଓମ ।
ଏହା ମଧ୍ୟ ପଢ଼ନ୍ତୁ: ନାବାଳକ ମୃତ୍ୟୁକୁ ନେଇ ଡାକ୍ତରଙ୍କୁ ନିସ୍ତୁକ ମାଡ, ବିଳମ୍ବିତ ରାତିରେ କ୍ଲିନିକରେ ଉତ୍ତେଜନା
ଏହା ମଧ୍ୟ ପଢ଼ନ୍ତୁ: ଭୁଲ ଇଞ୍ଜେକସନ ନେଲା ରୋଗୀ ଜୀବନ, ମେଡିକାଲ ପରିସରରେ ଉତ୍ତେଜନା
ସୂଚନା ଅନୁଯାୟୀ, ହଠାତ ଶିଶୁଟି ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲା । ପରିବାର ଲୋକେ ପ୍ରଥମେ ଏକ ସ୍ଥାନୀୟ ମେଡ଼ିସିନ ଦୋକାନରେ ପଚାରିବାରୁ ଦୋକାନୀର ବ୍ୟବସାୟୀ ଏକା ସଙ୍ଗେ ଦୁଇଟି ଇଞ୍ଜେକ୍ସନ ଦେବାକୁ ପରାମର୍ଶ ଦେଇଥିଲେ । ଇଞ୍ଜେକ୍ସନ ଦେବା ପରେ ଶିଶୁଟିର ଅବସ୍ଥା ଗୁରୁତର ହୋଇ ପଡ଼ିଥିଲା । ଉକ୍ତ ଦୋକାନୀ ଗାଡ଼ିରେ ଶିଶୁକୁ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ଚିକିତ୍ସାଳୟ ଆଣିବା ବେଳେ ଶିଶୁର ମୃତ୍ୟୁ ଘଟିଛି । ତେବେ ଦୋକାନୀ ଜଣଙ୍କ ମେଡ଼ିକାଲରରେ ପିଲାଟିକୁ ଛାଡିବା ପରେ ଫେରାର ହୋଇଯାଇଥିଲେ ।
ଏହା ମଧ୍ୟ ପଢ଼ନ୍ତୁ: MKCGରେ ଭୁଲ୍ ଇଞ୍ଜେକ୍ସନ ପାଇଁ ରୋଗୀ ଅସୁସ୍ଥ, ଅଭିଯୋଗକୁ ଡାକ୍ତରଙ୍କ ଖଣ୍ଡନ
ଏହା ମଧ୍ୟ ପଢ଼ନ୍ତୁ: ଭୁଲ ଇଞ୍ଜେକ୍ସନ ଯୋଗୁଁ ଗର୍ଭବତୀଙ୍କ ମୃତ୍ୟୁ ଅଭିଯୋଗ, ନର୍ସିଂହୋମରେ ଉତ୍ତେଜନା
ଏନେଇ ମୃତଶିଶୁର ବାପା କହିଛନ୍ତି, "ପୁଅର ଝାଡ଼ାବାନ୍ତି ହେବାରୁ ନିକଟସ୍ଥ ଏକ ଔଷଧ ଦୋକାନକୁ ନେଇଥିଲୁ । ଦୋକାନୀ ଜଣକ ଶିଶୁକୁ ଦେଖି କିଛି ଔଷଧ ଦେଇଥିଲେ । ଏଥିସହ ଦୁଇଟି ଇଞ୍ଜେକ୍ସନ ଦେବାକୁ କହିଲେ । ମାତ୍ର ମୁଁ ବାରଣ କରିଥିଲି । ଦୁଇଟି ପରିବର୍ତ୍ତେ ଗୋଟିଏ ଇଞ୍ଜେକ୍ସନ ଦେବାକୁ କହିଥିଲି । ଉକ୍ତ ଦୋକାନୀ ଜଣକ ମୋ କଥା ନଶୁଣି ପୁଅକୁ ଦୁଇଟି ଇଞ୍ଜେକ୍ସନ ଦେଇଥିଲେ । ଏଥିର ପୁଅର ସ୍ବାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ିବାରେ ଲାଗିଲା ଏବଂ ତା' ପାଟିରୁ ଫେଣ ବାହାରିଥିଲା । ଏହା ଦେଖି ମୁଁ ଦୋକାନୀଙ୍କୁ ପଚାରିବାରୁ ସେ କିଛି ହୋଇନାହିଁ କହିଲେ । ଆଉ ନିଜେ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । କିନ୍ତୁ ପୁଅର ମୃତ୍ୟୁ ଘଟିଛି ।" ଶିଶୁର ମୃତଦେହ ବ୍ୟବଚ୍ଛେଦ ପାଇଁ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ରଖା ଯାଇଛି । ଅନ୍ୟପଟେ ଘଟଣାର ତଦନ୍ତ ଆରମ୍ଭ ହୋଇଥିବା ସୂଚନା ମିଳିଛି ।
ଇଟିଭି ଭାରତ, ଯାଜପୁର