ETV Bharat / state

ପେଟ୍ରୋଲ ପମ୍ପରେ ବୋମା ମାଡ଼କରି ଡକାୟତି ଉଦ୍ୟମ, ଦୁଇ ଡକାୟତ ଗିରଫ

author img

By

Published : Feb 13, 2021, 9:42 AM IST

ପେଟ୍ରୋଲ ପମ୍ପରେ ବୋମା ମାଡ କରି ଡକାୟତି ଉଦ୍ୟମ । ଏଥିରେ ଦୁଇ ଡକାୟତ ଗିରଫ ହୋଇଛନ୍ତି। ଅଧିକ ପଢନ୍ତୁ...

ପେଟ୍ରୋଲ ପମ୍ପରେ ବୋମା ମାଡ଼କରି ଡକାୟତି ଉଦ୍ୟମ, ଦୁଇ ଡକାୟତ ଗିରଫ
ପେଟ୍ରୋଲ ପମ୍ପରେ ବୋମା ମାଡ଼କରି ଡକାୟତି ଉଦ୍ୟମ, ଦୁଇ ଡକାୟତ ଗିରଫ

ଯାଜପୁର: ପେଟ୍ରୋଲ ପମ୍ପରେ ବୋମା ମାଡ କରି ଡକାୟତି ଉଦ୍ୟମ। ଏଥିରେ ଦୁଇ ଡକାୟତ ଗିରଫ ହୋଇଛନ୍ତି। ଯାଜପୁର ଜିଲ୍ଲା ବୈରୀ ଥାନା ନିକଟରେ ଥିବା ଏକ ପେଟ୍ରୋଲ ପମ୍ପରେ ଦୁଇ ଜଣ ବାଇକରେ ଆସି ବୋମା ମାଡ କରି ଡକାୟତି ଉଦ୍ୟମ କରିଥିଲେ। ତୁରନ୍ତ ଫୋନ ପାଇ ବୈରୀ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହିତ ଦୁଇଜଣଙ୍କୁ ଘଟଣାସ୍ଥଳରୁ ଗିରଫ କରିଥିଲା।

ସେମାନଙ୍କ ବାଇକ ମଧ୍ୟ ଜବତ କରିଛି ପୋଲିସ । ଏହି ବୋମାମାଡ ଘଟଣାରେ ଜଣେ ପେଟ୍ରୋଲ ପମ୍ପ କର୍ମଚାରୀ ଆହତ ହୋଇଥିବା ସୂଚନା ମିଳିଛି। ପେଟ୍ରୋଲ ପମ୍ପ ବନ୍ଦ ହେବାକୁ ଥିବା ବେଳେ ଦୁଇ ଜଣ ବାଇକରେ ଆସି ପେଟ୍ରୋଲ ଦେବା ପାଇଁ ପେଟ୍ରୋଲ କର୍ମଚାରୀଙ୍କୁ କହିଥିଲେ। ପେଟ୍ରୋଲ ପମ୍ପ ବନ୍ଦ ହୋଇଗଲାଣି ବୋଲି ପେଟ୍ରୋଲ ପମ୍ପ କର୍ମଚାରୀ କହିବା ପରେ ସେହି ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ମାଡ଼ ମାରି ଥିଲେ ଏହି ଦୁଇ ଦୁର୍ବୃତ୍ତ ।

ଏଥିସହ ସେଠାରେ ସେମାନେ ବୋମା ପକାଇଥିଲେ। ପାଖରେ ଥିବା ବୈରୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ଜଣଙ୍କୁ କାବୁ କରି ଥାନାରେ ଅଟକ ରଖିବା ସହ ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ମେଡିକାଲକୁ ପଠାଯାଇଛି। ପୋଲିସ ଏହି ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.