ଯାଜପୁର: ଜିଲ୍ଲାରେ ନଦୀର ଜଳସ୍ତର କମିଛି । ଲୋକଙ୍କର ଦୁର୍ଦ୍ଦଶା ବଢିଛି। ତେବେ ନଦୀର ଜଳସ୍ତର କମିଲା ପରେ ବିଷଧର ସାପଙ୍କର ପାଦୃଭାବ ଦେଖିବାକୁ ମିଳିଛି। ସ୍ୱାସ୍ଥ୍ୟ ବିଭାଗର କହିବା କଥା ଆଜି ସୁଦ୍ଧା ନଦୀବଢି ଯୋଗୁ ପାଖାପାଖି ୫ଦିନ ଭିତରେ ବିଭିନ୍ନ ଅଞ୍ଚଳରୁ ୩୦୦ରୁ ଉର୍ଦ୍ଧ ଲୋକଙ୍କୁ ସାପ କାମୁଡିଛି ଆଉ ଏଥିରେ କେହି ମୃତ୍ୟୁ ବରଣ କରି ନାହାନ୍ତି। ଏଥିସହିତ ଆଜି ସାପ କାମୁଡ଼ାର ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା ବରୀ ବ୍ଳକ ରତ୍ନଗିରି ପଞ୍ଚାୟତର ରାଉତପଡା ଗାଁରେ।
ଜଣେ ୩୫ବର୍ଷୀୟ ମହିଳା ବାସନ ମାଜୁ ଥିବାବେଳେ ଏକ ବିଷଧର ସାପ କାମୁଡିଥିଲା। ତାଙ୍କ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସ ଓ ଅଗ୍ନିଶମ ବିଭାଗକୁ ଫୋନ କରିଥିଲେ ବି କେହି ଆସି ନଥିଲେ । ଗାଁରେ ଆଣ୍ଠୁଏ ଆଣ୍ଠୁଏ ପାଣି ଥିବାରୁ ଗାଁ ଭିତରକୁ ପ୍ରବେଶ କରିବାକୁ ମୁସିକିଲ ଥିଲା । ବାଧ୍ୟହୋଇ ଗାଁଲୋକେ ଏକ ହଣ୍ଡାରେ ପିଡିତ ମହିଳାଙ୍କୁ ଡ଼ାକ୍ତରଖାନାକୁ ନେଇଥିଲେ। ଯାହାକି ଏହି ବନ୍ୟାରେ ଲୋକମାନେ କେତେ କଷ୍ଟରେ ଅଛନ୍ତି ତାହାର ପ୍ରମାଣ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ