ETV Bharat / state

ଉଛୁଳୁଛି ବୈତରଣୀ ନଦୀ, ବିପଦ ସଂକେତ ଉପରେ ଜଳ ସ୍ତର

ଆଖୁଆପଦାଠାରେ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ନଦୀଜଳ । ଚିନ୍ତାରେ ନଦୀକୂଳିଆ ଲୋକେ । ଅଧିକ ପଢନ୍ତୁ...

author img

By

Published : May 27, 2021, 5:12 PM IST

ଉଛୁଳୁଛି ବୈତରଣୀ ନଦୀ, ବିପଦ ସଂକେତ ଉପରେ ଜଳ ସ୍ତର
ଉଛୁଳୁଛି ବୈତରଣୀ ନଦୀ, ବିପଦ ସଂକେତ ଉପରେ ଜଳ ସ୍ତର

ଯାଜପୁର: ବାତ୍ୟା ପରେ ବନ୍ୟା ଚିନ୍ତା । ଉପରମୁଣ୍ଡରେ ପ୍ରବଳ ବର୍ଷା ହେବା ଯୋଗୁଁ ବୈତରଣୀ ଏବଂ ଏହାର ଶାଖା ନଦୀରେ ପ୍ରଥମ ବନ୍ୟା ଆସିଛି । ଫଳରେ ବଢୁଛି ବୈତରଣୀ ନଦୀ, ଆଖୁଆପଦାଠାରେ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ନଦୀ ଜଳ । ଏଠାରେ ବିପଦ ସଂକେତ 17.83 ମିଟର ଥିବାବେଳେ ବର୍ତ୍ତମାନ ଜଳସ୍ତର 18.37 ମିଟର ରହିଛି ।

ଯାଜପୁର ଜିଲ୍ଲାର ଯାଜପୁର, ଦଶରଥପୁର ଏବଂ କୋରେଇ ବ୍ଲକ ଅଞ୍ଚଳରେ ବନ୍ୟା ଆଶଙ୍କା ଦେଖାଦେଇଛି । ବନ୍ୟାର ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ଲୋକଙ୍କୁ ସତର୍କ ହେବାକୁ ଡାକବାଜି ଯୋଗେ ପ୍ରଚାର କରାଯାଇଛି । ନଦୀ କୂଳିଆ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ନଦୀ ଆଖପାଖ ଅଞ୍ଚଳରେ ଲୋକଙ୍କୁ ଆବଶ୍ୟକ ପଡ଼ିଲେ ଉଚ୍ଚ ସ୍ଥାନକୁ କିମ୍ବା ବାତ୍ୟା ଆଶ୍ରୟ ସ୍ଥଳରେ ଥଇଥାନ କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.