ETV Bharat / state

ଅବହେଳିତ ଅବସ୍ଥାରେ ବ୍ୟାସ ସରୋବର ପୀଠ, ପର୍ଯ୍ୟଟକ ଅସନ୍ତୋଷ - unhappy

ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇବା ପରେ ମଧ୍ୟ ଆଜି ବି ଅବହେଳିତ ବ୍ୟାସ ସରୋବର ପୀଠ। ଯାହାକୁ ନେଇ ପ୍ରାକୃତିକ ପରିବେଶକୁ ମନଭରି ଉପଭୋଗ କରିବାକୁ ଆସୁଥିବା ପର୍ଯ୍ୟଟକ ଅସନ୍ତୋଷ ପ୍ରକାଶ କରିଛନ୍ତି।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର
author img

By

Published : Feb 13, 2019, 11:40 AM IST

ଯାଜପୁର: ଜିଲ୍ଲାର ବ୍ୟାସନଗର ସହର ଉପକଣ୍ଠରେ ରହିଛି ବ୍ୟାସ ସରୋବର ପୀଠ। ଯାହାର ରହିଛି ଅନେକ କିମ୍ବଦନ୍ତୀ । ଏପରିକି ମହାଭାରତରେ ମଧ୍ୟ ଏହି ପୀଠ ସମ୍ପର୍କରେ ଉଲ୍ଲେଖ ରହିଛି। ନିକଟରେ ରାଜ୍ୟ ସରକାର ଏହି ପୀଠକୁ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ଦେଇଛନ୍ତି। ଏଠାକାର ପ୍ରାକୃତିକ ପରିବେଶକୁ ଲୋକଙ୍କୁ ବେଶ ଆକୃଷ୍ଟ କରିଥାଏ । ଯାହାକୁ ମନଭରି ଉପଭୋଗ କରିବାକୁ କାହିଁ କେତେ ଦୂରରୁ ପର୍ଯ୍ୟଟକଙ୍କ ସୁଅ ଛୁଟି ଆସିଥାଏ।

ମାତ୍ର ଦୁର୍ଭାଗ୍ୟର କଥା ଏହିକି ଯେ, ଏହି ପୀଠରେ ପର୍ଯ୍ୟଟକଙ୍କ ପାଇଁ ବିଶେଷ ସୁବିଧା ନାହିଁ। ପାନୀୟ ଜଳ ଠାରୁ ଆରମ୍ଭ କରି ଶୌଚାଳୟ ପର୍ଯ୍ୟନ୍ତ ଏଠାରେ କୌଣସି ବ୍ୟବସ୍ଥା ନାହିଁ। ଫଳରେ ଏହି ପୀଠକୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଯାଜପୁର
undefined

ପବିତ୍ର ଭୌମ ଏକାଦଶୀ ତିଥିରେ ଏହି ପୀଠରେ ଥିବା ରାଘବଜୀଉ ମନ୍ଦିରରେ ଆୟୋଜିତ ହୁଏ ସ୍ୱତନ୍ତ୍ର କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମରେ ସାମିଲ ହେବାକୁ ଅନେକ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁଙ୍କ ଭିଡ ଜମିଥାଏ। ପର୍ଯ୍ୟଟନ ଋତୁରେ ଭୋଜି ଭାତର ଆୟୋଜନ କରାଯାଇଥାଏ। ଆଉ ଭୋଜି ଭାତ ଶେଷରେ ସ୍ଥାନୀୟ ଅଞ୍ଚଳରେ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହୋଇଥାଏ। ଏହି ସ୍ଥାନକୁ ସଫା କରିବା ପାଇଁ କାହାରି ଆନ୍ତରିକତା ନାହିଁ।

ଅପରପକ୍ଷେ ପର୍ଯ୍ୟଟନର ମାନ୍ୟତା ପାଇଥିବା ଏହି ପୀଠର ବିକାଶ ପାଇଁ ଚିନ୍ତା ନ କରି ସରକାର ଚୁପ ବସି ଯାଇଛନ୍ତି। ଏସମ୍ପର୍କରେ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳଙ୍କୁ ପଚାରିବାରୁ ସେ ଏହାର ସ୍ଥାୟୀ ସମାଧାନ ପାଇଁ ଯୋଜନା ପ୍ରସ୍ତୁତ ହେଉଥିବା କହିଛନ୍ତି।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Intro:Body:

ଶତାଧିକ ସମର୍ଥକଙ୍କ ସହ ବିଜେଡିରେ ମିଶିଲେ ଆଇନଜୀବୀ ମାନସ ଦାସ

ଭୁବନେଶ୍ବର: ବିଜୁ ଜନତା ଦଳର ନୀତି ଓ ଆଦର୍ଶ ଯୋଗୁଁ ଟାଣି ହୋଇଆସୁଛନ୍ତି ଶତାଧିକ କର୍ମୀ । ଏହାର ସୁଶାସନ ଯୋଗୁଁ ଦଳରେ ସାମିଲ ହୋଇଛନ୍ତି ରାଷ୍ଟ୍ରୀୟ ସାମାଜିକ ନ୍ୟାୟ ମଞ୍ଚର ଅଧ୍ୟକ୍ଷ ତଥା ଆଇନଜୀବୀ ମାନସ ଦାସ । ତେବେ ମାନସଙ୍କ ସହ ଦଳରେ ସାମିଲ ହୋଇଛନ୍ତି ଶତାଧିକ କର୍ମକର୍ତ୍ତା । 

ସୂଚନା ଅନୁଯାୟୀ ରବିବାର ଦଳୀୟ କାର୍ଯ୍ୟାଳୟରେ ମାନସ ଓ ତାଙ୍କର ହଜାର ହଜାର ସମର୍ଥକ, ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ପାର୍ଟିରେ ସାମିଲ ହୋଇଛନ୍ତି । ତେବେ ବିଜେଡିର ସୁଶାସନ ଭଲ ଲାଗିଥିବାରୁ ମାନସ ନିଜ ସମର୍ଥକଙ୍କ ସହ ଦଳରେ ସାମିଲ ହୋଇଥିବା ପ୍ରକାଶ କରିଛନ୍ତି ।

ଅନ୍ୟପଟେ ମାନସ ଓ ତାଙ୍କ ପତ୍ନୀ ଦଳରେ ସାମିଲ ହେବା ଦ୍ବାରା ଦଳ ଆହୁରି ମଜବୁତ୍‌ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମତ ରଖିଛନ୍ତି । ଏଥିସହ ଏହି ମିଶ୍ରଣ ଭୁବନେଶ୍ବର ଉତ୍ତର ନିର୍ବାଚନ ମଣ୍ଡଳୀରେ ଦଳକୁ ଶକ୍ତିଶାଳୀ କରିବ ବୋଲି କୁହାଯାଉଛି । 

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ନ୍ୟୁଜ୍‌

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.