ETV Bharat / state

ଅବକାରୀ ବିଭାଗର ଚଢ଼ାଉ: 1 କ୍ବିଣ୍ଟାଲ୍ 25 କେଜିର ଗଞ୍ଜେଇ ଜବତ

author img

By

Published : Jan 26, 2022, 4:49 PM IST

କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ଜାରକା ଓଭରର୍ବ୍ରିଜ ନିକଟରେ ଚଢ଼ାଉ । ପ୍ରାୟ 1 କ୍ବିଣ୍ଟାଲ୍ 25 କେଜିର ଗଞ୍ଜେଇ ସହିତ ଏକ ସ୍କର୍ପିଓ ଗାଡି ଜବତ । ଅଧିକ ପଢନ୍ତୁ

cannabis sezied from jaraka
ଅବକାରୀ ବିଭାଗର ଚଢ଼ଉ; 1 କ୍ବିଣ୍ଟାଲ୍ 25 କେଜିର ଗଞ୍ଜେଇ ଜବତ

ଯାଜପୁର: କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ଜାରକା ଓଭରର୍ବ୍ରିଜ ନିକଟରେ ଚଢ଼ାଉ । ପ୍ରାୟ 1 କ୍ବିଣ୍ଟାଲ୍ 25 କେଜିର ଗଞ୍ଜେଇ ସହିତ ଏକ ସ୍କର୍ପିଓ ଗାଡି ଜବତ । ସେହିପରି ଏହି ଘଟଣାରେ ଜଣଙ୍କୁ ଗିରଫ କରିଛି ଅବକାରୀ ଗୁଇନ୍ଦା ବିଭାଗ ।

ଏନେଇ ଅବକାରୀ ଗୁଇନ୍ଦା ବିଭାଗକୁ ସୂଚାନା ମିଳିବା ପରେ ଅତିରିକ୍ତ ସୁପରିଟେଣ୍ଡଣ୍ଟ ପ୍ରବୀର କୁମାର ସାମଲ ଓ ତାଙ୍କ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଚଢାଉ କରିଥିଲେ । ଆଜି ମଧ୍ୟାହ୍ନରେ ଫୁଲବାଣୀ ଜିଲ୍ଲାରୁ ପଶ୍ଚିମବଙ୍ଗକୁ ସ୍କର୍ପିଓ ଗାଡ଼ିରେ ଗଞ୍ଜେଇ ଯାଉଥିବା ଖବର ପାଇଥିଲା ଅବକାରୀ ବିଭାଗ । ତେବେ ଏହି ଖବର କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗର କମିଶନର ଆଶିଷ ସିଂ ସୂଚନା ପାଇବା ପରେ ତାଙ୍କ ଟିମକୁ ଜଣାଇଥିଲେ ।

ଏହି ବିଷୟରେ ଖବର ପାଇବା କ୍ଷଣି ଅତିରିକ୍ତ ସୁପରିଟେଣ୍ଡଣ୍ଟ ସାମଲ ତୁରନ୍ତ ଜାରକା ଓଭରର୍ବ୍ରିଜ ନିକଟରେ ଚଢ଼ାଉ କରି ଗଞ୍ଜେଇ ଜବତ କରିଥିଲେ । ଗିରଫ ଅଭିଯୁକ୍ତ ମୁର୍ସିଦାବାଦ ଅଞ୍ଚଳର ସଞ୍ଜୟ ହାଲଦାର ବୋଲି ଅବକାରୀ ବିଭାଗ କହିଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.