ETV Bharat / state

ପରିଚୟ ହରାଇବ ଐତିହାସିକ ରାଜବାଟୀ ! ସୁରକ୍ଷା ଦାବିରେ ଉଠିଲା ସ୍ୱର - Jajpur rajabati news

ପାହାଡ ପାଦ ଦେଶର ଐତିହାସିକ ଗଡ ବଳରାମପୁର । ରାଜା ବଳରାମ ଧୀର ସିଂ ଦେବଙ୍କ ନାଁ ଅନୁସାରେ ଏ ଅଞ୍ଚଳର ନାଁ ରହିଛି ବଳରାମପୁର ଗଡ । ଏଠାରେ ରହିଛି ରାଜାଙ୍କ ରାଜବାଟୀ । ଯାହା ଗଛଲତାରେ ଭର୍ତ୍ତି ହେବା ସହ ମାଟିରେ ମିଶିବାକୁ ବସିଲାଣୀ । ଲାଗୁଛି ଯେମିତି ଇତିହାସର ଗାଥା ବହନ କରୁଥିବା ରାଜବାଟୀ ଆଜି ଭୂତ କୋଠିରେ ପରିଣତ ହୋଇଛି । ଅଧିକ ପଢନ୍ତୁ

ମାଟିରେ ମିଶିବାକୁ ବସିଲାଣୀ ବଳରାମପୁର ଗଡର ରାଜବାଟୀ, ସୁରକ୍ଷା ପାଇଁ ଦାବି

author img

By

Published : Apr 16, 2022, 5:43 PM IST

ଯାଜପୁର: ରାଜ୍ୟ ତଥା ଦେଶରେ ଅନେକ ଏପରି ଅନେକ ରାଜବାଟୀ ରହିଛି ଯାହା ଇତିହାସର ମୁକସାକ୍ଷୀ । ସେପରି ଏକ ରାଜବାଟୀ ରହିଛି ଯାଜପୁରର ବଳରାମପୁର ଗଡରେ । ଯେଉଁଠି ବ୍ରିଟିଶ୍ ଶାସନରୁ ଦେଶ ସ୍ବାଧୀନ ହେବା ପୂର୍ବରୁ ଗଡଜାତ ଶାସନ କାଳରେ ପିଢି ପରେ ପିଢି ରାଜ ପରିବାରର ରାଜା ମାନେ କରଦ ରାଜା ଭାବରେ ଅଞ୍ଚଳକୁ ଶାସନ କରି ଆସୁଥିଲେ ।

ପରିଚୟ ହରାଇବ ଐତିହାସିକ ରାଜବାଟୀ

ବଳରାମପୁର ଗଡ ରାଜା ବଳରାମ ଧୀର ସିଂ ଦେବଙ୍କ ନାଁ ଅନୁସାରେ ନାମିତ ହୋଇଥିଲା । ପାହାଡ ଉପରେ ଏହି ଗଡଟି ଅବସ୍ଥିତ । 553 ଖ୍ରୀଷ୍ଟାବ୍ଦରେ ନିର୍ମିତ ଏ ରାଜପ୍ରସାଦ ଦେଢ ହଜାର ବର୍ଷ ପୁରୁଣା । ଏହି ରାଜବାଟୀର ଭଗ୍ନାବଶେଷକୁ ଲକ୍ଷ୍ୟ କଲେ ଏହାର କିର୍ତ୍ତି କିମ୍ବଦନ୍ତିର ନମୁନା ସ୍ପଷ୍ଟ ବାରି ହୁଏ । ଆଜି କେବଳ ଏହି ଭଗ୍ନ ରାଜପ୍ରାସାଦଟି ସେହି ଇତିହାସର ମୁକସାକ୍ଷୀ ପାଲଟିଛି ।

ରାଜପ୍ରାସାଦ ନିକଟରେ ରହିଛି ରାଜ ପରିବାର ଦ୍ବାରା ନିର୍ମିତ ଏକ ପ୍ରାଚୀନ ଜଗନ୍ନାଥ ମନ୍ଦିର । ପାହାଡ ପରିବେଷ୍ଟିତ ସବୁଜ ବନାନୀ ଓ ସୁଶୋଭିତ ପରିବେଶରେ ଏହି ରାଜବାଟୀ ଓ ମନ୍ଦିର ବେଶ ମନମୁଗ୍ଧକର । ଏହାର ସୁରକ୍ଷା ଓ ଭିତ୍ତିଭୂମିର ବିକାଶ ସହିତ ଏ ଅଞ୍ଚଳକୁ ଏକ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେବାକୁ ସ୍ଥାନୀୟ ଲୋକେ ମତ ଖିଛନ୍ତି।

ପ୍ରତିବର୍ଷ ନୂଆବର୍ଷ ଆସିଲେ ଏ ଅଞ୍ଚଳକୁ ଅନେକ ପର୍ଯ୍ୟଟକ ଓ କଲେଜ ଛାତ୍ରଛାତ୍ରୀ ପରିଦର୍ଶନ କରିବାକୁ ଆସିଥାନ୍ତି । ରାଜବାଟୀ ଓ ମନ୍ଦିର ବୁଲି ଏହାର ସୌନ୍ଦର୍ଯ୍ୟକୁ ଉପଭୋଗ କରିଥାନ୍ତି । କେହି କେହି ବଣଭୋଜି ବା ପିକନିକ୍ କରିବାକୁ ମଧ୍ୟ ଏଠାକୁ ଆସିଥାନ୍ତି । ପାହାଡ ଉପରୁ ତଳକୁ ଚାହିଁଲେ ପ୍ରାୟ 20 କିଲୋମିଟର ପର୍ଯ୍ୟନ୍ତ ଅଞ୍ଚଳ ଦୃଶ୍ୟମାନ ହୋଇଥାଏ ।

553ଖ୍ରୀଷ୍ଟାବ୍ଦରେ ଏହି ରାଜବାଟୀଟି ନିର୍ମିତ ହୋଇଥିବା ସ୍ଥାନୀୟ ଲୋକେ ମତ ଦିଅନ୍ତି । ଆଜି ବି ରାଜ ପରିବାରର ଦାୟାଦ ଭାବେ ପୁତ୍ରକନ୍ୟା ଥିଲେ ହେଁ ଏମାନେ ଏଠାରେ କେହି ରହୁନଥିବା ଜଣାଯାଏ । ତେବେ ଏହାର ଇତିହାସକୁ ଅବଲୋକନ କଲେ ଅନେକ ତଥ୍ୟ ଚର୍ଚ୍ଚାକୁ ଆସିଥାଏ ।ପାହାଡ ପରିବେଷ୍ଟିତ ସବୁଜ ବନାନୀ ଓ ସୁଶୋଭିତ ପରିବେଶରେ ଏ ରାଜବାଟି ଓ ମନ୍ଦିର ବେଶ୍ ମନମୁଗ୍ଧକର । ଏହାର ସୁରକ୍ଷା ଓ ଭିତ୍ତିଭୂମିର ବିକାଶ କରାଗଲେ ଏହା ନିଶ୍ଚିତରୂପେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିପାରନ୍ତା ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.