ETV Bharat / state

ମାମୁଁଘରେ ପହଞ୍ଚି ପାରିଲାନି ଭାଣିଜୀ, ମାଡିଗଲା ଟ୍ରକ - a student death in accident in jajpur

ଯାଜପୁର ଜିଲ୍ଲା ବ୍ରହ୍ମବରଦା ନିକଟ ଖଣ୍ଡାସ ଛକରେ ସୋମବାର ଟ୍ରକ ଧକ୍କାରେ ଜଣେ ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତ ଛାତ୍ରୀ ଜଣକ ହେଲେ ସ୍ଥାନୀୟ ବାଲିଗୁଡା ଗ୍ରାମର ଉତ୍ତମ ବେହେରାଙ୍କ  ଝିଅ ରୂପାଲୀ ବେହେରା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର
author img

By

Published : Sep 16, 2019, 9:17 PM IST

ଯାଜପୁର : ଟ୍ରକ ଧକ୍କାରେ ଜଣେ ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ବ୍ରହ୍ମବରଦା ନିକଟ ଖଣ୍ଡାସ ଛକରେ । ମୃତ ଛାତ୍ରୀ ଜଣକ ହେଲେ ସ୍ଥାନୀୟ ବାଲିଗୁଡା ଗ୍ରାମର ଉତ୍ତମ ବେହେରାଙ୍କ ଝିଅ ରୂପାଲୀ ବେହେରା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ସୂଚନା ଅନୁଯାୟୀ, ରୂପାଲୀ ତାଙ୍କ ମାଙ୍କ ସହ ନିଜ ମାମୁଁଘର ଖଣ୍ଡାସକୁ ଆସିଥିଲେ। ତେବେ ସୋମବାର ସେ ସ୍କୁଲ ଭ୍ୟାନରେ ମାମୁଁଘରକୁ ଫେରୁଥିଲେ। ଖଣ୍ଡାସ ଛକରେ ସେ ଭ୍ୟାନରୁ ଓହ୍ଲାଇ ଚାଲି ଚାଲି ଯାଉଥିବା ସମୟରେ ଏକ ଟ୍ରକ ତାଙ୍କ ଉପରେ ମାଡିଯାଇଥିଲା । ଫଳରେ ଘଟଣାସ୍ଥଳରେ ରୂପାଲୀଙ୍କ ମୃତ୍ୟୁ ଘଟିଛି ।

ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିବା ବେଳେ କ୍ଷତିପୂରଣ ଦାବିରେ ଉତ୍ୟକ୍ତ ଲୋକମାନେ ବରୁହାଁ-ବାଲିଚନ୍ଦ୍ରପୁର ରାସ୍ତାର ଖଣ୍ଡାସ ଛକ ନିକଟରେ ମୃତଦେହ ରଖି ରାସ୍ତା ଅବରୋଧ କରିଛନ୍ତି। ଯାହାଫଳରେ ରାସ୍ତାରେ ଗାଡି ଚଳାଚଳ ବାଧାପ୍ରପ୍ତ ହୋଇଛି। ଖବର ପାଇ ଯାଜପୁର ସଦର ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛନ୍ତି।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

Intro:ଯାଜପୁର : ଟ୍ରକ ଧକ୍କାରେ ଗଲା ଛାତ୍ରୀଙ୍କ ଜୀବନ। ଏଭଳି ଘଟଣା ଘଟିଛି ଯାଜପୁର ଜିଲ୍ଲା ବ୍ରହ୍ମବରଦା ନିକଟ ଖଣ୍ଡାସ ଛକରେ। ମୃତ ଛାତ୍ରୀ ଜଣକ ହେଲେ ସ୍ଥାନୀୟ ବାଲିଗୁଡା ଗ୍ରାମର ଉତ୍ତମ ବେହେରାଙ୍କ ୧୦ବର୍ଷର ଝିଅ ରୂପାଲୀ ବେହେରା। ରୂପାଲୀ ମା ସହ ନିଜ ମାମୁଁ ଘର ଖଣ୍ଡାସକୁ ଆସିଥିଲେ। ସେଠାରୁ ରୁପାଲୀ ସ୍କୁଲକୁ ଯାଇ ସ୍କୂଲ ଭ୍ୟାନରେ ମାମୁଁଘରକୁ ଫେରୁଥିଲେ। ଖଣ୍ଡାସ ଛକରେ ଭ୍ୟାନରୁ ଓହ୍ଲାଇ ଚାଲି ଚାଲି ଯାଉଥିବା ସମୟରେ ଏକ ଟ୍ରକ ତାଙ୍କ ଉପରେ ମାଡିଯାଇଥିଲା।ଯାହା ଫଳରେ ଘଟଣା ସ୍ଥଳରେ ରୂପାଲୀର ମୃତ୍ୟୁ ଘଟିଛି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଛି। କ୍ଷତିପୂରଣ ଦାବିରେ ଉତ୍ୟକ୍ତ ଲୋକମାନେ ବରୁହାଁ-ବାଲିଚନ୍ଦ୍ରପୁର ରାସ୍ତାର ଖଣ୍ଡାସ ଛକ ନିକଟରେ ମୃତ ଦେହ ରଖି ଦୀର୍ଘ ୩ ଘଣ୍ଟା ଧରି ରାସ୍ତା ଅବରୋଧ କରିଛନ୍ତି। ଯାହାଫଳରେ ସେହିରାସ୍ତାରେ ଗାଡି ଚଳାଚଳ ବାଧାପ୍ରପ୍ତ ହୋଇଛି। ଖବର ପାଇ ଯାଜପୁର ସଦର ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛନ୍ତି।Body:NewsConclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.