ଯାଜପୁର: ପାହାଡରୁ 12ଫୁଟ ଲମ୍ବ ଅଜଗର ସାପ ଉଦ୍ଧାର । ଯାଜପୁର ଜିଲ୍ଲାର ପ୍ରସିଦ୍ଧ ବୌଦ୍ଧକିର୍ତ୍ତିରାଜି ଥିବା ପର୍ଯ୍ୟଟନସ୍ଥଳୀ ଉଦୟଗିରି ପାହାଡରୁ ଉଦ୍ଧାର ହୋଇଛି ଏକ 12ଫୁଟ ଲମ୍ବା ଅଜଗର ସାପ ।
ସୂଚନା ଅନୁଯାୟୀ, ଏହି ଦୀର୍ଘକାୟ ଅଜଗରଟି ଉଦୟଗିରି ପାହାତ ନିକଟସ୍ଥ ମଝିପଡା ଅଞ୍ଚଳର ଏକ କୂଅରେ ପଡିଯାଇଥିବା ସ୍ଥାନୀୟ ଲୋକେ ଜାଣିବାକୁ ପାଇଥିଲେ । ସାପଟିକୁ କୂଅରେ ପଡିଥିବା ଦେଖି ଲୋକମାନେ ପ୍ରଥମେ ବନବିଭାଗକୁ ଖବର ଦେଇଥିଲେ ।
ଖବରପାଇ ଚଣ୍ଡିଖୋଲ ବନବିଭାଗ କର୍ମଚାରୀମାନେ ସେଠାରେ ପହଞ୍ଚି ଅଜଗର ସାପଟିକୁ ଉଦ୍ଧାର କରିଥିବା ଜଣାପଡିଛି । ଏହାପରେ ବନବିଭାଗ ଦ୍ବାରା ସାପଟିକୁ ନେଇ ଅନ୍ୟତ୍ର ଜଙ୍ଗଲରେ ଛାଡି ଦିଆଯାଇଥିବା ସୂଚନା ମିଳିଛି ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ