ଯାଜପୁର: ଯାଜପୁରରେ ବଢିଚାଲିଛି ସଂକ୍ରମଣ । ଏହାକୁ ଦୃଷ୍ଟିରେ ରଖି ଆଜି ରାଜ୍ୟ ସରକାର ନେଇଛନ୍ତି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । କୋଭିଡ଼ ରୋଗୀଙ୍କ ଚିକିତ୍ସା ପାଇଁ ଯାଜପୁରରେ ଘରୋଇ ସଂସ୍ଥା ସହାୟତାରେ ଖୋଲାଯିବ ଏକ ସ୍ବତନ୍ତ୍ର କୋଭିଡ଼ ହସ୍ପିଟାଲ । କୋଭିଡ ହସ୍ପିଟାଲ ଖୋଲିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମତି ପ୍ରଦାନ କରିଥିବା ଜଣାପଡିଛି । ଏହା ଫଳରେ ଯାଜପୁର ତଥା ଆଖପାଖ ଜିଲ୍ଲାର ଗୁରୁତର କୋଭିଡ଼ ରୋଗୀ ସେଠାରେ ହିଁ ଚିକିତ୍ସା ସୁବିଧା ପାଇପାରିବେ । ସେମାନଙ୍କୁ ଚିକିତ୍ସା ପାଇଁ ଆଉ କଟକ ଭୁବନେଶ୍ବର ଆସିବାକୁ ପଡିବ ନାହିଁ ।
ଯାଜପୁରର ଭୂମିକା ମଲ୍ଟି ସ୍ପେଶାଲିଟି ହସ୍ପିଟାଲ ସରକାରୀ କୋଭିଡ଼ ହସ୍ପିଟାଲ ଭାବରେ କାମ କରିବ । ରୋଗୀମାନେ ସେଠାରେ ସମ୍ପୂର୍ଣ୍ଣ ମାଗଣାରେ କୋଭିଡ଼ ଚିକିତ୍ସାର ସୁବିଧା ପାଇ ପାରିବା ନେଇ ବ୍ୟବସ୍ଥା ରହିବ । ଚିକିତ୍ସାର ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ । ହସ୍ପିଟାଲରେ 150ଟି ଅକ୍ସିଜେନ ସଂଯୁକ୍ତ ବେଡ଼୍ ସହିତ 50ଟି ICU ବେଡ଼୍ ମଧ୍ୟ ରହିବା ନେଇ ବ୍ୟବସ୍ଥା କରାଯିବାର ସୂଚନା ରହିଛି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ