ETV Bharat / state

ଯାଜପୁରରେ ଧଳାଜହର କାରବାର, 2 ଗିରଫ - jajpur news

ବ୍ରାଉନ ସୁଗାର କାରବାର କରୁଥିବା ବେଳେ ଧରାପଡ଼ିଲେ ଦୁଇ ବ୍ୟବସାୟୀ । ଯାଜପୁର ଥାନା ଆରଏମସି ମାର୍କେଟ ଅଞ୍ଚଳରେ ବ୍ରାଉନସୁଗାର କାରବାର ହେଉଥିବାର ଖବର ପାଇବା ପରେ ପୋଲିସ ଚଢାଉ କରିଥିଲା । ସେମାନଙ୍କ ନିକଟରୁ ୪.୦୩ ଗ୍ରାମ ବ୍ରାଉନସୁଗାର, ୨ଟି ମୋବାଇଲ ଏବଂ ନଗଦ ୧୨ ଶହ ଟଙ୍କା ଜବତ କରାଯାଇଛି।

ଫଟୋ ସୌଜନ୍ୟ- ସମ୍ବାଦଦାତା, ଯାଜପୁର
author img

By

Published : Sep 11, 2019, 5:57 PM IST

ଯାଜପୁର: ବ୍ରାଉନ ସୁଗାର କାରବାର କରୁଥିବା ବେଳେ ଧରାପଡ଼ିଲେ ଦୁଇ ବ୍ୟବସାୟୀ । ଯାଜପୁର ଥାନା ଅଧିନସ୍ଥ ଆରଏମସି ମାର୍କେଟ ଅଞ୍ଚଳରେ ବ୍ରାଉନସୁଗାର କାରବାର ହେଉଥିବା ଖବର ପାଇବା ପରେ ପୋଲିସ ଚଢାଉ କରିଥିଲା । ଏହି ସମୟରେ ଦୁଇ ବ୍ୟବସାୟୀ ପୋଲିସ ହାତରେ ଧରା ପଡ଼ିଥିଲେ।

ଗିରଫ ଅଭିଯୁକ୍ତ ହେଲେ ରାଉତରାପୁର ଗାଁର ଶୁଭ୍ରାଂଶୁ ଶେଖର ରାଉତ ଏବଂ ବିଞ୍ଝାରପୁର ବଡ଼ମହଲା ଗାଁର ଅସରଫ ଅଲି ଖାଁ। ସେମାନଙ୍କ ନିକଟରୁ ୪.୦୩ ଗ୍ରାମ ବ୍ରାଉନସୁଗାର, ୨ଟି ମୋବାଇଲ ଏବଂ ନଗଦ ୧୨ ଶହ ଟଙ୍କା ଜବତ କରାଯାଇଛି।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଯାଜପୁର

ଦୁଇ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ବେଳେ ଏହି ଘଟଣାରେ ଅନ୍ୟ କେହି ଅଭିଯୁକ୍ତ ଅଛନ୍ତି କି ନାହିଁ, ସେ ନେଇ ତଦନ୍ତ ଜାରିରହିଛି ବୋଲି ଯାଜପୁର ଏସଡ଼ିପିଓ ରବିନ୍ଦ୍ର କୁମାର ଜେନା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Intro:Slug – Brown_sugar
Format – AVB                           
Reporter –Gyana ranjan ojha
Place – JAJPUR                   
Date – 11.09.2019
Anchor – ବ୍ରାଉନ ସୁଗାର କାରବାର କରୁଥିବା ବେଳେ ଧରାପଡ଼ିଲେ ଦୁଇ ବ୍ୟବସାୟୀ । ଯାଜପୁର ଥାନା ଆର ଏମ ସି ମାର୍କେଟ ଅଚଂଳରେ ବ୍ରାଉନସୁଗାର କାରବାର ହେଉଥିବା ଖବର ପାଇ ପୋଲିସ ଚଢାଉ କରିଥିଲା । ଚଢାଉ ସମୟରେ ଦୁଇ ବ୍ୟବସାୟୀ ପୋଲିସ ହାବୁଡ଼ରେ ଧରା ପଡ଼ିଥିଲା । ଗିରଫ ଅଭିଯୁକ୍ତ ହେଲେ ରାଉତରାପୁର ଗାଁର ଶୁଭ୍ରାଂଶୁ ଶେଖର ରାଉତ ଏବଂ ବିଝାଂରପୁର ବଡ଼ମହଲା ଗାଁର ଅସରଫ ଅଲି ଖାଁ ସେମାନଙ୍କ ନିକଟରୁ ୪.୦୩ ଗ୍ରାମ ବ୍ରାଉନସୁଗାର, ୨ ଟି ମୋବାଇଲ ଏବଂ ନଗଦ ୧୨ ଶହ ଟଙ୍କା ଜବତ କରାଯାଇଛି । ଦୁଇ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ବେଳେ ଏହି ଘଟଣାରେ ଅନ୍ୟ କେହି ଅଭିଯୁକ୍ତ ଅଛନ୍ତି କି ନାହିଁ ସେ ନେଇ ତଦନ୍ତ ଜାରିରହିଛି ବୋଲି ଯାଜପୁର ଏସ.ଡ଼ି.ପି.ଓ ରବିନ୍ଦ୍ର କୁମାର ଜେନା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନାଦେଇଛନ୍ତି ।
ବାଇଟ;-୧. ରବିନ୍ଦ୍ର କୁମାର ଜେନା, ଏସ.ଡ଼ି.ପି.ଓ ଯାଜପୁର

Body:NewsConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.