ଯାଜପୁର: କୋରେଇ ସ୍ୱାସ୍ଥ୍ୟକେନ୍ଦ୍ରରେ ସଫେଇ କର୍ମଚାରୀ ଜୈନିକ ରୋଗୀକୁ ଇଞ୍ଜେକ୍ସନ ଦେଉଥିବା ଘଟଣାରେ ତଦନ୍ତ ଆରମ୍ଭ କଲେ ଅତିରିକ୍ତ ସ୍ୱାସ୍ଥ୍ୟ ଅଧିକାରୀ ସୁଧାଂଶୁ ଶେଖର ବଳ । ବଳ ଆଜି(ଶୁକ୍ରବାର) ଅପରାହ୍ନରେ କୋରେଇ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ସମ୍ପୃକ୍ତ ସଫେଇ କର୍ମଚାରୀଙ୍କୁ ଡାକି ଇଞ୍ଜେକ୍ସନ ଦେବା ସମ୍ପର୍କରେ ପଚାରି ବୁଝିଥିଲେ । ଏଥିସହିତ ଏହି ଘଟଣା ସମୟରର ଭିଡ଼ିଓରେ ଦେଖାଯାଉଥିବା ସମସ୍ତ କର୍ମଚାରୀଙ୍କୁ ଏହି ଘଟଣା ସମ୍ପର୍କରେ ପଚାରିଥିଲେ ।
ପରିସରରେ ଡାକ୍ତରଖାନାର ସମସ୍ତ ବିଭାଗ ବୁଲି ଦେଖିବା ସହିତ ରୋଗୀଙ୍କୁ ସ୍ୱାସ୍ଥ୍ୟସେବା ସମ୍ପର୍କରେ ପଚାରି ବୁଝିଲେ । ତେବେ ଘଟଣାର ତଦନ୍ତ ସରିଲେ ପକୃତ ସତ୍ୟତା ଜଣାପଡିବ ବୋଲି ଗଣମାଧ୍ୟମ ଆଗରେ ଅତିରିକ୍ତ ସ୍ୱାସ୍ଥ୍ୟ ଅଧିକାରୀ ବଳ ସୂଚନା ଦେଇଥିଲେ । ସୂଚନା ମୁତାବକ କୋରେଇ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜୈନିକ ସଫେଇ କର୍ମଚାରୀ ଏକ ରୋଗୀକୁ ଇଞ୍ଜେକ୍ସନ ଦେଉଥିବା ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେଉଥିବାକୁ ନେଇ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ