ETV Bharat / state

ଯୌତୁକ ପାଇଁ ବଧୂହତ୍ୟା, ଥାନାର ଦ୍ବାରସ୍ଥ ହେଲେ ମୃତ ଯୁବତୀଙ୍କ ପରିବାର

ଯୌତୁକ ପାଇଁ ମାରି ଦେଲେ ଝିଅକୁ । ଅଧିକ ଟଙ୍କା ମାଗୁଥିଲେ ଶାଶୁ, ଶଶୂର, ଜ୍ବାଇଁ । ଟଙ୍କା ଦେଇ ପାରୁଲୁନି ବୋଲି ମୋ ଝିଅକୁ ମାରିଦେଲେ । ଅଧିକ ପଢ଼ନ୍ତୁ

ଯୌତୁକ ପାଇଁ ଝୁମ୍ପୁରୀ ଗାଁରେ ବଧୁହତ୍ୟା, ଥାନାର ଦ୍ବାରସ୍ଥ ହେଲେ ମୃତ ଯୁବତୀଙ୍କ ପରିବାର

author img

By

Published : May 10, 2022, 4:42 PM IST

ଯାଜପୁର : ଯାଜପୁର ଜିଲ୍ଲା ଦଶରଥପୁରର ମଙ୍ଗଳପୁର ଥାନା ଝୁମ୍ପୁରୀ ଗାଁରେ ବଧୁହତ୍ୟା ଅଭିଯୋଗ । ଅଧିକ ଯୌତୁକ ପାଇଁ ଝିଅକୁ ମାରି ଦେଇଥିବା ନେଇ ଝିଅ ଘର ଲୋକେ ଅଭିଯୋଗ କରିଛନ୍ତି । ମୃତ ଯୁବତୀ ଜଣକ ହେଲେ ଚଇନପୁର ଗ୍ରାମର ସଞ୍ଜୟ କୁମାର ସାହୁଙ୍କ ଝିଅ ରଶ୍ମିତା ପୁଷ୍ଟି । ବର୍ଷେ ତଳେ ଝୁମ୍ପୁରୀ ଗାଁର ବାବନ ପୁଷ୍ଟିଙ୍କ ପୁଅ ବିକାଶ ପୁଷ୍ଟିକୁ ବୈଦିକ ରୀତିନୀତି ଅନୁସାରେ ରଶ୍ମିତା ବିବାହ କରିଥିଲେ । ବିବାହ ସମୟରେ ସମସ୍ତ ଯାନିଯୌତୁକ ପୁଅ ଘର ଦାବି ମୁତାବକ ଦିଆଯାଇଥିଲା ।

ହେଲେ ବାହାଘର ପରଠାରୁ ଝିଅ ରଶ୍ମିତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଉଥିଲା । ଆଜି ରଶ୍ମିତାଙ୍କ ଝୁଲନ୍ତା ମୃତଦେହକୁ ପୋଲିସ ଉଦ୍ଧାର କରିଛି । ଯୌତୁକ ପାଇଁ ହତ୍ୟାକାଣ୍ଡ ହୋଇଥିବା ବାପଘର ଲୋକେ ଅଭିଯୋଗ ଆଣିଛନ୍ତି ।

ଯୌତୁକ ପାଇଁ ଝୁମ୍ପୁରୀ ଗାଁରେ ବଧୁହତ୍ୟା, ଥାନାର ଦ୍ବାରସ୍ଥ ହେଲେ ମୃତ ଯୁବତୀଙ୍କ ପରିବାର

ଏନେଇ ପୋଲିସ ଏକ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଡାକ୍ତରରଖାନାରେ ଭର୍ତ୍ତି କରିଛି। ଏହାସହ ମଙ୍ଗଳପୁର ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.