ଯାଜପୁର: ସୁକିନ୍ଦା ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ପ୍ରାର୍ଥୀ ଶରତ ରାଉତ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି ।ନିର୍ବାଚନ ମଣ୍ଡଳୀର କିଛି ବୁଥରେ ରିଗିଂ ହୋଇଥିବାର ଅଭିଯୋଗ ନେଇ ସେ ଧାରଣା ଦେଇଛନ୍ତି ।
ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଦାନଗଦୀ ବ୍ଲକର ରାବଣା ଏବଂ ଦସମାଣିଆ ର ୧୮୧,୧୮୨ ଓ ୧୮୩ ନମ୍ବର ବୁଥରେ ବିଜେଡି ପୁଲିଂ ଏଜେଣ୍ଟଙ୍କ ବିରୋଧରେ ରିଗିଂ ଅଭିଯୋଗ ଆଣିଛନ୍ତି ଏବଂ ଏହି ବୁଥ ଗୁଡିକରେ ସାନି ମତଦାନ ଦାବିରେ ଏହି ଧାରଣା ଦେଇଛନ୍ତି ।
ଆଗରୁ ଏ ସମ୍ପର୍କରେ ବାରମ୍ବାର ଜିଲ୍ଲା ନିର୍ବାଚନ ଅଧିକାରୀ ଓ ରିଟର୍ଣ୍ଣିଙ୍ଗ ଅଫିସରଙ୍କୁ ଅବଗତ କରାଇଥିଲେ ମଧ୍ୟ କୌଣଷି ପଦକ୍ଷେପ ନିଆଯାଇନଥିବା ଅଭିଯୋଗ କାରିଛନ୍ତି ଶରତ । ସୁକିନ୍ଦା କଂଗ୍ରେସ ପକ୍ଷରୁ ଏକ ଲିଖତ ଅଭିଯୋଗ ପତ୍ର କଳିଙ୍ଗ ନଗର ଅତିରିକ୍ତ ଜିଲ୍ଲାପାଳଙ୍କ ଙ୍କ ମାଧ୍ୟମରେ ନିର୍ଵାଚନ କମିଶନଙ୍କୁ ଦେବା ସହ ଏଠାରେ ପୁନର୍ବାର ନିର୍ବାଚନ କରି ନିର୍ବାଚନକୁ ଶାନ୍ତି ଶୃଙ୍ଖଳା ସହ କରିବାକୁ ସେ ଦାବି କରିଛନ୍ତି।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ