ETV Bharat / state

କୂଅରେ ଭାଲୁ ପଡିବା ଘଟଣା: ମୃତଦେହ ଉଦ୍ଧାର - dead in well

ଯାଜପୁରରୁ ଜିଲ୍ଲା ସୁକିନ୍ଦା ଥାନା ଅନ୍ତର୍ଗତ ହରିପୁର ପଞ୍ଚାୟତ ହାଟସାହି ଗାଁରେ ବନବିଭାଗ ଦ୍ବାରା ମୃତ ଅବସ୍ଥାରେ ଭାଲୁଟି ଉଦ୍ଧାର ହୋଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର
author img

By

Published : Jul 31, 2019, 3:15 PM IST

ଯାଜପୁର: କୂଅରୁ ଭାଲୁର ମୃତଦେହ ଉଦ୍ଧାର । ଯାଜପୁରରୁ ଜିଲ୍ଲା ସୁକିନ୍ଦା ଥାନା ଅନ୍ତର୍ଗତ ହରିପୁର ପଞ୍ଚାୟତ ହାଟସାହି ଗାଁରେ ବନବିଭାଗ ଦ୍ବାରା ମୃତ ଅବସ୍ଥାରେ ଭାଲୁଟି ଉଦ୍ଧାର ହୋଇଛି । ତେବେ ସୁକିନ୍ଦା ପ୍ରାଣୀଧନ ଚିକିତ୍ସାଳୟରେ ମୃତ ଭାଲୁର ଶବ ବ୍ୟବଚ୍ଛେଦ କରାଯାଇଛି ।

ସୂଚନାଯୋଗ୍ୟ, ଗତ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ଭାଲୁ ଗ୍ରାମରେ ପଶି ଆତଙ୍କ ସୃଷ୍ଟି କରିବା ସହିତ ଲୋକଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲା । ଦୁଇଜଣ ଗ୍ରାମବାସୀ ଆକ୍ରମଣରେ ଆହତ ହୋଇ ଚକିତ୍ସିତ ହୋଇଥିଲେ । ପରେ ଭାଲୁଟି ଗ୍ରାମର ଦୋଳ ଭୂୟାଁଙ୍କ କୂଅ ଭିତରେ ଖସି ପଡିଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ଖବର ପାଇ ବନବିଭାଗ ଅଧିକାରୀମାନେ ପହଞ୍ଚି ଭାଲୁକୁ ମୃତ ଅବସ୍ଥାରେ ଉଦ୍ଧାର କରିଥିଲେ । ଗ୍ରାମବାସୀ ରାତାରାତି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ ମଧ୍ୟ କେହି କର୍ମଚାରୀ ପହଞ୍ଚି ନଥିଲେ । ଭାଲୁ ମୃତ୍ୟୁ ପାଇଁ ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗ ଓ ବନବିଭାଗକୁ ଦାୟୀ କରିଛନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

Intro:ସ୍ଲଗ-କାଦୁଅ ରାସ୍ତାରେ ଧାନ ରୋଇ ପ୍ରତିବାଦ କଲେ ଗ୍ରାମବାସୀ।
ଫର୍ମାଟ-ଏଭିଓ,୩୧/୦୭/୧୯
ରିପୋର୍ଟ-ତପନ ବିଷୋୟୀ, ନବରଙ୍ଗପୁର।
-----------------------------------------------------------
ଆଙ୍କର:-ଗାଁ କୁ ଯିବାକୁ ଭଲ ରାସ୍ତା ଖଣ୍ଡେ ନାହିଁ।ବର୍ଷାରେ ହୋଉଛି କାଦୁଅ ପଚପଚ।ଯାତାୟତ ପାଇଁ ଲୋକେ ନାହିଁନଥିବା ଅସୁବିଧା ଭୋଗୁଛନ୍ତି।
ରାସ୍ତା କୁ ପକ୍କା କରିବାକୁ ବାରମ୍ବାର ହୋଇଛି ଦାବି।ଏହା ସତ୍ୱେ ବି କିଛି ହେଉନି କାମ।ଶେଷରେ ବାଧ୍ୟ ହୋଇ ନିଆରା ଢଙ୍ଗରେ କାଦୁଅ ପଚପଚ ରାସ୍ତାରେ ଧାନ ରୋଇ ପ୍ରତିବାଦ କରିଛନ୍ତି ଝରିଗାଁ ବ୍ଲକ ବାଗବେଡା ଗାଁ ଲୋକେ।ଗାଁ ଲୋକଙ୍କ କହିବା ଅନୁଯାୟୀ ଦୀର୍ଘ ଦିନରୁ ରାସ୍ତା ର ମରାମତି ହୋଇନି।ମାଟି ମୁଠେ ବି କିଏ ପକେଇ ନାହାଁନ୍ତି।ବର୍ଷ ର ଅନ୍ୟ ଦିନେ ଯାହା ଯେମିତି ଚଳି ଯାଉଛୁ।ହେଲେ ବର୍ଷା ଦିନରେ ସମସ୍ୟା ବଡ଼ି ଯାଉଛି।ବର୍ଷାରେ କାଦୁଅ ପଚପଚ ହେବା ସହ ଖାଲଖମାରେ ପାଣି ଜମି ରହୁଛି।ବାଗବେଡା ରୁ ତହରାକରିଆଗୁଡ଼ା କୁ ଯାଇଥିବା ଏହି ରାସ୍ତା ସମ୍ପୂର୍ଣ୍ଣ ସଚନୀୟ ହୋଇଥିବା ବେଳେ ରାଜନେତା ଅବା ପ୍ରଶାସନ ଦୃଷ୍ଟି ଦେଉନାହାନ୍ତି।ଅବସ୍ଥା ଏପରି ହୋଇଛି ଗାଡ଼ି ମଟର କଥା ଛାଡ଼ ଚାଲିକି ଯିବା ମଧ୍ୟ ଅସମ୍ଭବ ହୋଇପଡ଼ିଛି।ଏବେ ବର୍ଷା ଲାଗି ରହିଥିବା ରୁ ସମସ୍ୟା ଦୁଇ ଗୁଣିତ ହୋଇଯାଇଛି।ସ୍କୁଲ ଓ ଅଙ୍ଗନବାଡି କୁ ପିଲା ମାନେ ଯାଇ ପାରୁ ନାହାଁନ୍ତି କିମ୍ବା ଗ୍ରାମରେ କୈଣସି ରୋଗୀ ଅବା ଗର୍ଭବତୀ ଙ୍କୁ ହସ୍ପିଟାଲ ନେବାକୁ ଆମ୍ବୁଲାନ୍ସ ଆସିପାରୁନାହିଁ।ତେଣୁ ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ନହେଲେ ଆଗାମୀ ଦିନରେ ଗ୍ରାମବାସୀ ରାଜରାସ୍ତାକୁ ଓହ୍ଲେଇବୁ ବୋଲି ଚେତାବନୀ ଦେଇଛନ୍ତି।Body:Tapan Kumar Bissoyi Conclusion:NABARANGPUR
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.