ETV Bharat / state

ରିଲିଫ ସାମଗ୍ରୀ ବଣ୍ଟନ ହେରଫେର, ତଦନ୍ତ ଦାବିରେ ପ୍ରକୃତ ହିତାଧିକାରୀ - beneficiaries demands on investigation

ଯାଜପୁର ବ୍ଲକ ବେରୁଦା ପଞ୍ଚାୟତ ଇଶ୍ୱରପୁର ଗାଁରେ ରିଲିଫ ସାମଗ୍ରୀ ବଣ୍ଟନକୁ ନେଇ ଅସନ୍ତୋଷ । ବାଦ ପଡିଥିବା ପ୍ରକୃତ ହିତାଧିକାରୀ ଦ୍ୱିତୀୟ ଥର ପାଇଁ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇ ଘଟଣାର ତଦନ୍ତ କରିବାକୁ ଦାବି କରିଛନ୍ତି । ଅଧିକ ପଢନ୍ତୁ...

beneficiaries demands on investigation of Distribution of relief materials
ରିଲିଫ ସାମଗ୍ରୀ ବଣ୍ଟନ ହେରଫେର, ତଦନ୍ତ ଦାବିରେ ପ୍ରକୃତ ହିତାଧିକାରୀ
author img

By

Published : Oct 9, 2020, 5:44 PM IST

ଯାଜପୁର: ଯାଜପୁର ବ୍ଲକ ବେରୁଦା ପଞ୍ଚାୟତ ଇଶ୍ୱରପୁର ଗାଁରେ ରିଲିଫ ସାମଗ୍ରୀ ବଣ୍ଟନକୁ ନେଇ ଅସନ୍ତୋଷ । ବାଦ ପଡିଥିବା ପ୍ରକୃତ ହିତାଧିକାରୀ ଦ୍ୱିତୀୟ ଥର ପାଇଁ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇ ଘଟଣାର ତଦନ୍ତ କରିବାକୁ ଦାବି କରିଛନ୍ତି ।

ରିଲିଫ ସାମଗ୍ରୀ ବଣ୍ଟନ ହେରଫେର, ତଦନ୍ତ ଦାବିରେ ପ୍ରକୃତ ହିତାଧିକାରୀ

ସୂଚନା ମୁତାବକ ରିଲିଫ ସାମଗ୍ରୀ ବଣ୍ଟନ ସମୟରେ ଗ୍ରାମର କିଛି ଅସାମାଜିକ ବ୍ୟକ୍ତି ଓ ଦାୟିତ୍ୱରେ ଥିବା ଅଧିକାରୀ କିଛି ଗରିବ ହିତାଧିକାରୀଙ୍କ ନାମ କାଟି ଦେଇଥିବା ଅଭିଯୋଗ ହୋଇଛି । ଏପରିକି ଅନେକ ପ୍ରକୃତ ହିତାଧିକାରୀଙ୍କୁ ରିଲିଫ ସାମଗ୍ରୀ ବଣ୍ଟା ଯାଇନଥିବା ଅଭିଯୋଗ ହୋଇଛି ।

ପୂର୍ବରୁ ଗ୍ରାମବାସୀଙ୍କ ପକ୍ଷରୁ ଏକ ପ୍ରତିନିଧି ଦଳ ଜିଲ୍ଲାପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଏଯାଏଁ ଘଟଣାର ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇନାହିଁ । ଗ୍ରାମାଞ୍ଚଳରେ ପ୍ରକୃତ ହିତାଧିକାରୀଙ୍କ ଠାରୁ ଏପରି ଲୁଟର ତଦନ୍ତ ତୁରନ୍ତ କରିବାକୁ ଦାବି କରି ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ଘଟଣାର ଶୀଘ୍ର ସମାଧାନ ନହେଲେ ରାଜରାସ୍ତାକୁ ଆସିବେ ବୋଲି ଗ୍ରାମବାସୀମାନେ ଚେତାବନୀ ଦେଇଛନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.