ETV Bharat / state

ଏମଭି ଆକ୍ଟ 2019କୁ ନେଇ ସଚେତନ ଯାଜପୁରବାସୀ - ଡ୍ରାଇଭିଂ ଲାଇସେନ୍ସ

ଧିରେ ଧିରେ ସଚେତନ ହେବାକୁ ଲାଗିଛନ୍ତି ଯାଜପୁରବାସୀ । ଲୋକଙ୍କ ମଧ୍ୟରେ ଏହି ସଚେତନ ଏମଭି ଆକ୍ଟ 2019 ପରେ ଦେଖିବାକୁ ମିଳିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର
author img

By

Published : Sep 14, 2019, 11:34 PM IST

ଯାଜପୁର: ଓଡିଶାରେ ଏମଭି ଆକ୍ଟ-2019 ସାମୟିକ ସମୟ ପାଇଁ କୋହଳ ହୋଇଥିଲେ ହେଁ ଲୋକଙ୍କ ଭିତରେ ଯଥେଷ୍ଟ ସଚେତନତା ସୃଷ୍ଟି ହୋଇଛି । ଆରମ୍ଭ ଦିନଠାରୁ ହିଁ ଯାଜପୁରର ଚଣ୍ଡିଖୋଲ ଆରଟିଓ ଅଫିସରେ ଲମ୍ବା ଧାଡି ଲାଗୁଛି ।

ଗାଡି ପଞ୍ଜୀକରଣ, ଗାଡିର ଫିଟନେସ୍ ସାର୍ଟିଫିକେଟ୍ କିମ୍ବା ନିଜର ଡ୍ରାଇଭିଂ ଲାଇସେନ୍ସର ଆବେଦନ ପାଇଁ ଘଣ୍ଟା ଘଣ୍ଟା ଧରି ଧାଡିରେ ଛିଡା ହୋଇ ରହିଛନ୍ତି ଶହ ଶହ ଲୋକ । ନିୟମ ଲାଗୁ ହେବା ପରେ ଏବେ ପ୍ରାୟ 99 ପ୍ରତିଶତ ଲୋକେ ହେଲମେଟ୍ ଓ ସିଟ୍ ବେଲ୍ଟ ଲଗାଇବାକୁ ଭୁଲୁନାହାନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ତେବେ ଯେଉଁମାନେ ବର୍ଷ ବର୍ଷ ଧରି ବିନା ଲାଇସେନ୍ସରେ ଗାଡି ଚଳାଉଥିଲେ ସେମାନେ ମଧ୍ୟ ନିଜର ଡ୍ରାଇଭିଂ ଲାଇସେନ୍ସ ଓ କାଗଜପତ୍ର କରିବା ପାଇଁ ସଚେତନ ହୋଇଛନ୍ତି । କିଏ 3 ଦିନ ତ କିଏ ଦୀର୍ଘ 4ଦିନ ଧରି ପ୍ରତିଦିନ ଆରଟିଓ ଅଫିସ୍ ଆଗରେ ଧାଡିରେ ଛିଡା ହୋଇ ରହୁଛନ୍ତି । ମୋଟର ଭେଇକିଲ୍ ଆକ୍ଟ-2019ର ଆମେଣ୍ଡମେଣ୍ଟ ପରେ ଏବେ ଲୋକଙ୍କ ଭିତରେ ଚେତା ପସିଛି ।

ସେପଟେ ଗତ 1 ତାରିଖରୁ ଏହି ନିୟମ ଲାଗୁ ହେବା ପରେ ପରେ ପୋଲିସ ପ୍ରଶାସନ ଏବଂ ପରିବହନ ବିଭାଗ ପକ୍ଷରୁ ଆରମ୍ଭ ହୋଇଥିଲା ଧରପକଡ ଅଭିଯାନ । ଆଇନ ଅବମାନନା କରୁଥିବା ଲୋକଙ୍କଠାରୁ ଜୋରିମାନା ମଧ୍ୟ ଆଦାୟ ହେଉଥିଲା । ତେବେ ଲୋକମାନେ କିପରି ତୁରନ୍ତ ଏବଂ ସୁରୁଖୁରୁରେ ସେମାନଙ୍କର ଗାଡି କାଗଜପତ୍ର ବା ଡ୍ରାଇଭିଂ ଲାଇସେନ୍ସ କରିପାରିବେ ସେଥିପାଇଁ ଅନଲାଇନ୍ ଆବେଦନ କରିବାକୁ ଦାବି ଜଣାଇଛନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

Intro:slug-rto_office_applicant
format-avo
reporter-Gyanaranjan ojha
place-jajpur
date-14.09.19
anchor--ଓଡିଶାରେ ଏମଭି ଆକ୍ଟ-2019 ସାମୟିକ ସମୟ ପାଇଁ କୋହଳ ହୋଇଥିଲେ ହେଁ ଲୋକଙ୍କ ଭିତରେ ଯଥେଷ୍ଟ ସଚେତନତା ସୃଷ୍ଟି ହୋଇଛି । ଆରମ୍ଭ ଦିନ ଠାରୁ ହିଁ ଯାଜପୁରର ଚଣ୍ଡିଖୋଲ ଆରଟିଓ ଅଫିସରେ ଲମ୍ବା ଧାଡି ଲାଗୁଛି । ଗାଡି ପଞ୍ଜିକରଣ, ଗାଡିର ଫିଟନେସ୍ ସାର୍ଟିଫିକେଟ୍ କିମ୍ବା ନିଜର ଡ୍ରାଇଭିଂ ଲାଇସେନ୍ସର ଆବେଦନ ପାଇଁ ଘଣ୍ଟା ଘଣ୍ଟା ଧରି ଧାଡିରେ ଛିଡା ହୋଇରହିଛନ୍ତି ଶହ ଶହ ଲୋକ । ନିୟମ ଲାଗୁ ହେବା ପରେ ଏବେ ପ୍ରାୟ 99 ପ୍ରତିଶତ ଲୋକ ହେଲମେଟ୍ ବା ସିଟ୍ ବେଲ୍ଟ ଲଗାଇବାକୁ ଭୁଲୁନାହାନ୍ତି । ତେବେ ଯେଉଁମାନେ ବର୍ଷ ବର୍ଷ ଧରି ବିନା ଲାଇସେନ୍ସରେ ଗାଡି ଚଳାଉଥିଲେ ସେମାନେ ମଧ୍ୟ ନିଜର ଡ୍ରାଇଭିଂ ଲାଇସେନ୍ସ ଓ କାଗଜପତ୍ର କରିବା ପାଇଁ ସଚେତନ ହୋଇଛନ୍ତି । କିଏ ତିନି ଦିନ ତ କିଏ ଦୀର୍ଘ 4ଦିନ ଧରି ପ୍ରତିଦିନ ଆସି ଆରଟିଓ ଅଫିସ୍ ଆଗରେ ଧାଡିରେ ଛିଡାହୋଇ ରହୁଛନ୍ତି । ମୋଟର ଭେହିକିଲ୍ ଆକ୍ଟ-2019ର ଆମେଣ୍ଡମେଣ୍ଟ ପରେ ଏବେ ଲୋକଙ୍କ ଭିତରେ ଚେତାପଶିଛି । ସେପଟେ ଗତ 1ତାରିଖରୁ ଏହି ନିୟମ ଲାଗୁ ହେବା ପରେ ପରେ ପୋଲିସ୍ ପ୍ରଶାସନ ଏବଂ ପରିବହନ ବିଭାଗ ପକ୍ଷରୁ ଆରମ୍ଭ ହୋଇଥିଲା ଧରପଗଡ ଅଭିଯାନ । ଆଇନୀ ଅବମାନନା କରୁଥିବା ଲୋକଙ୍କ ଠାରୁ ଜୋରିମାନା ମଧ୍ୟ ଆଦାୟ ହେଉଥିଲା । ତେବେ ଲୋକମାନେ କିପରି ତୁରନ୍ତ ଏବଂ ସୁରୁଖୁରୁରେ ସେମାନଙ୍କର ଗାଡି କାଗଜପତ୍ର ବା ଡ୍ରାଇଭିଂ ଲାଇସେନ୍ସ କରିପାରିବେ ସେଥିପାଇଁ ଅନଲାଇନ୍ ଆବେଦନ କରିବାକୁ ଆପତ୍ତି ଜଣାଇଛନ୍ତି ।

Body:NewsConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.