ETV Bharat / state

ପ୍ରଚାର ମୈଦାନରେ ବିଜେଡି ପ୍ରାର୍ଥୀ, ହୁଳହୁଳୀରେ କମ୍ପୁଛି ଗାଁ ଦାଣ୍ଡ

ବାଜା ହୁଳହଳୀ,ଶଙ୍ଖ, ଖଞ୍ଜଣୀ ଓ ଜିନ୍ଦାବାଦ ଧ୍ବନୀରେ କମ୍ପୁଛି ଗାଁ ଦାଣ୍ଡ। ଗାଁ ଗାଁ ବୁଲି ଯୁବକ, ଛାତ୍ର, ମହିଳା ଓ ବୃଦ୍ଧ ବ୍ୟକ୍ତି ପର୍ଯ୍ୟନ୍ତ ବ୍ୟକ୍ତିଗତ ସାକ୍ଷାତ କରି ପ୍ରାର୍ଥୀ ଭୋଟଭିକ୍ଷା କରୁଛନ୍ତି। ସେହିପରି ବିଜେଡି ପ୍ରାର୍ଥୀ ତଥା ବରିଷ୍ଠ ନେତା ଅମର ପ୍ରସାଦ ଶତପଥୀ ନିଜର ସମର୍ଥକ ମାନଙ୍କ ସହ ଲମ୍ପ ମାରିଛନ୍ତି ପ୍ରଚାର ମୈଦାନକୁ।

author img

By

Published : Apr 12, 2019, 1:37 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା ଯାଜପୁର

ଯାଜପୁର: ସରିଛି ନାମାଙ୍କନ ପତ୍ର ଦାଖଲ ଓ ଯାଞ୍ଚ ପ୍ରକ୍ରିୟା ଓ ପ୍ରଥମ ପର୍ଯ୍ୟାୟ ମତଦାନ । ଏବେ ଚାଲିଛି ନେତା ଓ କର୍ମୀଙ୍କ ପ୍ରଚାର ଅଭିଯାନ । ଏମିତି ନିର୍ବାଚନୀ ପ୍ରଚାର ଜମିଛି ଯାଜପୁର ବଡଚଣା ନିର୍ବାଚନ ମଣ୍ଡଳୀରେ । ବିଜେଡି ପ୍ରାର୍ଥୀ ତଥା ବରିଷ୍ଠ ନେତା ଅମର ପ୍ରସାଦ ଶତପଥୀ ନିଜର ସମର୍ଥକ ମାନଙ୍କ ସହ ଲମ୍ପ ମାରିଛନ୍ତି ପ୍ରଚାର ମୈଦାନକୁ ।

ବାଜା ହୁଳହଳୀ,ଶଙ୍ଖ, ଖଞ୍ଜଣୀ ଓ ଜିନ୍ଦାବାଦ ଧ୍ବନୀରେ କମ୍ପୁଛି ଗାଁ ଦାଣ୍ଡ। ଗାଁ ଗାଁ ବୁଲି ଯୁବକ, ଛାତ୍ର, ମହିଳା ଓ ବୃଦ୍ଧ ବ୍ୟକ୍ତି ପର୍ଯ୍ୟନ୍ତ ବ୍ୟକ୍ତିଗତ ସାକ୍ଷାତ କରି ସେ ଭୋଟଭିକ୍ଷା କରିଛନ୍ତି। ବଡଚଣାର ହରିଶଙ୍କର ପୀଠରୁ ସେ ଏହି ଅଭିଯାନ ଆରମ୍ଭ କରିଥିବା ବେଳେ ସେ ମୁଖ୍ୟତଃ ବିଜେପିକୁ ଟାର୍ଗେଟ କରିଛନ୍ତି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ଯାଜପୁର

ରାଜ୍ୟ ପ୍ରତି କେନ୍ଦ୍ରର ଅବହେଳା ଓ ମୋଦି ସରକାରଙ୍କର ଓଡିଶା ପ୍ରତି ବୈମାତୃକ ମନୋଭାବ ବିରୋଧରେ ଜନମତ ସୃଷ୍ଟି ହୋଇଛି । ଯାହାକୁ ଆଧାର କରି ସେ ଏଥର ନିର୍ବାଚନ ବୈତରଣୀ ପାର ହେବା ଲକ୍ଷ୍ୟ ରଖିଛନ୍ତି ।

ନବୀନ ସରକାରଙ୍କ ସ୍ବଚ୍ଛତା ଓ ଲୋକପ୍ରିୟତାକୁ ପାଥେୟ କରି ବଡଚଣା ବାସୀ ପୁଣି ତାଙ୍କୁ ବିପୁଳ ସଂଖ୍ୟାରେ ଭୋଟଦେଇ ନିର୍ବାଚିତ କରିବେ ବୋଲି ଆଶା ବ୍ୟକ୍ତ କରିଛନ୍ତି ଅମର।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

Intro:Body:

gfdf

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.