ETV Bharat / state

ଅଜଣା ଗାଡି ଧକ୍କାରେ ମହିଳା ମୃତ - ସଡକ ଦୁର୍ଘଟଣାରେ ମହିଳା ମୃତ ଘଟଣା

ଚଣ୍ଡିଖୋଲ ନିକଟରେ ଏକ ଅଜଣା ଗାଡି ଧକ୍କାରେ ମହିଳାଙ୍କ ମୃ୍ତ୍ୟୁ । ଅଧିକ ପଢନ୍ତୁ

ଅଜଣା ଗାଡି ଧକ୍କାରେ ମହିଳାଙ୍କ ମୃତ୍ୟୁ
ଅଜଣା ଗାଡି ଧକ୍କାରେ ମହିଳାଙ୍କ ମୃତ୍ୟୁ
author img

By

Published : Nov 18, 2020, 5:30 PM IST

ଯାଜପୁର: ଚଣ୍ଡିଖୋଲ ନିକଟରେ ସଡକ ଦୁର୍ଘଟଣା । ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ସୂଚନା ।

ଅଜଣା ଗାଡି ଧକ୍କାରେ ମହିଳା ମୃତ

ଚଣ୍ଡିଖୋଲ-ଡ଼ୁବୁରୀ 53ନଂ ଜାତୀୟ ରାଜପଥ ତାରିଣୀ ଛକ ନିକଟରେ ସଡକ ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ମୃତ ମହିଳା ଜଣକ ସ୍ଥାନୀୟ ରାମଚନ୍ଦ୍ରପୁର ଅଞ୍ଚଳର ବାସନ୍ତୀ ପାଢୀ ବୋଲି ଜଣାପଡିଛି । ସେ ରାସ୍ତାରେ ଚାଲିଚାଲି ଯାଉଥିବାବେଳେ ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି ।

ଜେନାପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ୍ କରିବା ସହ ବ୍ୟବଛେଦ ପାଇଁ ବଡଚଣା ମେଡିକାଲକୁ ପଠାଇଛି । ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁକରି ଘଟଣାର ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ଦୁର୍ଘଟଣା ଘଟାଇଥିବା ଡ୍ରାଇଭର ଫେରାର୍ ଅଛନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.