ETV Bharat / state

ଛଟ ପୂଜାର ଅନ୍ତିମ ଦିନ, ସୂର୍ଯ୍ୟଙ୍କୁ ଉପାସନା କଲେ ବିହାରୀ ସମ୍ପ୍ରଦାୟ - ଛଟ ପୂଜାର ଅନ୍ତିମ ଦିନ

ଛଟ ପୂଜାର ଅନ୍ତିମ ଦିନ । ସୂର୍ଯ୍ୟଙ୍କୁ ଉପାସନା କଲେ ବିହାରୀ ସମ୍ପ୍ରଦାୟ । ଛଟ ପୂଜାର ଅନ୍ତିମ ଦିନରେ ଯାଜପୁରର ବିଭିନ୍ନ ପୋଖରୀ ଓ କେନାଲ କୂଳେ ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ଅର୍ପଣ କଲେ ବିହାରୀ ସମ୍ପ୍ରଦାୟ । ଅଧିକ ପଢନ୍ତୁ

ଛଟ ପୂଜାର ଅନ୍ତିମ ଦିନ
ଛଟ ପୂଜାର ଅନ୍ତିମ ଦିନ
author img

By

Published : Nov 1, 2022, 7:43 PM IST

ଯାଜପୁର: ଆଜି ପବିତ୍ର ଛଟ ପୂଜାର ଅନ୍ତିମ ଦିନ । ଅନ୍ତିମ ଦିନରେ ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ଅର୍ପଣ କରି ଛଟ ପର୍ବକୁ ପାଳନ କରିଛନ୍ତି ଯାଜପୁରରେ ରହୁଥିବା ବିହାରୀ ସମ୍ପ୍ରଦାୟର ଲୋକେ । ଜିଲ୍ଲାରେ ବ୍ୟାସନଗର, କଳିଙ୍ଗନଗର ଓ ଚଣ୍ଡିଖୋଲ ପ୍ରଭୃତି ଅଞ୍ଚଳରେ ଦୀର୍ଘ ଦିନ ଧରି ବିହାରୀ ଲୋକମାନେ ବସବାସ କରିଆସୁଛନ୍ତି । ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ବିହାରୀ ସମ୍ପ୍ରଦାୟର ଲୋକେ ବଡ ଜାକଜମକରେ ଛଟ ପୂଜା ପାଳନ କରିଛନ୍ତି ।

ଛଟ ପୂଜାର ଅନ୍ତିମ ଦିନ

ଆଜି(ମଙ୍ଗଳବାର) ଅନ୍ତିମ ଦିନ ଥିବାରୁ ପ୍ରତ୍ୟୁଷରୁ ମହିଳା ମାନେ ପୋଖରୀ ଏବଂ କେନାଲ କୂଳରେ ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ଅର୍ପଣ କରିଥିଲେ । ସ୍ବାମୀ ଓ ପିଲାଙ୍କ ମଙ୍ଗଳ କାମନା କରି ସୂର୍ଯ୍ୟଦେବଙ୍କ ନିକଟରେ ମହିଳା ମାନେ ପ୍ରାର୍ଥନା କରିଥିଲେ । ଏଥି ସହିତ ସେମାନେ ପରସ୍ପରକୁ ଶୁଭେଚ୍ଛା ଜଣାଇ ଅନ୍ତିମ ଦିନରେ ପୂଜାର୍ଚ୍ଚନା କରିଥିଲେ । ଦୀର୍ଘ 36 ଘଣ୍ଟା ଧରି ଉପବାସ ରହି ବ୍ରତ ପାଳନ କରିବା ସହ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ କରିବା ପରେ ମହିଳା ମାନଙ୍କର ଏହି ବ୍ରତ ସମାପନ ହୋଇଛି ।

ଏହା ମଧ୍ୟ ପଢନ୍ତୁ-ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧବଳେଶ୍ୱର ପୀଠରେ କଟକଣା, ଆଶା ଆଶଙ୍କାରେ ଭକ୍ତ

ଚଣ୍ଡିଖୋଲ ହାଇଲେବୁଲ କେନାଲ କୂଳରେ ଛଟ ପର୍ବ ପାଳନ ହୋଇଥିବା ବେଳେ ବ୍ୟାସନଗରର ଉମାପଦା ନିକଟରେ ଥିବା ସୂର୍ଯ୍ୟମନ୍ଦିରରେ ସହସ୍ରାଧିକ ବିହାରୀ ପରିବାରଙ୍କ ଦ୍ବାରା ପାଳିତ ହୋଇଛି ଛଟ ପର୍ବ । ଏହି ପୂଜା ମୁଖ୍ୟତଃ ମହିଳା ମାନଙ୍କ ଦ୍ବାରା କରାଯାଇଥାଏ । ତେବେ ଏଥିରେ ପରିବାରର ଅନ୍ୟ ସଦସ୍ୟ ମାନେ ମଧ୍ୟ ସାମିଲ ହୋଇଥାନ୍ତି । ପାରମ୍ପରିକ ରୀତିନୀତିରେ ଜଳାଶୟ ନିକଟରେ ହିଁ ଏହି ପୂଜା ସମ୍ପନ୍ନ କରାଯାଇଥିଲା । ଓଡିଆ ଏବଂ ଅନ୍ୟ ଅଣଓଡିଆ ଲୋକମାନେ ମଧ୍ୟ ବିହାରୀ ଲୋକଙ୍କ ସହିତ ଏହି ପର୍ବରେ ସାମିଲ ହୋଇ ସେମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ ।

କାଳୀପୂଜା ପାଇଁ ଚାରିଆଡ ଉତ୍ସବ ମୁଖର ଥିବା ବେଳେ ଓଡିଶା ମାଟିରେ ବିହାରୀ ମାନେ ପାଳିଛନ୍ତି ଛଟ ପୂଜା । ଯାହା ଏ ଅଞ୍ଚଳରେ ନିଆରା ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲା । ତେବେ କେବଳ ଯାଜପୁର ନୁହେଁ ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ରହୁଥିବା ବିହାରୀ ସମ୍ପ୍ରଦାୟର ଲୋକେ ଆଜି ନଦୀ କୂଳରେ ଛଟ ପୂଜା କରିଥିଲେ । ବିଶେଷ କରି କଟକ, ଭୁବନେଶ୍ବର, ରାଉରକେଲା, ସମ୍ବଲପୁର,ଝାରସୁଗୁଡା ଆଦି ଜିଲ୍ଲାରେ ଛଟ ପର୍ବକୁ ବେଶ ଧୁମଧାମର ସହ ପାଳିଛନ୍ତି ବିହାରୀ ସମ୍ପ୍ରଦାୟ । କୋରୋନା କଟକଣା ଯୋଗୁଁ ଦୀର୍ଘ ୨ ବର୍ଷ ଫିକା ପଡିଥିବା ଛଟ ପର୍ବ ଚଳିତ ବର୍ଷ ବିନା କଟକଣାରେ ପାଳନ କରିଛନ୍ତି ।

ଯାଜପୁର,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.