ETV Bharat / state

Panchayat Election: ବୁଥ ପରିସରରେ ବୋମାମାଡ, ଏଜେଣ୍ଟଙ୍କୁ ମାଡ଼ ଅଭିଯୋଗ - ପଞ୍ଚାୟତ ନିର୍ବାଚନ ୨୦୨୨

ବୁଥ ଭିତରେ ପଶି ଏଜେଣ୍ଟକୁ ମାଡ଼ ସହ ମତଦାନ କେନ୍ଦ୍ରରେ ବୋମାମାଡ଼ ଅଭିଯୋଗ । ପ୍ରତିବାଦରେ ମୁଖ୍ୟ ରାସ୍ତା ଅବରୋଧ କଲେ ଭୋଟର । ଅଧିକ ପଢନ୍ତୁ

Panchayat Election: ବୁଥ ପରିସରରେ ବୋମାମାଡ ,ଏଜେଣ୍ଟଙ୍କୁ ମାଡ଼ ଅଭିଯୋଗ

author img

By

Published : Feb 16, 2022, 4:37 PM IST

ଯାଜପୁର: ରାଜ୍ୟରେ ବୁଧବାର ଆରମ୍ଭ ହୋଇଛି ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ । କିଛି ସ୍ଥାନରେ ନିର୍ବାଚନୀ ହିଂସା ଖବର ମଧ୍ୟ ସାମ୍ନାକୁ ଆସୁଛି । ଯାଜପୁର ବ୍ଲକର ଏରବାଙ୍କ ପଞ୍ଚାୟତର ମତଦାନ କେନ୍ଦ୍ରରେ ସକାଳୁ ଶାନ୍ତି ଶୃଙ୍ଖଳାର ସହକାରେ ମତଦାନ ଆରମ୍ଭ ହୋଇଥିଲା ।

Panchayat Election: ବୁଥ ପରିସରରେ ବୋମାମାଡ ,ଏଜେଣ୍ଟଙ୍କୁ ମାଡ଼ ଅଭିଯୋଗ

ହେଲେ ପଞ୍ଚାୟତର ୨, ୩ ଓ ୪ ନମ୍ବର ବୁଥକୁ କିଛି ଅଜଣା ଦୁବୃର୍ତ୍ତ ଧସେଇ ପସିଥିଲେ । ପରେ ସେମାନେ ବୁଥ ପରିସରରେ ବୋମା ମାଡ଼ କରିବା ସହିତ ପ୍ରତିପକ୍ଷ ଏଜେଣ୍ଟକୁ ମତଦାନ କେନ୍ଦ୍ର ଭିତରେ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ହେଲେ ସେହି ସମୟରେ ବୁଥରେ ଉପସ୍ଥିତ ଥିବା ପୋଲିସ ନିରବଦ୍ରଷ୍ଟା ସାଜିଥିଲା ବୋଲି କହିଛନ୍ତି ଭୋଟର ।

ମତଦାନ କେନ୍ଦ୍ରକୁ ଜବରଦଖଲ କରିଥିଲେ ବୋଲି ଅଭିଯୋଗ ଆଣିଛନ୍ତି ମାଡ଼ ଖାଇଥିବା ଏଜେଣ୍ଟ। ତେବେ ଆଉ ଥରେ ନିର୍ବାଚନ ଓ ଦୁର୍ବୃତ୍ତଙ୍କୁ ଗିରଫ ଦାବିରେ ସ୍ଥାନୀୟ କିଛି ଭୋଟର ବରି ଏରବାଙ୍କ ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି । ଯାହାକୁ ନେଇ ଘଟଣାସ୍ଥଳରେ କିଛି ସମୟ ପାଇଁ ସ୍ଥିତି ଅଶାନ୍ତ ହୋଇପଡିଛି ।

ଏହାବି ପଢନ୍ତୁ : Panchayat Election: ବୁଥରୁ ବାଲାଟ ବକ୍ସ ଟେକିନେଲେ ଦୁର୍ବୃତ୍ତ

ସେପଟେ ଜିଲ୍ଲାର ସୁଜନପୁର ପଞ୍ଚାୟତ ହସନପୁର ଗାଁ ଦୁର୍ଗାପୁର ଅଙ୍ଗନୱାଡ଼ି କେନ୍ଦ୍ରର 1 ନମ୍ବର ବୁଥରେ ଭଙ୍ଗାରୁଜା ହୋଇଛି । ଦୁଇ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା କାରଣରୁ ବାଲାଟ ପେପର ଷ୍ଟାମ୍ପ ନେଇଯିବା ଅଭିଯୋଗ ହୋଇଛି । ଯାହାଫଳରେ ବୁଥରେ ମତଦାନ ବନ୍ଦ ରହିଛି । ଘଟଣା ସ୍ଥଳରେ ପୋଲିସ ମୁତୟନ ହୋଇଥିବା ଯାଜପୁର ବିଡିଓଙ୍କ ସୂଚନା ଦେଇଛନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.