ETV Bharat / state

ଭୀମଟାଙ୍ଗୀ ହତ୍ୟାକାଣ୍ଡ: ଜଗନ୍ନାଥଙ୍କ ମା’ ଜଣାଇଲେ କଣ ଥିଲା କାରଣ ?

ଭୁବନେଶ୍ୱର ଭୀମଟାଙ୍ଗି ଅଞ୍ଚଳରେ ମହିଳାଙ୍କୁ ବିଭତ୍ସ ହତ୍ୟା ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଜଗନ୍ନାଥ ପ୍ରଧାନଙ୍କ ମା’ ସାବିତ୍ରୀ ପ୍ରଧାନ । ପ୍ରେମ ବ୍ୟାପାରରୁ ଏହି ହତ୍ୟାକାଣ୍ଡ ହୋଇଥିବା ସାବିତ୍ରୀ କହିଛନ୍ତି । ସାମ୍ନାକୁ ଆସିଲା ଅଭିଯୁକ୍ତଙ୍କ ହ୍ୱାଟ୍ସ ଆପ୍ ଚାଟ୍ । ଅଧିକ ପଢ଼ନ୍ତୁ...

ଭୀମଟାଙ୍ଗୀ ହତ୍ୟାକାଣ୍ଡ: ପ୍ରେମ ବ୍ୟାପାରରୁ ମହିଳାଙ୍କୁ ନିର୍ମମ ହତ୍ୟା !

author img

By

Published : Jul 6, 2021, 4:10 PM IST

Updated : Jul 6, 2021, 8:22 PM IST

ଯାଜପୁର: ଭୁବନେଶ୍ୱର ଭୀମଟାଙ୍ଗି ଅଞ୍ଚଳରେ ମହିଳାଙ୍କୁ ବିଭତ୍ସ ହତ୍ୟା ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଜଗନ୍ନାଥ ପ୍ରଧାନଙ୍କ ମାଆ ସାବିତ୍ରୀ ପ୍ରଧାନ । ପ୍ରେମ ବ୍ୟାପାରରୁ ଏହି ହତ୍ୟାକାଣ୍ଡ ହୋଇଥିବା ସାବିତ୍ରୀ କହିଛନ୍ତି । ହତ୍ୟାକାଣ୍ଡର ଶିକାର ହୋଇଥିବା ପ୍ରିୟଙ୍କାଙ୍କ ସହ ଜଗନ୍ନାଥର ପ୍ରେମ ସମ୍ପର୍କ ରହିଥିଲା। ପ୍ରିୟଙ୍କା ବିବାହ ପୂର୍ବରୁ ଜଗନ୍ନାଥଙ୍କୁ ଜାଣିଥିଲା । ବିବାହ ପରେ ଦୁହିଁଙ୍କ ମଧ୍ୟରେ କୌଣସି ସମ୍ପର୍କ ରହି ନଥିଲା। ତେବେ ଗତବର୍ଷ ଲକଡାଉନ ସମୟରେ ପୁଣି ଉଭୟଙ୍କ ମଧ୍ୟରେ ସମ୍ପର୍କ ଆରମ୍ଭ ହୋଇଥିଲା। । ପରବର୍ତ୍ତୀ ସମୟରେ ଏହି ସମ୍ପର୍କରେ ତିକ୍ତତା ଆସି ଯାଇଥିଲା ବୋଲି କହିଛନ୍ତି ସାବିତ୍ରୀ ।

ଭୀମଟାଙ୍ଗୀ ହତ୍ୟାକାଣ୍ଡ: ପ୍ରେମ ବ୍ୟାପାରରୁ ମହିଳାଙ୍କୁ ନିର୍ମମ ହତ୍ୟା !

ସେପଟେ ସାବିତ୍ରୀଙ୍କ ବୟାନକୁ ଖଣ୍ଡନ କରିଛନ୍ତି ପ୍ରିୟଙ୍କାଙ୍କ ପରିବାର ଲୋକେ । ସାବିତ୍ରୀଙ୍କ କଥାରେ ସତ୍ୟତା ନଥିବା କଥା ସେମାନେ କହିଛନ୍ତି । ବ୍ୟବଚ୍ଛେଦ ପରେ ପ୍ରିୟଙ୍କାଙ୍କ ଶାଶୁଘର କୁଆଖିଆ ଥାନା ବାହାଦଲାପୁର ପଞ୍ଚାୟତର ମହମ୍ମଦପୁର ଗାଁରେ ପହଞ୍ଚିଛି ପ୍ରିୟଙ୍କାଙ୍କ ମୃତଦେହ । ମୃତଦେହ ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ବିବାହ ପରେ ଜଗନ୍ନାଥଙ୍କ ସହ ପ୍ରିୟଙ୍କାଙ୍କ ସହ କୌଣସି ସମ୍ପର୍କ ନଥିଲା ବୋଲି କହିଛନ୍ତି ପ୍ରିୟଙ୍କାଙ୍କ ବାପ ଘର ଲୋକେ । ଏହାକୁ ନେଇ ପ୍ରିୟଙ୍କାଙ୍କ ସ୍ବାମୀ କୌଣସି ପ୍ରତିକ୍ରିୟା ଦେବାକୁ ମନା କରି ଦେଇଛନ୍ତି ।

ଭୀମଟାଙ୍ଗୀ ହତ୍ୟାକାଣ୍ଡ: ଜଗନ୍ନାଥଙ୍କ ମା’ ଜଣାଇଲେ କଣ ଥିଲା କାରଣ ?
ଭୀମଟାଙ୍ଗୀ ହତ୍ୟାକାଣ୍ଡ: ଜଗନ୍ନାଥଙ୍କ ମା’ ଜଣାଇଲେ କଣ ଥିଲା କାରଣ ?

ସେପଟେ ଘଟଣାର ତଦନ୍ତ ପରେ ଅଭିଯୁକ୍ତ ଜଗନ୍ନାଥ ପ୍ରଧାନଙ୍କ ହ୍ୱାଟ୍ସ ଆପ୍ ଚାଟ ସାମ୍ନାକୁ ଆସିଛି । ହତ୍ୟାକାଣ୍ଡ ପୂର୍ବରୁ ଏକ ହ୍ୱାଟ୍ସ ଆପ ଗ୍ରୁପରେ ଜଗନ୍ନାଥ ଆତ୍ମହତ୍ୟା କରିବାକୁ ମନସ୍ଥ କରିଥିବା କଥା କହି ମେସେଜ କରିଥିଲା । ମେସେଜ କରି ଜଗନ୍ନାଥ ଲେଖିଛି ଯେ, "ଭାଉଜ ମୋତେ କ୍ଷମା କରି ଦେବ। ଅତୀତରେ କେବେ କିଛି ଯଦି କହିଦେଇଥାଏ ତେବେ କ୍ଷମା କରିଦେବ । ଭାଇ ବାପ ସମାନ। ତୁମମାନଙ୍କୁ ମଧ୍ୟ ବିଭିନ୍ନ ସମୟରେ ବହୁତ କିଛି କଥା କହି ଦେଇଛି । ମୋତେ ଖରାପ ଭାବିବନି । ମୋର ଆଉ ବଞ୍ଚିବାକୁ ଇଚ୍ଛା ନାହିଁ । ଯେଉଁ ରିଙ୍କିକୁ ମୁଁ ଭଲ ପାଉଥିଲି ସେ ମୋର ଜୀବନ ବର୍ବାଦ କରି ଦେଇଛି । ମୋର ଆଉ ବଞ୍ଚିବାକୁ ତିଳେ ମାତ୍ର ଇଚ୍ଛା ନାହିଁ । ଏଥିପାଇଁ ମୋତେ କ୍ଷମା କରିଦେବ ।"

ସୋମବାର ରାଜଧାନୀ ଏୟାରଫିଲଡ଼ ଥାନା ଭୀମଟାଙ୍ଗି ଫେଜ୍ ୧ ପ୍ଲଟ ନମ୍ବର ଏ/ଏଲ ୧ ର ଏକ ଭଡ଼ା ଘରେ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଭଡ଼ା ରହୁଥିବା ରାକେଶ ସାହୁ ଘରୁ ଅଫିସ ବାହାରିଯିବା ପରେ ଏକାକି ପତ୍ନୀ ପ୍ରିୟଙ୍କା ପ୍ରିୟଦର୍ଶିନୀ ସାହୁ ଘରେ ଥିଲେ । ଏହାର ସୁଯୋଗ ନେଇ ଘର ଭିତରକୁ ପଶିଥିଲେ ହତ୍ୟାକାଣ୍ଡର ଅଭିଯୁକ୍ତ ତଥା ପ୍ରେମିକ ଜଗନ୍ନାଥ ପ୍ରଧାନ । ଭଡ଼ା ରହୁଥିବା ରାକେଶ ସାହୁ ଘରୁ ଅଫିସ ବାହାରିଯିବା ପରେ ଏକାକି ପତ୍ନୀ ପ୍ରିୟଙ୍କା ପ୍ରିୟଦର୍ଶିନୀ ସାହୁ ଘରେ ଥିଲେ । ଏହାର ସୁଯୋଗ ନେଇ ଘର ଭିତରକୁ ପଶିଥିଲେ ହତ୍ୟାକାଣ୍ଡର ଅଭିଯୁକ୍ତ ତଥା ପ୍ରେମିକ ଜଗନ୍ନାଥ ପ୍ରଧାନ ।

ଏହାପରେ ଘର ମାଲିକ କବାଟ ଭାଙ୍ଗି ଭିତରକୁ ପଶିବା ବେଳକୁ ସେଠାରେ ପ୍ରିୟଦର୍ଶିନୀଙ୍କ ଗଳାକଟା ମୃତେଦେହ ସହ ପାଖରେ ହାତକାଟି ବିଷ ପିଇ ଛଟପଟ ହେଉଥିଲା ପ୍ରେମିକ ତଥା ଅଭିଯୁକ୍ତ। ଖବର ପାଇ ଘଟଣାସ୍ଥଳରେ ଏୟାରଫିଲ୍ଡ ଥାନା ପୋଲିସ ସହ ପହଞ୍ଚିଥିଲେ ଭୁବନେଶ୍ବର ଡିସିପି । ଘଟଣାସ୍ଥଳରୁ ହତ୍ୟାକାଣ୍ଡରେ ବ୍ୟବହୃତ ହତିଆର ସହ ପୋଲିସ ଜବତ କରିଥିଲା ଏକ ସୁଇସାଇଡ ନୋଟ୍ । ଯେଉଁଥିରେ ଅଭିଯୁକ୍ତ ପ୍ରେମିକ ପ୍ରିୟଦର୍ଶିନୀଙ୍କୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିବ ବୋଲି ଲେଖିଥିଲା । ଅଭିଯୁକ୍ତ ପ୍ରଥମେ ପ୍ରିୟଙ୍କାଙ୍କ 3 ବର୍ଷର ପୁଅକୁ ହତ୍ୟା କରିବାକୁ ଯୋଜନା କରିଥିଲା । ତେବେ ସେହି ସମୟରେ ପୁଅ ଉପର ଘରକୁ ଖେଳିବାକୁ ଯାଇଥିବାରୁ ଜୀବନ ରକ୍ଷା ହୋଇ ପାରିଥିଲା । ଅଭିଯୁକ୍ତକୁ ଫାଶୀ ଦଣ୍ଡ ଦେବାକୁ ଦାବି କରିଛନ୍ତି ପ୍ରିୟଙ୍କାଙ୍କ ଶ୍ବଶୁର ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

Last Updated : Jul 6, 2021, 8:22 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.