ETV Bharat / state

ଚାଷକାର୍ଯ୍ୟରେ ଡ୍ରୋନ ବ୍ୟବହାର କରିବେ ଯାଜପୁର ଚାଷୀ: ବଞ୍ଚିବ ସମୟ, ରହିବନି ସାପ କାମୁଡା ଭୟ ! - କୃଷି କ୍ଷେତ୍ରରେ ନୂତନ ଜ୍ଞାନ କୌଶଳ ପ୍ରୟୋଗ

ପରିବର୍ତ୍ତନ ଦେଉଛି ସମାଜ । କୃଷିକ୍ଷେତ୍ରରେ ନୂତନ ଜ୍ଞାନକୌଶଳ ବ୍ୟବହାର କରି ଏବେ ଫସଲ ଅମଳ କରୁଛି ଚାଷୀ । ଡ୍ରୋନ ବ୍ୟବହାରରେ ଚାଷ କରିବ ଚାଷୀ । ଅଧିକ ପଢ଼ନ୍ତୁ

କୃଷିକ୍ଷେତ୍ରରେ ନୂତନ ଜ୍ଞାନକୌଶଳ ବ୍ୟବହାର କରି ଫସଲ ଅମଳ କରୁଛି ଚାଷୀ

author img

By

Published : Mar 25, 2023, 8:30 PM IST

କୃଷିକ୍ଷେତ୍ରରେ ନୂତନ ଜ୍ଞାନକୌଶଳ ବ୍ୟବହାର କରି ଫସଲ ଅମଳ କରୁଛି ଚାଷୀ

ଯାଜପୁର: ଦିନକୁ ଦିନ ବିଜ୍ଞାନ କ୍ଷେତ୍ରରେ ଯେତେ ବିକାଶ ହେଉଛି କୃଷି କ୍ଷେତ୍ରରେ ନୂତନ ଜ୍ଞାନ କୌଶଳ ପ୍ରୟୋଗ ହେଉଛି । ଏବେ କୃଷି କ୍ଷେତ୍ରରେ ଡ୍ରୋନ, ପାୱାରଟେଲର, ଓ ବିଭିନ୍ନ କୃଷି ଉପକରଣ ଦ୍ୱାରା ଅଣପାରମ୍ପରିକ ଉପାୟରେ ଚାଷ କରିବା ଦ୍ୱାରା ଅଧିକ ଉତ୍ପାଦନ ହେବା ସହିତ କମ ସମୟ ଓ ଖର୍ଚ୍ଚ ହେଉଛି । ସେଥିପାଇଁ ଏବେ ଚାଷ ପାଇଁ ଆବଶ୍ୟକ ସାର ଓ କୀଟନାଶକ ସିଞ୍ଚନ ପାଇଁ ଯାଜପୁରରେ ଆରମ୍ଭ ହୋଇଛି ଡ୍ରୋନର ବ୍ୟବହାର ।

ଡ୍ରୋନ ବ୍ୟବହାରରେ ସହଜ ଓ ସରଳ ଭାବେ ଚାଷ କରିବେ କୃଷକ । ଏବେ ଯାଜପୁର ଜିଲ୍ଲାରେ ଚାଷ କାର୍ଯ୍ୟ ପାଇଁ ବ୍ୟବହାର ହେବ ଡ୍ରୋନ । ଚାଷରେ ସାର ଠାରୁ ଆରମ୍ଭ କରି କୀଟନାଶକ ପର୍ଯ୍ୟନ୍ତ ସବୁ କିଛି ଚାଷ କାର୍ଯ୍ୟ ହେବ ଡ୍ରୋନ ଦ୍ବାରା । ଚାଷୀ ବୁଲି ବୁଲି ସିଞ୍ଚନ ନ କରି ଗୋଟିଏ ସ୍ଥାନରେ ବସି ଡ୍ରୋନ ସାହାଯ୍ୟରେ ଏହା ଆରାମରେ କରିପାରିବ । ଯାହା ଫଳରେ ଚାଷୀର ସମୟ ବଞ୍ଚି ପାରିବ । ଅନେକ ସମୟରେ କୀଟନାଶକ ସିଞ୍ଚନ ସମୟରେ ନିଜ ଜୀବନ ପ୍ରତି ସାପ କାମୁଡା ଠାରୁ ଆରମ୍ଭ କୀଟପତଙ୍ଗ ଏବଂ କୀଟନାଶକ ଔଷଧର ଭୟ ରହୁଥିଲା । କିନ୍ତୁ ଏବେ ଆଉ ସେହି ଭୟ ନାହିଁ ଚାଷୀଙ୍କୁ । ଡ୍ରୋନକୁ କୃଷି କାର୍ଯ୍ୟରେ ବ୍ୟବହାର ସମ୍ପର୍କରେ ଦଶରଥପୁର ବ୍ଲକ ବିରଜାପୁର ପଞ୍ଚାୟତରେ ଚାଷୀମାନଙ୍କୁ ଜିଲ୍ଲା କୃଷି ବିଭାଗ ପକ୍ଷରୁ ଦିଆଯାଇଛି ତାଲିମ ।

ଗତ 22 ତାରିଖରୁ ସ୍ଥାନୀୟ ସରପଞ୍ଚ ନିରାକାର ସାହୁଙ୍କ ସହଯୋଗ କ୍ରମେ ଆୟୋଜିତ ହୋଇଥିଲା କର୍ମଶାଳା । ଏହି କର୍ମଶାଳାରେ ଜିଲାର ବିଭିନ୍ନ ଚାଷୀମାନେ ଅଂଶଗ୍ରହଣ କରି ସେମାନଙ୍କର ମନରେ ଥିବା ସମସ୍ତ ସନ୍ଦେହ ଦୂର କରିଥିଲେ । ବିରଜାପୁରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଗ ଚାଷରେ କିଭଳି ସାର ଓ କୀଟନାଶକ ପ୍ରୟୋଗ ହୋଇପାରିବ ସେ ସମ୍ପର୍କରେ ତାଲିମ ଦିଆଯାଇଥିଲା । ଏହାସବ ଅନ୍ୟ ଫସଲରେ ମଧ୍ୟ ସମ୍ପୂର୍ଣ୍ଣ ନିରାପଦ ଭାବେ ବ୍ୟବହାର କରାଯାଇପାରିବ ବୋଲି କୃଷି ଅଧିକାରୀମାନେ ସୂଚନା ଦେଇଛନ୍ତି । ସେପଟେ ଏହି ଡ୍ରୋନ ଦ୍ୱାରା 1 ଘଣ୍ଟାରେ 5 ଏକର ଜମିରେ କୀଟନାଶକ ଔଷଧ ଓ ସାର ସିଞ୍ଚନ ହେଇ ପାରିବ ବୋଲି ଅତିରିକ୍ତ ସହ କୃଷି ଅଧିକାରୀ କହିଛନ୍ତି । ଚାଷ କ୍ଷେତ୍ରରେ ଜ୍ଞାନକୌଶଳ ବିନିଯୋଗ ହେବା ଫଳରେ ଚାଷୀଙ୍କ ସମୟ ବଞ୍ଚିବା ସହ ନିଶ୍ଚିତ ଆଗାମୀ ଦିନରେ ଚାଷର ବିକାଶ ହେବ ବୋଲି ଆଶା କରାଯାଉଛି ।

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.