ଯାଜପୁର: ଜିଲ୍ଲା ଜଖପୁରା ରେଳ ଷ୍ଟେସନ ନିକଟରେ ଏକ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହେବା ଫଳରେ ଟ୍ରେନ୍ ଯାତାୟତ ବାଧା ପ୍ରାପ୍ତ ହୋଇଛି । ଆଜି(ମଙ୍ଗଳବାର) ସକାଳୁ ମାଲଗାଡ଼ିର ଚକା ଟ୍ରାକ୍ରୁ ଖସି ଲାଇନଚ୍ୟୁତ ହୋଇଛି ।
ଖବର ପାଇ ଉଦ୍ଧାର ଓ ମରାମତି ଟିମ୍ (Rescue and Repair Team) ଘଟଣା ସ୍ଥଳରେ ପହଞ୍ଚି କାମ ଆରମ୍ଭ କରିଛନ୍ତି । କେଉଁ କାରଣରୁ ମାଲଗାଡ଼ିଟି ଲାଇନଚ୍ୟୁତ ହୋଇଛି ତାହାର କାରଣ ଜଣାପଡ଼ିନାହିଁ ।
ଏହାର ଅଧିକ ତଦନ୍ତ ଜାରି ରହିଛି । ଏହାକୁ ନେଇ ଆରପିଏଫ୍ ଇନ୍ସପେକ୍ଟର ସୂଚନା ଦେଇଛନ୍ତି । ମାଲଗାଡ଼ିର ପ୍ରଥମ ତିନିିଟି ଚକା ଲାଇନଚ୍ୟୁତ ହେବାରୁ ଏଭଳି ଦୁର୍ଘଟଣା ଘଟିଛି । ଫଳରେ ଟ୍ରେନ ଯାତାୟତ ବାଧାପ୍ରାପ୍ତ ହୋଇଛି । ଏଥିପାଇଁ କେତେ କ୍ଷୟକ୍ଷତି ହୋଇଛି ତାହାର ଆକଳନ କରାଯାଇନାହିଁ ।
ବର୍ତ୍ତମାନ ପାଇଲଟ ଇନ୍ ଓ ଆଉଟରେ ଟ୍ରେନ ଚଳାଚଳ ଜାରି ରହିଛି । ଖୁବ ଶୀଘ୍ର ଲାଇନଚ୍ୟୁତ ହୋଇଥିବା ଟ୍ରେନ ହଟାଯିବ ବୋଲି କହିଛନ୍ତି ଯାଜପୁର ରୋଡ ଆରପିଏଫ ଅଧିକାରୀ ରମାକାନ୍ତ ବାରିକ ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ